www.samajalive.in
Saturday, December 6, 2025
23.1 C
Bhubaneswar

‘ଆଉ ମୋ ମୁହଁ ଦେଖିପାରିବନି’…ଏମିତି କହି ଗାଜିଆବାଦରେ ଆତ୍ମହତ୍ୟା କଲେ ସ୍ୱାମୀ, ଖବର ଶୁଣି ଦିଲ୍ଲୀରେ ଜୀବନ ହାରିଲେ ସ୍ତ୍ରୀ

ଗାଜିଆବାଦ : ସ୍ୱାମୀଙ୍କ ମୃତ୍ୟୁ ଖବର ଶୁଣି,ଜୀବନ ହାରିଲେ ସ୍ତ୍ରୀ। ଏମିତି ଏକ ଅଭାବନୀୟ ଘଟଣା ଉତ୍ତରପ୍ରଦେଶର ଗାଜିଆବାଦର ଥାନା ଲୋନୀ ବର୍ଡର ନିକଟରେ ଘଟିଛି। ଲୋନୀ ବର୍ଡର ନିକଟରେ ରହୁଥିବା ଜଣେ ବ୍ୟକ୍ତି ନିଜ ଘରେ ଆତ୍ମହତ୍ୟା କରିଛନ୍ତି। ସ୍ୱାମୀ-ସ୍ତ୍ରୀ ଉଭୟଙ୍କ ମଧ୍ୟରେ ବଚସା ହେବା ପରେ ସ୍ତ୍ରୀ ଦିଲ୍ଲୀ ପଳାଇ ଯାଇଥିଲେ। ଏହାପରେ ବ୍ୟକ୍ତି ଜଣକ ଆତ୍ମହତ୍ୟା କରିଥିବା ଜଣାପଡିଛି। ସ୍ୱାମୀଙ୍କ ଆତ୍ମହତ୍ୟା ଖବର ପାଇବା ପରେ ପତ୍ନୀ ମଧ୍ୟ ନିଜ ବାପା ଘରେ ଆତ୍ମହତ୍ୟା କରିଛନ୍ତି। ଉଭୟଙ୍କ ମଧ୍ୟରେ କୌଣସି କଥାକୁ ନେଇ ବିବାଦ ପରେ ମହିଳା ଜଣକ ନିଜ ବାପ ଘରକୁ ପଳାଇ ଆସିବା ପରେ ପ୍ରଥମେ ତାଙ୍କ ସ୍ୱାମୀ ପରେ ମହିଳା ଜଣକ ଆତ୍ମହତ୍ୟା କରିଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି।

ଗାଜିଆବାଦର ଲୋନୀ ବର୍ଡର କ୍ଷେତ୍ରରେ ଜବାହର ନଗର ବ୍ଲକ୍‌ରେ ରହୁଥିବା ଜଣେ ବାସିନ୍ଦା କହିଛନ୍ତି, ତାଙ୍କ ପଡୋଶୀ ଭାବେ ରହୁଥିବା ବିଜୟ ପ୍ରତାପ ଚୌହ୍ୱାନ ନିଜ ପତ୍ନୀ ଶିବାନୀଙ୍କ ସହ ରହୁଥିଲେ। ଶୁକ୍ରବାର ସନ୍ଧ୍ୟାରେ ଉଭୟଙ୍କ ମଧ୍ୟରେ କଳହ ହେବା ପରେ ଶିବାନୀ ଘର ଛାଡି ପଳାଇଥିଲେ। ବିଜୟ ନିଜ ପତ୍ନୀଙ୍କୁ ଫୋନ୍‌ କରି କହିଥିଲେ ସେ ଆଉ ତାଙ୍କ ମୁହଁ ଦେଖିପାରିବେନି। କିଛି ସମୟ ପରେ ବିଜୟଙ୍କ ଜଣେ ସମ୍ପର୍କୀୟ ଆସି ଦେଖିଥିଲେ, ସେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି। ସମ୍ପର୍କୀୟ ଶିବାନୀଙ୍କୁ ଘଟଣା ବିଷୟରେ ଜଣାଇବା ପରେ ଶିବାନୀ ମଧ୍ୟ ଦିଲ୍ଲୀରେ ଆତ୍ମହତ୍ୟା କରିଥିଲେ। ଉଭୟଙ୍କ ଏକ ବର୍ଷର ଶିଶୁ କନ୍ୟା ରହିଛି। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି।

Hot this week

ବିଜେପିରେ ମିଶିବେ ବିଜେଡିର ଦୁଇ ନେତା !

ଭୁବନେଶ୍ଵର: ବିଜେଡିର ଦୁଇ ନେତା ବିଜେପିରେ ମିଶିବାକୁ ଯାଉଛନ୍ତି। ପୂର୍ବତନ ମନ୍ତ୍ରୀ...

ଅତିରିକ୍ତ ସୁରକ୍ଷା ଜମା ଆଦାୟ ନେଇ ବିଦ୍ୟୁତ ଉପଭୋକ୍ତା ମହାସଂଘ କ୍ଷୋଭ

ଭୁବନେଶ୍ୱର: ବିଦ୍ୟୁତ ଗ୍ରାହକଙ୍କ ଠାରୁ ଅତିରିକ୍ତ ସୁରକ୍ଷା ଜମା ଆଦାୟ ନେଇ...

ଶିଶୁଙ୍କ ସୁନ୍ଦରତା ସହିପାରିଲାନି : ଏମିତି କରିଲା ନିଜ ପିଲାଙ୍କୁ ହତ୍ୟା

ସମାଜ ଡିଜିଟାଲ ଡେସ୍କ: ସେ ବୋଧହୁଏ ଦେଶର ପ୍ରଥମ ମହିଳା ସିରିଏଲ୍...

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

Related Articles

Popular Categories