www.samajalive.in
Sunday, December 7, 2025
14.1 C
Bhubaneswar

ଆଜି ଦେଶର ଦ୍ଵିତୀୟ ପ୍ରଧାନମନ୍ତ୍ରୀ ଲାଲ ବାହାଦୂର ଶାସ୍ତ୍ରୀଙ୍କ ପୁଣ୍ୟତିଥି

ନୂଆଦିଲ୍ଲୀ : ଜୟ ଯବାନ ଜୟ କିଶାନ। ଆଜି ହେଉଛି ଦେଶର ଦ୍ଵିତୀୟ ପ୍ରଧାନମନ୍ତ୍ରୀ ଲାଲ ବାହାଦୂର ଶାସ୍ତ୍ରୀଙ୍କ ପୁଣ୍ୟତିଥି। ୧୯୦୪ ମସିହା ଅକ୍ଟୋବର ୨ ତାରିଖରେ ଉତ୍ତର ପ୍ରଦେଶର ମୁଗଲସରାଇରେ ଲାଲ ବାହାଦୂରଙ୍କର ଜନ୍ମ। ମାତ୍ର ଦେଢ ବର୍ଷ ବୟସରେ ସେ ତାଙ୍କ ବାପାଙ୍କୁ ହରାଇଥିଲେ। ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହାରଲାଲ ନେହେରୁଙ୍କ ନିଧନ ପରେ ସେ ୧୯୬୪  ମସିହାରେ ଦେଶର ଦ୍ଵିତୀୟ ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ଵ ଗ୍ରହଣ କରିଥିଲେ। ମାତ୍ର ୧୮ ମାସ ସେ ଥିଲେ ଦେଶର ପ୍ରଧାନମନ୍ତ୍ରୀ। ତାଙ୍କ ନେତୃତ୍ଵରେ ଭାରତ ୧୯୬୫ ଯୁଦ୍ଧରେ ପାକିସ୍ତାନକୁ କଡା ଜବାବ ଦେଇଥିଲା। ପ୍ରଧାନମନ୍ତ୍ରୀ ଭାବେ ତାଙ୍କର କାର୍ଯ୍ୟକାଳ ବହୁତ କମ୍ ସମୟ ପାଇଁ ଥିଲା। କିନ୍ତୁ ଦେଶର ବହୁ କଠିନ ସମୟରେ ସେ ବତ୍ତା ସମ୍ଭାଳିଥିଲେ। ୧୯୬୬ ମସିହା ଜାନୁଆରୀ ୧୧ ତାରିଖରେ ଆକସ୍ମିକ ଭାବେ ତାଙ୍କର ମୃତ୍ୟୁ ଘଟିଥିଲା। ଯାହା ଏବେ ବି ରହସ୍ୟଘେରରେ ରହିଛି।

Hot this week

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

Related Articles

Popular Categories