ପ୍ରଚାର ଶେଷ : ଶନିବାର ମତଦାନ

0

ବେଙ୍ଗାଲୁରୁ : କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପାଇଁ ଗୁରୁବାର ସନ୍ଧ୍ୟାରେ ପ୍ରଚାର ଅଭିଯାନ ଶେଷ ହୋଇଛି । ରାଜ୍ୟରେ ଆସନ୍ତା ଶନିବାର ଦିନ ଭୋଟ୍‍ ଗ୍ରହଣ ହେବ । ୨୨୪ଟି ନିର୍ବାଚନ ମଣ୍ଡଳି ମଧ୍ୟରୁ ୨୨୩ଟି ଆସନପାଇଁ ଭୋଟ୍‍ ନିଆଯିବ । ବି.ଜେ.ପି. ପ୍ରାର୍ଥୀ ବି.ଏନ୍‍. ବିଜୟ କୁମାରଙ୍କ ବିୟୋଗରେ ଜୟନଗର ବିଧାନସଭା ଆସନରେ ମତଦାନ ଅନୁଷ୍ଠିତ ହେବ ନାହିଁ। ଆସନ୍ତା ୧୫ ତାରିଖରେ ଭୋଟ ଗଣତି ହେବ । ୨୧୯ ଜଣ ମହିଳା ପ୍ରାର୍ଥୀଙ୍କ ସମେତ ମୋଟ ୨୬୫୫ ଜଣ ପ୍ରାର୍ଥୀ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି ।
ପ୍ରଚାର ଅଭିଯାନର ଶେଷ ଦିନରେ ଭୋଟରଙ୍କୁ ଆକୃଷ୍ଟ କରିବାପାଇଁ ଶେଷ ଉଦ୍ୟମ ସ୍ୱରୂପ ରାଜନୈତିକ ଦଳଗୁଡ଼ିକ ଆଜି ବିଭିନ୍ନ ସ୍ଥାନରେ ସଭାସମିତି ଓ ରୋଡ଼୍‍ ଶୋ’ କରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ନରେନ୍ଦ୍ର ବୋଦି ଆପ ମାଧ୍ୟମରେ ଆଜି କର୍ଣ୍ଣାଟକ ବି.ଜେ.ପି. ଶାଖାର ଅନୁସୂଚିତ ଜାତି, ଜନଜାତି, ପାଛୁଆବର୍ଗ ଏବଂ ବସ୍ତିମୋର୍ଚ୍ଚା କାର୍ଯ୍ୟକର୍ତ୍ତାମାନଙ୍କୁ ଉଦ୍‍ବୋଧନ।ଦଇଛନ୍ତି। ବି.ଜେ.ପି. ସଭାପତି ଅମିତ୍‍ ଶାହା ଏବଂ ପାର୍ଟିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ବି.ଏସ୍‍. ୟେଦୁରପ୍ପା ମୁଖ୍ୟମନ୍ତ୍ରୀ ସିଦ୍ଦରମୟାଙ୍କ ବାଦାମୀ ନିର୍ବାଚନ ମଣ୍ଡଳିରେ ଆଜି ରୋଡ଼୍‍ ଶୋ’ କରିଛନ୍ତି।

କଂଗ୍ରେସ ସଭାପତି ରାହୁଲ ଗାନ୍ଧି ବେଙ୍ଗାଲୁରୁରେ ଏକ ସାସମ୍ବାଦିକ ସମ୍ମିଳନୀରେ ଉଦ୍‍ବୋଧନ ଦେଇଛନ୍ତି । ରାଜ୍ୟ ବିଧାନସଭା ନିର୍ବାଚନରେ କଂଗ୍ରେସ ବିଜୟୀ ହେବ ବୋଲି ସେ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତ। ଅନ୍ୟପକ୍ଷରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯେତେବେଳେ କୌଣସି ପ୍ରଶ୍ନର ଉତ୍ତର ଦେଇ ନ ପାରନ୍ତି, ସେତେବେଳେ ସେହି ପ୍ରସଙ୍ଗ ଉପରୁ ଧ୍ୟାନ ହଟାଇବାପାଇଁ ସେ ଅନ୍ୟ ପ୍ରସଙ୍ଗ ଉତ୍‍ଥାପନ କରିଥା’ନ୍ତି ବୋଲି ଶ୍ରୀ ଗାନ୍ଧି ଦୋଷାରୋପ କରିିଛନ୍ତି।

Leave A Reply