ଭାରତ ଅଧିକୃତ କାଶ୍ମୀର ଲେଖି ସାହାଯ୍ୟ ମାଗିଥିବା ଛାତ୍ରଙ୍କୁ ସୁଷମାଙ୍କର କଡା ଜବାବ

0

ନୂଆଦିଲ୍ଲୀ: ଫିଲିପାଇନ୍ସରେ ଡାକ୍ତରୀପାଇଁ ଶିକ୍ଷା ଗ୍ରହଣ କରୁଥିବା କାଶ୍ମୀର ଜଣେ ଛାତ୍ର ନିଜର ଜନ୍ମସ୍ଥାନ ଭାରତ ଅଧିକୃତ କାଶ୍ମୀର ଲେଖି ହଟ ହଟା ହେବାକୁ ପଡିଛି । ସେ ଟ୍ୱିଟରରେ ସୁଷମା ସ୍ୱରାଜଙ୍କୁ ସାହାଯ୍ୟ ପାଇଁ ଗୁହାରୀ କରିଥିଲେ । ମାତ୍ର ତାଙ୍କର ଟ୍ୱିଟର ଆକାଉଣ୍ଟରେ ସେ ଭାରତ ଅଧୀକୃତ କଶ୍ମୀରରୁ ଆସିଥିବା କଥା ଉଲ୍ଲେଖ କରିଥିଲେ । ସୁଷମା ସ୍ୱାରାଜ ଆମେ ତମକୁ ନିଶ୍ଚୟ ସାହାଯ୍ୟ କରିବୁ ମାତ୍ର ଭାରତରେ ଏପରି କୌଣସି ସ୍ଥାନ ନାହିଁ ବୋଲି ଉଲ୍ଲେଖ କରିଥିଲେ । ଶେଖ ଅତିକ ନାମକ ଯୁବକ ଏହି ଟ୍ୱିଟ କରିଥିଲେ । ଏହା ପରେ ଶେଖ୍‌ ଟ୍ୱିଟ ଆକାଉଣ୍ଟକୁ ଡିଲିଟ୍‌ କରି ଦେଇଛନ୍ତି । ଭାରତରେ ଜାମ୍ମୁ କଶ୍ମୀର ନାମକ ରାଜ୍ୟ ଅଛି ମାତ୍ର ଭାରତ ଅଧିକୃତ କଶ୍ମୀର ପରି ସ୍ଥାନ ନାହିଁ ବୋଲି ସୁଷମା ଉଲ୍ଲେଖ କରିଛନ୍ତି । ଏହା ସହ ମାନିଲାରେ ଥିବା ଭାରତୀୟ ଦୂତାବାସକୁ  ଶେଖ୍‌କୁ ସାହାଯ୍ୟ କରିବା ପାଇଁ ନିର୍ଦେଶ ଦେଇଛନ୍ତି ।

ଏହାକୁ ଟ୍ୱିଟରେ ୫ ହଜାର ଥରରୁ ଅଧିକ ଥର ସେୟାର ବା ରି ଟ୍ୱିଟ କରାଯାଇଛି ।

Leave A Reply