www.samajalive.in
Sunday, December 7, 2025
26.1 C
Bhubaneswar

ଡଙ୍ଗରିଆ କନ୍ଧଙ୍କ ସହିତ ଆଲୋଚନା କଲେ ଜିଲା ଆରକ୍ଷୀ ଅଧିକ୍ଷକ ଓ ବ୍ଲକ ପ୍ରଶାସନ

କଲ୍ୟାଣସିଂହପୁର : ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ପାର୍ସାଲି ପଞ୍ଚାୟତରେ ଥିବା ଡଙ୍ଗରିଆ କନ୍ଧ ଉନ୍ନୟନ ସଂସ୍ଥାର ସଦ୍ଭାବନା ଗୃହ ଠାରେ ଆଜି ଡଙ୍ଗରିଆକନ୍ଧଙ୍କ ସହିତ ଆଲୋଚନା କଲେ ଜିଲା ଆରକ୍ଷୀ ଅଧିକ୍ଷକ ଓ ବ୍ଲକ ପ୍ରଶାସନ। ଏଥିରେ ବିଡ଼ିଓ ମନୀଷା ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକ ତହସିଲଦାର ରଞ୍ଜନ କୁମାର ମାନସେଠ, ଜିଲା ଆରକ୍ଷୀ ଅଧିକ୍ଷକ ହରିସ ବିଶି, ଥାନା ଅଧିକାରୀ ନୀଳକଣ୍ଠ ବେହେରା, ଡଙ୍ଗରିଆକନ୍ଧ ଉନ୍ନୟନ ସଂସ୍ଥାର ସ୍ୱତନ୍ତ୍ର ଅଧିକାରୀ ଚୈତନ୍ୟ ମାଝୀ,ସହକାରୀ ଯନ୍ତ୍ରୀ ସବ୍ୟସାଚୀ ନାୟକ, ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ଚନ୍ଦନ ଦାସ ବାଙ୍ଗାରୀ, ସମନ୍ୱିତ ଶିଶୁ ବିକାଶ ଯୋଜନାର ଅଧିକାରିଣୀ ମମତା ଦାସ, ଏସଡିପିଓ ରଶ୍ମିରଞ୍ଜନ ସେନାପତି, ଏସ ଆଇ ଶିଵ ପ୍ରସାଦ ସାହୁ ସମେତ ସମସ୍ତ ବିଭାଗୀୟ କର୍ମଚାରୀ ଉପସ୍ଥିତ ରହିଥିବା ବେଳେ ନିୟମଗିରି ପାହାଡର ସୁରକ୍ଷା ସମିତିର ସଭାପତି ଲଦ ଶିକକା, ସରପଞ୍ଚ ବାମ କାଡ୍ରାକା ,ସମିତି ସଭ୍ୟ ବିକାଶ ବାଗ ସମେତ କିଛି ଡଙ୍ଗରିଆ କନ୍ଧ ଉପସ୍ଥିତ ରହିଥିଲେ।

ଅପରାହ୍ଣ ୪ଟା ମୁଖ୍ୟ ଖବର

- Advertisement -

ଜିଲା ଆରକ୍ଷୀ ଅଧିକ୍ଷକ ହରିସ ବିଶି ନିୟମଗିରି ସୁରକ୍ଷା ସମିତିର ସଭାପତି ଲଦ ଶିକକାଙ୍କ ସହିତ ବହୁ ସମୟ ଧରି ଡଙ୍ଗରିଆ କନ୍ଧଙ୍କ ବିକାଶ ବିଷୟରେ ଆଲୋଚନା କରିଥିଲେ। ନିୟମଗିରି ବାସୀ ଭୋଟ୍ ଦେବା କଥା ତାଙ୍କ ଉପରେ ରହିଛି ।କିନ୍ତୁ ମୁଁ ମନା କଲେ କି କିଛି ଫରକ ପଡିବ ନାହିଁ ବୋଲି ଲଦ କହିଛନ୍ତି । ନିୟମଗିରି ଡଙ୍ଗରିଆ କନ୍ଧଙ୍କ ନାମରେ ପୁରୁଣା ଓ ନୂତନ ଭାବରେ ଥିବା ମକଦ୍ଦମା ଗୁଡିକୁ ଉଠାଇ ଦିଆଯିବ ବୋଲି ଜିଲା ଆରକ୍ଷୀ ଅଧିକ୍ଷକ ପ୍ରତିଶ୍ରୁତି ଦେଇଛନ୍ତି ।ବ୍ଲକ ପ୍ରଶାସନ ପକ୍ଷରୁ ନିୟମଗିରି ପାହାଡ଼ର ଡଙ୍ଗରିଆ କନ୍ଧଙ୍କ ଗମନାଗମନ, ସ୍ୱାସ୍ଥ୍ୟ, ପାନୀୟ ଜଳ, ବିଦ୍ୟୁତ ଓ ବିଭିନ୍ନ ବିଷୟରେ ଆଲୋଚନା କରିଥିଲେ। ଏଥିରେ ବ୍ଲକ ପ୍ରଶାସନ ଓ ଡଙ୍ଗରିଆ କନ୍ଧ ଉପସ୍ଥିତ ରହିଥିଲେ ।

Hot this week

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

Related Articles

Popular Categories