www.samajalive.in
Saturday, December 6, 2025
19.1 C
Bhubaneswar

ଶାଢି କହୁଛି ପରମ୍ପରାର କଥା… ବାନ୍ଧଶିଳ୍ପୀ ଟିକାୟତଙ୍କ ‘ପୁରା ଉଆଁସ’ ଶାଢି

ବୀରମହାରାଜପୁର: ସୋମବାର ଥିଲା ସପ୍ତପୁରୀ ଅମାବାସ୍ୟା। ପଶ୍ଚିମ ଓଡ଼ିଶାର ଗାଁ ଗାଁରେ ଏହିଦିନ ପାଳିତ ହୋଇଥିଲା ପାରମ୍ପରିକ ‘ପୁରା ଉଆଁସ’ ପର୍ବ। ପରୋକ୍ଷ ଭାବରେ ଛୋଟ ଶିଶୁମାନଙ୍କୁ ବାଲ୍ୟକାଳରୁ ଘରକରଣା ବିଷୟରେ ଶିକ୍ଷା ଦିଆଯାଉଥିବା ଏହି ପର୍ବରେ ଛୋଟ ଛୋଟ ବାଳକ ମାନେ ମାଟି ଓ କାଠରେ ତିଆରି ହାତୀ, ଘୋଡ଼ା, ମାଙ୍କଡ ଆଦି ଗାଁ ଦାଣ୍ଡରେ ଟାଣୁ ଥିବାବେଳେ ବାଳିକାମାନେ କୁଣ୍ଢି କାଞ୍ଚିର ଖେଳ ଖେଳିବା ସହ ସେମାନଙ୍କୁ ବନ୍ଦାପନା କରିବାର ପରମ୍ପରା ରହିଆସିଛି। ଏହାଦ୍ୱାରା ବାଳିକାମାନେ ବଡହେଲେ ପରିବାର ଚଳାଇବାର କଳା ଶିଖିଥାନ୍ତି। ସେହିଭଳି ପୁଅମାନେ ଘୋଡା, ହାତୀ ଟଣାରୁ ବୀରତ୍ବ ଓ ସୁରକ୍ଷା କଥା ଶିକ୍ଷା କରିଥାନ୍ତି। ତେବେ କ୍ରମଶଃ ଲୁପ୍ତ ହେବାକୁ ବସିଥିବା ଏହି ପାରମ୍ପାରିକ ପର୍ବକୁ ଶାଢିରେ ରୂପ ଦେଇଛନ୍ତି ଜଣେ ଯୁବ ବାନ୍ଧଶିଳ୍ପୀ ଟିକାୟତ ମେହେର। ସେ ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ହନୁମାନପାଲି ଗ୍ରାମର ବାସିନ୍ଦା।

- Advertisement -

ସୁକ୍ଷ୍ମ ପାଟ ସୁତାରେ ପ୍ରସ୍ତୁତ ହୋଇଥିବା ଏହି ଶାଢିରେ ‘ପୁରା ଉଆଁସ’ ବୋଲି ଲେଖା ଥାଇ ଏହି ସମୟରେ ପିଲାମାନେ ଖେଳୁଥିବା କୁଂଢି, କାଂଚି, ହାତୀ, ଘୋଡା ଆଦି ସବୁ କିଛିର ଛାପ ରହିଛି। ଏହି ଶାଢୀଟିକୁ ପ୍ରସ୍ତୁତ ରକିବାକୁ ଦୁଇମାସ ସମୟ ଲାଗି ଥିବାବେଳେ ପୁରା ପରିବାର ଏଥିରେ ସହଯୋଗ କରିଥିବା ସେ କହିଛନ୍ତି। ଟିକାୟତ ଏହା ପୂର୍ବରୁ ବିଭିନ୍ନ ଭାଷାରେ ‘ଜୁହାର’ ଶବ୍ଦ ଲେଖାଥିବା ‘ଜୁହାର ସିଲ୍କ ଶାଢି’ ପ୍ରସ୍ତୁତ କରି ଚର୍ଚ୍ଚାକୁ ଆସିଥିଲେ। ଏହି ଶାଢି ପାଇଁ ସେ ୨୦୧୯-୨୦ ବର୍ଷ ପାଇଁ ରାଜ୍ୟ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ଦ୍ବାରା ପୁରସ୍କୃତ ମଧ୍ୟ ହୋଇଥିଲେ।

 

Hot this week

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

Related Articles

Popular Categories