www.samajalive.in
Tuesday, December 9, 2025
26.1 C
Bhubaneswar

ବ୍ୟାଙ୍କ ସେବା ଅଚଳ; ଗ୍ରାହକ ହନ୍ତସନ୍ତ

କଲମପୁର : କଳାହାଣ୍ଡି ଜିଲା ଥୁଆମୁଳ ରାମପୁରରେ ବ୍ୟାଙ୍କ ସେବା ଅଚଳ ହୋଇଯିବାରୁ ଗ୍ରାହକ ହନ୍ତସନ୍ତ ହେଉଥିବା ଜଣାପଡିଛି। ଆଉ ଦୁଇ ଦିନ ପରେ ପାଳିତ ହେବ ଆଦିବାସୀ ପରମ୍ପରାର ପର୍ବ ‘ଟୋକିମରା’।  ଏଭଳି ଉତ୍ସବ ସମୟରେ ବ୍ୟାଙ୍କରେ ଟଙ୍କାର ଅଭାବ ଆଦିବାସୀଙ୍କୁ ହତୋତ୍ସାହିତ କରି ଦେଉଛି। ବ୍ୟାଙ୍କକୁ ଟଙ୍କା ନେବା ପାଇଁ ଆସି ନିରାଶ ହୋଇ ଫେରୁଛନ୍ତି ଗ୍ରାହକ। ଯାହା ଫଳେରେ ଆଦିବାସୀ ମାନଙ୍କ ଏହି ମହାନ ପର୍ବ ଫିକା ପଡିବାକୁ ଯାଉଛି।
ଗତ ସପ୍ତାହରେ ଧର୍ମଘଟ କାରଣରୁ କ୍ରମାଗତ ଭାବେ ୩ ଦିନ ଧରି ବ୍ୟାଙ୍କ ସେବା ଅଚଳ ରହିଥିଲା। ପରବର୍ତ୍ତି ସମୟରେ ବ୍ୟାଙ୍କ ଖୋଲାଯାଇଥିଲେ ମଧ୍ୟ ବ୍ୟାଙ୍କରେ ଆବଶ୍ୟକ ସଂଖ୍ୟକ ଟଙ୍କା ଅଭାବ ଦେଖା ଦେଇଥିଲା। ଏଭଳିସ୍ଥିତିରେ ଗତ ବୁଧବାର ଦିନ ବ୍ୟାଙ୍କକୁ ସଂଯୋଗ ହୋଇଥିବା ବିଦ୍ୟୁତ୍‍ ଟ୍ରାନ୍ସଫର୍ମରରେ ଏକ ମାଙ୍କଡ ପଡିଯିବାରୁ ବିଦ୍ୟୁତ୍‍ ବିଭ୍ରାଟ ଘଟି ଦୀର୍ଘ ସମୟ ଧରି ବ୍ୟାଙ୍କ ସେବା ଅଚଳ ହୋଇ ପଡିଥିଲା। ଯାହା ଫଳରେ ବ୍ୟାଙ୍କକୁ ଟଙ୍କା ଉଠାଣ ପାଇଁ ଆସୁଥିବା ହିତାଧିକାରୀ ଦୀର୍ଘ ସମୟ ଧରି ଅପେକ୍ଷା କରି ନିରାଶ ହେଇ ଫେରୁଛନ୍ତି।

ସୂଚନଯୋଗ୍ୟ ଯେ, ଥୁଆମୁଳ ରାମପୁର ଠାରେ ଏକମାତ୍ର ଜାତୀୟ ବ୍ୟାଙ୍କ ଭାବେ ଭାରତୀୟ ଷ୍ଟେଟ ବ୍ୟାଙ୍କର ଏକ ଶାଖା ରହିଛି। ଯେଉଁଥିରେ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନାର ଅର୍ଥ ଜମା ରହୁଛି। ଗ୍ରାହକ ମଧ୍ୟ ଏହି ବ୍ୟାଙ୍କର ଶାଖାରେ ନିଜ ଆକାଉଣ୍ଟ ଖୋଲିଛନ୍ତି। ଯେଉଁଥିରେ ସରକାରଙ୍କ ବିଭିନ୍ନ ଯୋଜନାର ଅର୍ଥ ଉଠାଣ କରୁଛନ୍ତି । ଏହାସହ ରାଜ୍ୟ ବାହାରକୁ ଦାଦନ ଖଟିଯାଇଥିବା ଶ୍ରମିକ ମଧ୍ୟ ନିଜ ପରିବାର ପାଇଁ ଏହି ବ୍ୟାଙ୍କ ଆକାଉଣ୍ଟ ମାଧ୍ୟମରେ ଟଙ୍କା ଜମା କରି ଆସୁଛନ୍ତି। କିନ୍ତୁ ପରିତାପର ବିଷୟ ଏହି ଟଙ୍କା ଉଠାଣ ପାଇଁ ବ୍ୟାଙ୍କ କାର୍ଯ୍ୟାଳୟ ଠାରୁ ୩୦ରୁ ୫୦ କିଲୋମିଟର ଦୂରରେ ଥିବା ଗୋପିନାଥପୁର, ଓଡ୍ରି, ମାଳିଗାଁ, ଇନ୍ଦ୍ରାବତୀ ଜଳ ଭଣ୍ଡାର ମଧ୍ୟରେ ଥିବା ବିଭିନ୍ନ ଗାଁର ହିତାଧିକାରୀଙ୍କ ସମେତ ନାକରୁଣ୍ଡି, କର୍ଲାପାଟ, ଗୁଣପୁର ଆଦି ଅଞ୍ଚଳର ଗ୍ରାହକ ଯେତେବେଳେ ଟଙ୍କା ଉଠାଣ ପାଇଁ ଥୁଆମଉଲ ରାମପୁରକୁ ଆସୁଛନ୍ତି ସେତେବେଳେ ବ୍ୟାଙ୍କ କର୍ତ୍ତୃପକ୍ଷଙ୍କ ଦ୍ୱାରା ଟଙ୍କା ଅଭାବ ଦର୍ଶାଯାଉଛି। ଯାହାଦ୍ବାରା ଲୋକେ ନିରାଶ ହୋଇ ଫେରୁଛନ୍ତି । ତେଣୁ ତୁରନ୍ତ ଏହାର ଏକ ସମାଧାନ ପାଇଁ ବ୍ୟାଙ୍କ କର୍ତ୍ତୃପକ୍ଷ ଗୁରୁତ୍ୱ ଦେବା ପାଇଁ ସାଧାରଣରେ ଦାବି ହେଉଛି।
ଏନେଇ ବ୍ୟାଙ୍କ ଶାଖା ପରିଚାଳକ ଚନ୍ଦ୍ର ଶେଖର ସାହୁଙ୍କ ସହିତ ଯୋଗାଯୋଗ କରାଯାଇଥିଲା। ସେ କହିଥିଲେ- ବ୍ୟାଙ୍କରେ ୫୦ ଲକ୍ଷ ସୀମା ଭିତରେ କାରବାର କରାଯିବାର ଧାର୍ଯ୍ୟ ରହିଛି। କିନ୍ତୁ ଗ୍ରାହକ ଅଧିକ ଟଙ୍କା ଉଠାଣ କରୁଛନ୍ତି। ଏଣୁ ଅଧିକ ଟଙ୍କା ଯୋଗାଇବା ପାଇଁ ଉଚ୍ଚ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି। ଏହି ବ୍ୟାଙ୍କ ମାଧ୍ୟମରେ କେବଳ ଟଙ୍କା ଉଠାଣ ହେଉଛି କିନ୍ତୁ ଏହି ଅଞ୍ଚଳର ଗ୍ରାହକଙ୍କ ଠାରୁ ଜମା ହେଉନଥିବାରୁ ଅନେକ ସମୟରେ ଟଙ୍କାର ଅଭାବ ଦେଖା ଦେଉଛି ବୋଲି ସୂଚନା ଦେଇଥିଲେ। ଏନେଇ ଆଞ୍ଚଳିକ ପ୍ୱନ୍ଧକ ରବିନ୍ଦ୍ର କୁମାର ସେନାପତିଙ୍କ ସହିତ ଯୋଗାଯୋଗ କରାଯାଇଥିଲା କେବଳ ସେ କହିଥିଲେ- ଥୁଆମୁଳ ରାମପୁର ନୁହେଁ ସମଗ୍ର କଳାହାଣ୍ଡି ଜିଲାର ବ୍ୟାଙ୍କ ସମୂହରେ ଏଭଳି ସମସ୍ୟା ଦେଖା ଦେଇଛି। ବର୍ତ୍ତମାନ ଧାନ ଅମଳ ସମୟ ଓ କୃଷକ ସେମାନଙ୍କ ଧାନ ବିକ୍ରି ପ୍ରାପ୍ୟ ଉଠାଣ କରୁଛନ୍ତି। ଏହାସହ ଧର୍ମଗଡ ଅଞ୍ଚଳର ବିଭିନ୍ନ ଏ.ଟି.ଏମରୁ ଛତିଶଗଡ ଲୋକ ଟଙ୍କା ଉଠାଣ କରୁଛନ୍ତି। ଯେଉଁଥି ପାଇଁ ଅଧିକ ପରିମାଣରେ ଟଙ୍କା ଯୋଗାଇବା ସମ୍ଭବ ହେଉ ନାହିଁ। ଆଗାମୀ କିଛି ଦିନ ପରେ ସରକାରଙ୍କ ‘କାଳିଆ’ ଯୋଜନାର ଟଙ୍କା ଆକାଉଣ୍ଟକୁ ଆସିବ ଏବଂ ସେହି ସମୟରେ ପୁଣି ବ୍ୟାଙ୍କ ସବୁରେ ଟଙ୍କାର ଅଭାବ ଦେଖା ଦେବାର ଆଶଙ୍କା ରହିଛି। ଏହାସହ ଥୁଆମୁଳ ରାମପୁର ଶାଖାକୁ ଟଙ୍କା ଯୋଗାଣ କରିବାରେ ନିରାପତା ନେଇ ସମସ୍ୟା ରହିଛି। ଅଧିକ ପରିମାଣରେ ଟଙ୍କା ପଠାଇବା ସୁରକ୍ଷିତ ନୁହେଁ। ସମସ୍ତ ପ୍ରକାର ସମସ୍ୟାକୁ ଦୃଷ୍ଟିରେ ରଖି ବ୍ୟାଙ୍କ ତରଫରୁ ପଦକ୍ଷେପ ନିଆଯାଉଛି୍‍ ବୋଲି ଶ୍ରୀ ସେନାପତି ମତବ୍ୟକ୍ତ କରିଥିଲେ।

Hot this week

କେଉଁ ଡାଲି ଶରୀର ପାଇଁ ଜରୁରୀ: ରକ୍ତଚାପ, କୋଲେଷ୍ଟ୍ରଲ ଏବଂ ଓଜନ ମଧ୍ୟ ହ୍ରାସ ପାଇଥାଏ

ସମାଜ ଡିଜିଟାଲ ଡେସ୍କ: ଡାଲି ପୁଷ୍ଟିସାରରେ ଭରପୂର ରହିଥାଏ। ଏଥିରେ ପ୍ରଚୁର...

ସରିଲା ଶୀତକାଳୀନ ଅଧିବେଶନ

ଭୁବନେଶ୍ଵର: ସରିଲା ବିଧାନସଭା ଶୀତକାଳୀନ ଅଧିବେଶନ। ନିର୍ଦ୍ଧାରିତ ସମୟ ପୂର୍ବରୁ ଅଧିବେଶନ...

ବିଦ୍ୟୁତ୍ ତାର ଲାଗି ତାଲିମ ବିମାନ ଦୁର୍ଘଟଣା

ସମାଜ ଲାଇଭ ଡ଼େସ୍କ : ମଧ୍ୟପ୍ରଦେଶର ସିଓନିରେ ଏକ ତାଲିମ ବିମାନ...

ଅଜବ ନିଶା: କାରରେ ଭିଆଇପି ନମ୍ବର ପାଇଁ ୨୭ଲକ୍ଷ ଟଙ୍କାର ନିଲାମ, ଭାଙ୍ଗିଲା ସବୁ ରେକର୍ଡ

ସମାଜ ଡିଜିଟାଲ ଡେସ୍କ: ଉତ୍ତର ପ୍ରଦେଶର ନୋଏଡାରେ ଏକ ଅଜବ ଘଟଣା...

ଶିକାରୀ ଫାଶରେ ପଡିଲା କଲରାପତରିଆ

ଅନୁଗୁଳ : ଶିକାରୀ ଫାଶରେ ପଡିଲା କଲରାପତରିଆ। ଅନୁଗୋଳ ବନଖଣ୍ଡ କରତପଟା...

Related Articles

Popular Categories