www.samajalive.in
Sunday, December 7, 2025
14.1 C
Bhubaneswar

ପାର୍ସଲରେ ଡ୍ରଗ୍ସ ପଠେଇଛ କହି ୧.୨ କୋଟି ଠକିନେଲେ ସାଇବର ଠକ

ସମାଜ ଡିଜିଟାଲ ଡେସ୍କ: ପାର୍ସଲରେ ଡ୍ରଗ୍ସ ପଠେଇଛ। ବିଭିନ୍ନ ରାଜ୍ୟରେ ୪ଟି ଆକାଉଣ୍ଟରେ ୧.୧ କୋଟି ରଖି ଅର୍ଥ ଠକେଇ କାରବାରରେ ସାମିଲ ଅଛ। ତୁମ ନାମରେ ପ୍ରବର୍ତ୍ତନ ନିର୍ଦେଶାଳୟ(ଇଡି)ରେ ମାମଲା ରୁଜୁ ହୋଇଛି। ଏପରି ଧମକ ଦେଇ ଜଣେ ଯୁବତୀଙ୍କୁ ଡିଜିଟାଲ ବନ୍ଦୀ କରି ସାଇବର ଠକମାନେ ୧ କୋଟି ୨୦ ଲକ୍ଷ ଟଙ୍କା ଠକି ନେଇଛନ୍ତି।

ଠକେଇର ଶିକାର ହୋଇଛନ୍ତି ପୂର୍ବ ବେଙ୍ଗାଲୁରୁରେ ରହୁଥିବା କୀର୍ଥାନା ନାମ୍ନୀ ୨୮ ବର୍ଷୀୟ ଯୁବତୀ। ଡିସେମ୍ବର ୧୧ରୁ ଜାନୁୟାରୀ ୩ ମଧ୍ୟରେ ସାଇବର ଠକମାନେ ତାଙ୍କଠାରୁ ୧.୨ କୋଟି ଟଙ୍କା ଠକି ନେଇଛନ୍ତି। ଯୁବତୀଙ୍କ କହିବା ଅନୁସାରେ, ଗତ ଡିସେମ୍ବର ୧୧ରେ ତାଙ୍କ ନିକଟକୁ ଡିଏଚଏଲ କୋରିଅରରୁ ଏକ କଲ ଆସିଥିଲା। ବ୍ୟକ୍ତିଜଣକ କହିଥିଲେ ତୁମେ ଏକ ପାର୍ସଲରେ ୬ଟି ଜାଲ ପାସପୋର୍ଟ, ଏଟିଏମ କାର୍ଡ ଏବଂ ଡ୍ରଗ୍ସ ପଠେଇଛ। ଯୁବତୀ ଜଣକ କୌଣସି ପାର୍ସଲ ପଠାଇ ନ ଥିବା କହିବା ପରେ ଉକ୍ତ ବ୍ୟକ୍ତି ଜଣକ ତାଙ୍କୁ ମୁମ୍ବାଇ ଆସି ପୁଲିସ ଆଗରେ ତାହା ସ୍ପଷ୍ଟ କରିବାକୁ କହିଥିଲେ। ଯୁବତୀ ମୁମ୍ବାଇ ଯାଇପାରିବେ ନାହିଁ ବୋଲି କହିବାରୁ ବ୍ୟକ୍ତି ଜଣକ ମୁମ୍ବାଇ ପୁଲିସ ନିକଟକୁ କଲ କରୁଥିବା କହି କନଫରେନ୍ସ କରାଇଥିଲେ। ଫୋନ କଲରେ ଅନ୍ୟ ଜଣେ ଠକ ଯୋଡ଼ିହୋଇ ମୁମ୍ବଇ ପୁଲିସର ସୁନିଲ ଦତ୍ତ ଦୁବେ ପରିଚୟ ଦେଇ ଯୁବତୀଙ୍କୁ ତାଙ୍କ କାଗଜପତ୍ର ମାଗିଥିଲେ। କିଛି ସମୟ ପ​‌ରେ ଆଉ ଏକ କଲ ଆସିଥିଲା। କଲ କରିଥିବା ବ୍ୟକ୍ତି ଯୁବତୀଙ୍କୁ କହିଥିଲେ ଯେ, ତାଙ୍କର ୪ଟି ବ୍ୟାଙ୍କ ଆକାଉଣ୍ଟରେ ୧ କୋଟ ୧୦ ଲକ୍ଷ ଟଙ୍କା ରହିଛି ଏବଂ ସେହି ଅର୍ଥକୁ ସେ ଠକେଇ କାମରେ ବିନିଯୋଗ କରୁଛନ୍ତି। ତେଣୁ ଇଡିରେ ଏକ ମାମଲା ରୁଜୁ ହୋଇଛି। ସେସବୁ ଟଙ୍କା ଇଡି ଆକାଉଣ୍ଟକୁ ପଠାଇଲେ ମାମଲା ବନ୍ଦ କରାଯିବ ଏବଂ ଏହା ପରେ ତାଙ୍କ ଟଙ୍କା ଫେରସ୍ତ କରାଯିବ ବୋଲି ବ୍ୟକ୍ତି ଜଣକ କହିଥିଲେ। ଏପରି କି ଠକମାନେ ତାଙ୍କୁ ମୁମ୍ବାଇ ପୁଲିସ, ଇଡି ଏବଂ ସିବିଆଇର ସ୍ବୀକାରୋକ୍ତି ଥିବା ଜାଲ କାଗଜପତ୍ର ପଠାଇଥିଲେ। ଏସବୁ ବାର୍ତ୍ତାଳାପରେ ଯୁବତୀ ଜଣକ ଭୟଭୀତ ହୋଇପଡ଼ିଥିଲେ। ଡିସେମ୍ବର ୨୧ରେ ଯୁବତୀ ଜଣକ ସମସ୍ତ ବ୍ୟାଙ୍କ ଜମାକୁ ସଂଗ୍ରହ କରି ପ୍ରାୟ ୭୫ ଲକ୍ଷ ଟଙ୍କା ଠକମାନେ ଦେଇଥିବା ଏକ ଆକାଉଣ୍ଟକୁ ପଠାଇଥିଲେ। ପରେ ତାଙ୍କୁ ସୁପ୍ରିମକୋର୍ଟଙ୍କ ସ୍ବୀକାରୋକ୍ତି ଥିବା ଏକ ରିସିପ୍ଟ ମଧ୍ୟ ମିଳିଥିଲା। ଶେଷରେ ପୁନର୍ବାର ୫୫ ଲକ୍ଷ ଟଙ୍କା ପଠାଇବାକୁ କୁହାଯାଇଥିଲା। କିନ୍ତୁ ଯୁବତୀ ଜଣକ ଟଙ୍କା ନ ଥିବା କହିଥିଲେ। ଠକମାନେ ତାଙ୍କୁ ଲୋନ୍ କରି ଟଙ୍କା ଦେବାକୁ ପ୍ରବର୍ତ୍ତାଇଥିଲେ। ଶେଷରେ ଯୁବତୀ ୪୦ ଲକ୍ଷ ଟଙ୍କା ଲୋନ କରି ଜାନୁୟାରୀ ୩ରେ ପଠାଇଥିଲେ। ୨/୩ ଦିନ ମଧ୍ୟରେ ସମସ୍ତ ଟଙ୍କା ଫେରସ୍ତ କରିଦିଆଯିବ ବୋଲି ଯୁବତୀଙ୍କୁ କୁହାଯାଇଥିଲା। କିନ୍ତୁ ଜାନୁୟାରୀ ୮ ତାରିଖ ସୁଦ୍ଧା ଟଙ୍କା ନ ମିଳିବାରୁ ଯୁବତୀ ଜଣକ ଠକେଇର ଶିକାର ହୋଇଥିବା ଜାଣିବାକୁ ପାଇଥିଲେ। ଶେଷରେ ଏ ନେଇ ସେ ପୁଲିସର ଦ୍ବାରସ୍ଥ ହୋଇଥିଲେ।

Hot this week

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

Related Articles

Popular Categories