www.samajalive.in
Tuesday, December 9, 2025
23.1 C
Bhubaneswar

ଅଦିନିଆଁ ବର୍ଷା ଭାଙ୍ଗିଛି ଚାଷୀଙ୍କ ଅଣ୍ଟା, ବିଲ ଓ ଖଳାରେ ଭିଜୁଛି ବର୍ଷକର ଅମଳ

ଝାରସୁଗୁଡ଼ା: ରବିବାର ରାତିଠାରୁ ଲଗାଣ ଭାବରେ ବର୍ଷୁଥିବା ଅଦିନିଆଁ ବର୍ଷାରେ ଚାଷୀଙ୍କର ବର୍ଷକର ପରିଶ୍ରମ ଗଜା ହେଉଥିବା ଦେଖି ଚାଷୀଙ୍କ ଅଣ୍ଟା ଭାଙ୍ଗି ଯାଇଛି । ରବିବାର ସଂନ୍ଧ୍ୟାରୁ ଝାରସୁଗୁଡ଼ା ଜିଲାରେ ଘୁର୍ଣ୍ଣିଝଡ଼ ‘ପେଥାଇ’ କାରଣରୁ ବର୍ଷା ଆରମ୍ଭ ହୋଇଯାଇଛି । ବିଶେଷ ଭାବରେ ସୋମବାର ଝାରସୁଗୁଡ଼ା ଜିଲାରେ ପାଣିପାଗ ବିଭାଗ ପକ୍ଷରୁ ଜିଲାର ୫ ଟି ବ୍ଲକ ଝାରସୁଗୁଡ଼ାରେ ସର୍ବାଧିକ ୨୪ ମିଲିମିଟର ବର୍ଷା ରେକର୍ଡ଼ କରାଯାଇଥିବା ବେଳେ କୋଲାବିରାରେ ୨ ମିଲିମିଟର, ଲଇକେରାରେ ୧୦.୨ ମିଲିମିଟର, କିର୍ମିରାରେ ୨.୨ ମିଲିମିଟର ଓ ଲଖନପୁରରେ ୧୦.୫ ମିଟିମିଟର ମୋଟ ଜିଲାରେ ୪୮.୯ ମିଲିମିଟର ବର୍ଷା ରେକର୍ଡ଼ କରାଯାଇଛି । ଏହି ଅଦିିନିଆଁ ବର୍ଷାରେ ଚାଷୀକୂଳ ଏକ ପ୍ରକାର ଭାଙ୍ଗିପଡ଼ିଛି । ପୂର୍ବରୁ ବର୍ଷା ଅଭାବରୁ ଚାଷୀ ମାନେ ବହୁ କଷ୍ଟରେ ଧାନ ଫସଲକୁ ରକ୍ଷା କରିବାରେ ସଫଳ ହୋଇଛନ୍ତି । ଧାନ ଅମଳ ସମୟରେ ହଠାତ ଏହି ଅଦିନିଆଁ ବର୍ଷା । ଯେଉଁ ଚାଷୀମାନେ ଧାନ ବିଲରୁ କାଟିନଥିଲେ ବର୍ଷାଯୋଗୁ ବିଲରେ ବର୍ଷାପାଣି ଭରି ରହିଯିବାରୁ ବିଲରେ ଧାନ ଗଜା ହେବା ସୁନିଶ୍ଚିତ । ଏହି ପରିସ୍ଥିତିରେ ବିଲରୁ ଧାନ ଛାଣି ଆଣିବା ମଧ୍ୟ ସମ୍ଭବପର ନୁହଁ । ଯେଉଁ ଚାଷୀ ମାନେ ଖଳାରେ ଧାନ ରଖିଥିଲେ ସେମାନଙ୍କର ମଧ୍ୟ ଧାନ ଖରିରେ ପଚି ଗଜାହେବା ସୁନିଶ୍ଚିତ । ପୂର୍ବରୁ ବର୍ଷା ଅଭାବରୁ ଧାନକୁ ବହୁ କଷ୍ଟରେ ବଞ୍ଚାଇଥିବା ଚାଷୀ ଏବେ ଅଦିନିଆଁ ବର୍ଷାରେ ନିଜର ଆଖି ଆଗରେ ଧାନ ନଷ୍ଟହେବା ଦେଖିବାକୁ ବାଧ୍ୟ ହେଉଛି । ଅନେକ ଚାଷୀ ଧାନ ନେଇ ମଣ୍ଡିକୁ ଯାଇଥିବାବେଳେ ସେଠାରେ ମଧ୍ୟ ଧାନ ଭିଜି ଉଦା ହେଇଥିବାର ଅଭିଯୋଗ ହୋଇଛି । ଏନେଇ ଜିଲା ଖାଉଟି ଅଧିକାରୀ ଉଦିତ ନାରାୟଣ ପଟ୍ଟନାୟକଙ୍କୁ ପଚାରିବାରୁ ଚାଷୀଙ୍କ ଧାନ ବର୍ଷାପାଣିରେ ମଣ୍ଡି ମାନଙ୍କରେ ଓଦା ହୋଇଥିବାର ତାଙ୍କ ପାଖକୁ କୌଣସି ଖବର ଆସିନାହିଁ । ତେବେ ଚାଷୀ ମଣ୍ଡିକୁ ଆସିବା ମାତ୍ରେ ଧାନ କିଣିନେଇଯିବାର ବ୍ୟବସ୍ଥା କରାଯାଇଥିବାର ଶ୍ରୀ ପଟ୍ଟନାୟକ କହିଛନ୍ତି । ଅଦିନିଆଁ ବର୍ଷାରେ କେଉଁ ବ୍ଲକରେ କେତେ ଧାନ ନଷ୍ଟ ହୋଇଛି ଏନେଇ ଜିଲା କୃଷି ଅଧିକାରୀ ପୁସ୍ପସ କୁମାର ପୂଜାରୀଙ୍କୁ ପଚାରିବାରୁ ସେ କହିଲେ- ସୋମବାର ସକାଳେ ବର୍ଷା ହେଉଛି ଓ କୋଶଳ ବନ୍ଦଥିବାରୁ ଅଫିସକୁ ଯାଇପାରିନାହୁଁ । ଏଣୁ କ୍ଷୟକ୍ଷତିର ଆକଳନ ହେଇପାରି ନାହି ବୋଲି ଶ୍ରୀ ପୂଝାରୀ କହିଛନ୍ତି ।

Hot this week

୧୬ରେ ସୂର୍ଯ୍ୟଙ୍କ ଭ୍ରମଣ: ୭ଟି ରାଶି ପାଇଁ ଚ୍ୟାଲେଞ୍ଜ, ନୂତନ ବର୍ଷରେ କ୍ଷତି ହୋଇପାରେ

ସମାଜ ଡିଜିଟାଲ ଡେସ୍କ: ଗ୍ରହମାନଙ୍କର ରାଜା ସୂର୍ଯ୍ୟ, ଡିସେମ୍ବର ୧୬ ତାରିଖ...

ଶ୍ରୀଜଗନ୍ନାଥଙ୍କ ଦର୍ଶନ କଲେ ଭାରତୀୟ ଖେଳାଳି

ସମାଜ ଡିଜିଟାଲ ଡେସ୍କ: ମ୍ୟାଚ ପୂର୍ବରୁ ପୁରୀ ଯାଇ ମହାପ୍ରଭୁଙ୍କ ଦର୍ଶନ...

ଦୁର୍ନୀତି : ବିକାଶରେ ବାଧା

ଦୁର୍ନୀତି ବିରୋଧରେ ଶୂନ୍ୟ ସହନଶୀଳତା ନୀତି ଆପଣା ଯାଉଛି। ମାତ୍ର ଭାରତ...

୨୦୨୬ରେ ଦୁଇ ଥର ଚଳନ କରିବେ ରାହୁ: ଏହି ରାଶିରେ ବର୍ଷିବ ଧନ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷ, ନୂଆ ଆଶା ନେଇ ଆସୁଛି...

ସେନସେକ୍ସ ୬୧୦ ପଏଣ୍ଟ ଓ ନିଫ୍ଟି ୨୨୬ ପଏଣ୍ଟ ହ୍ରାସ

ନୂଆଦିଲ୍ଲୀ : ଘରୋଇ ଇକ୍ୱିଟି ସୂଚକାଙ୍କ ସୋମବାର ହ୍ରାସ ପାଇଛି। ସୂଚକାଙ୍କଗୁଡ଼ିକ...

Related Articles

Popular Categories