www.samajalive.in
Saturday, December 6, 2025
26.1 C
Bhubaneswar

ପୁଅକୁ ଛୁରି ଭୁସି ହତ୍ୟା କଲା ବାପା

ବାଲିଗୁଡା : ପୁଅକୁ ଛୁରି ଭୁସି ହତ୍ୟା କଲା ବାପା। ଏଭଳି ଏକ ଅଭାବନୀୟ ଘଟଣା ଶନିବାର କନ୍ଧମାଳ ବାଲିଗୁଡା ଥାନା ସିଙ୍ଗମିଲା ଗାଁରେ ଘଟିଛି। ମୃତକ ହେଲେ ୨୦ ବର୍ଷର ପୁଅ ଜିତେନ୍ଦ୍ର ମଲ୍ଲିକ। ଅଭିଯୁକ୍ତ ବାପା ହେଲେ ପ୍ରାଣେଶ୍ୱର। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିବା ସହ ଅଭିଯୁକ୍ତ ବାପାକୁ ପଚରାଉଚରା କରୁଛି।
ମିଳିଥିବା ସୂଚନାନୁଯାୟୀ, ପାରିବାରିକ କଳହକୁ ନେଇ ଏହି ହତ୍ୟାକାଣ୍ଡ ଘଟିଛି ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡିଛି। ହତ୍ୟା ପରେ ଅଭିଯୁକ୍ତ ବାପା ପ୍ରାଣେଶ୍ୱର ଥାନାରେ ଆତ୍ମସମର୍ପଣ କରିଛି। ପୁଲିସ ଘଟଣାର ତଦନ୍ତ ଜାରି ରଖିଛି।

ମକର ସଂକ୍ରାନ୍ତିରେ ରାଶି ଅନୁଯାୟୀ ଏସବୁ କରନ୍ତୁ ଦାନ, ସୂର୍ଯ୍ୟ କରିବେ ଭାଗ୍ୟଶାଳୀ, ମିଳିବ ସୁଖମୟ ଜୀବନ, ଧନ, ରହିବେ ନିରୋଗ..

‘ଆଉ ମୋ ମୁହଁ ଦେଖିପାରିବନି’…ଏମିତି କହି ଗାଜିଆବାଦରେ ଆତ୍ମହତ୍ୟା କଲେ ସ୍ୱାମୀ, ଖବର ଶୁଣି ଦିଲ୍ଲୀରେ ଜୀବନ ହାରିଲେ ସ୍ତ୍ରୀ

- Advertisement -

Hot this week

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

Related Articles

Popular Categories