www.samajalive.in
Saturday, December 6, 2025
17.1 C
Bhubaneswar

ଦୀପାଳିଙ୍କ ଆବେଦନ ଗୃହୀତ; ପୁନଃ ଯାଞ୍ଚ ହେବ ଇଭିଏମ

ସମାଜ ଡିଜିଟାଲ ଡେସ୍କ: ୨୦୨୪ ନିର୍ବାଚନରେ ଝାରସୁଗୁଡ଼ାରେ ଇଭିଏମ୍‌ ହେରଫେର ପ୍ରସଙ୍ଗରେ ପୂର୍ବତନ ବିଧାୟିକା ଦୀପାଳି ଦାସଙ୍କ ଆବେଦନକୁ ଗ୍ରହଣ କରିଛନ୍ତି ନିର୍ବାଚନ ଆୟୋଗ। ଆବେଦନ ଗ୍ରହଣ ପରେ ଏବେ ପୁନଃ ଯାଞ୍ଚ ହେବ ୧୩ଟି ମତଦାନ କେନ୍ଦ୍ରର ଇଭିଏମ୍। ବିଜେଡି ବିଧାୟିକା ପ୍ରାର୍ଥୀ ଦୀପାଳି ଦାସ ନିର୍ବାଚନ ଫଳାଫଳରେ ଅନିୟମିତତା ହୋଇଥିବା ଅଭିଯୋଗ କରିଥିଲେ। ଏନେଇ ଜିଲା ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟରେ ସେ ଯାଞ୍ଚ ପାଇଁ ଆବେଦନ କରିଥିଲେ। ଆଜି ତାଙ୍କ ଆବେଦନକୁ ଗ୍ରହଣ କରିଛନ୍ତି ନିର୍ବାଚନ ଆୟୋଗ। ଝାରସୁଗୁଡାର ୧୩ଟି ମତଦାନ କେନ୍ଦ୍ରର ଇଭିଏମ୍‌ ଯାଞ୍ଚ କରିବା ପାଇଁ ନିର୍ବାଚନ ଆୟୋଗ ଅନୁମତି ଦେଇଛନ୍ତି।

Hot this week

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

Related Articles

Popular Categories