www.samajalive.in
Saturday, December 6, 2025
16.1 C
Bhubaneswar

ଚିକିଟି ମଦ ମୃତ୍ୟୁ ମାମଲା: ଆଖି ବୁଜିଲେ ଆଉ ଜଣେ, ସଂଖ୍ୟା ୫କୁ ବୃଦ୍ଧି

ବ୍ରହ୍ମପୁର/ଚିକିଟି : ଗଞ୍ଜାମ ଜିଲା ଚିକିଟିରେ ଅପମିଶ୍ରିତ ମଦ ପିଇ ଚିକିତ୍ସିତ ହେଉଥିବା ଆଉ ଜଣେ ଅସୁସ୍ଥ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି। ଏମକେସିଜି ମେଡିକାଲର ଆଇସିୟୁରେ ଚିକିତ୍ସିତ ହେଉଥିବା ଚିକିଟି ଜେନାପୁରର ପ୍ରଦୀପ କୁମାର ବେହେରା ଙ୍କ ​ସୋମବାର ସନ୍ଧ୍ୟାରେ ମୃତ୍ୟୁ ହୋଇଛି। ପ୍ରଦୀପଙ୍କୁ ମିଶାଇ ଅପମିଶ୍ରିତ ମଦ ପିଇ ମୃତ୍ୟୁ ସଂଖ୍ୟା ୫ରେ ପହଞ୍ଚିଛି। ପ୍ରାଣ ହରାଇଥିବା ପ୍ରଦୀପ ଜଣେ ଦିନ ମଜୁରିଆ ଥିଲେ। ତାଙ୍କ ଘରେ ସ୍ତ୍ରୀ ଓ ଦୁଇ ଝିଅଙ୍କ ସମେତ ଜଣେ ଭଉଣୀ ରହିଛନ୍ତି। ପ୍ରଦୀପଙ୍କ ମୃତ୍ୟୁ ପରେ ତାଙ୍କ ଘର ପୁରୁଷ ଶୂନ୍ୟ ହୋଇଯାଇଛି। ଗତ ୧୯ରେ ଘଟିଥିବା ମଦମୃତ୍ୟୁ ଘଟଣାରେ ପୂର୍ବରୁ ଜେନାପୁରର ଜୁର ବେହେରା , ଲୋକନାଥ ବେହେରା , ଲକ୍ଷ୍ମଣ ବେହେରା , ବାୟା ସେଠୀ ଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି।

Hot this week

ଗୋପବନ୍ଧୁ ଐତିହ୍ୟର ବାହକ

ଉତ୍କଳ ଗୌରବ ମଧୁସୂଦନ ଦାସଙ୍କୁ ଶେଷ ଜୀବନରେ ମହାନ ବର୍ଷୀୟାନ ପୁରୁଷ...

ଆତଙ୍କବାଦ ବିରୋଧରେ ସାଲିସ ବିହୀନ ଲଢ଼େଇ: ବିଶ୍ବ ସମୁଦାୟକୁ ଭାରତ-ରୁଷ୍‌ର ମିଳିତ ଆହ୍ବାନ

ନୂଆଦିଲ୍ଲୀ: ଆତଙ୍କବାଦ ବିରୋଧରେ ସାଲିସ୍ ବିହୀନ ଲଢେଇ ପାଇଁ ବିଶ୍ବ ସମୁଦାୟକୁ...

ସ୍ବାମୀ ଓ ଗର୍ଭବତୀ ସ୍ତ୍ରୀ ମୃତ; ବର୍ତ୍ତିଲା ୩ ବର୍ଷର ଶିଶୁ

ଦିଗପହଣ୍ଡି: ଗଞ୍ଜାମ ଜିଲାର ଦିଗପହଣ୍ଡି-ବ୍ରହ୍ମପୁର ରାସ୍ତାର ମାଁ କୁରେଇଶୁଣୀ ମନ୍ଦିର ନିକଟରେ...

ଖଣି ଅଧିକାରୀଙ୍କ ଠାରୁ ୩ଟ୍ରକ ଛଡାଇ ନେଲେ ମାଫିଆ

ସୋର: ଖଣି ବିଭାଗ ଠାରୁ ଛଡାଇ ନେଲେ ତିନି ଟ୍ରକ ।...

ପଦ୍ମଭୂଷଣ ଡ. ରାଧାନାଥ ରଥଙ୍କ ୧୨୯ ତମ ଜୟନ୍ତୀ: ସେମାନଙ୍କ ଦୃଷ୍ଟିରେ ବାବୁଜୀ

ପ୍ରେରଣାର ଉତ୍ସ ଡକ୍ଟର ରଥ ଦୀର୍ଘକାଳ ଧରି ଓଡ଼ିଶାର ସାଧାରଣ ଜୀବନ ସହିତ...

Related Articles

Popular Categories