www.samajalive.in
Friday, December 5, 2025
26.1 C
Bhubaneswar

ବିନା ଯୁଦ୍ଧରେ ହାରିବ ଚୀନ, ସମୁଦ୍ର ତଳେ ଲୁଚିଥିବା ଖଣିଜ ପାହାଡ଼ ଉପରେ ଭାରତକୁ ମିଳିବ ଅଧିକାର

ସମାଜ ଡିଜିଟାଲ ଡେସ୍କ: ହିନ୍ଦ ମହାସାଗରରେ ସମୁଦ୍ର ତଳେ ଲୁଚି ରହିଥିବା ଅଫାନ୍‌‌ସେ ନିକିତିନ ସିମାଉଣ୍ଟ ପାହାଡ଼ ଉପରେ ଭାରତକୁ ମିଳିବ ଅଧିକାର। ସମୁଦ୍ର ଭିତରେ ଲୁଚିଥିବା ପ୍ରଚୁର ପରିମାଣର ଖଣିଜ ସମ୍ପଦ ଉପରେ ଚୀନ ଅଧିକାର ବିସ୍ତାର କରିବାକୁ ଉଦ୍ୟମ କରୁଥିବାବେଳେ ଏହା ପୂର୍ବରୁ ବିନା ଯୁଦ୍ଧରେ ବିଜୟୀ ହେବାକୁ ଯାଉଛି ଭାରତ। କୁଟନୈତିକ ସ୍ତରରେ ସିମାଉଣ୍ଟ ପାହାଡ଼ରେ ଭରି ରହିଥିବା ପ୍ରାକୃତିକ ସମ୍ପଦକୁ ହାସଲ କରିବ ଭାରତ।

ହିନ୍ଦ ମହାସାଗର ତଳେ ଲୁଚି ରହିଛି ଏହି ପାହାଡ଼। ୩ ହଜାର ବର୍ଗ କିଲୋମିଟର ଅଞ୍ଚଳରେ ପରିବ୍ୟାପ୍ତ ଏହି ପାହାଡ଼ରେ ଭରି ରହିଛି ପ୍ରଚୁର ପରିମାଣର କୋବାଲ୍ଟ। ଏହି ପାହାଡ଼କୁ ନେଇ ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ପୂର୍ବରୁ ଛକାପଞ୍ଝା ଲାଗି ରହିଥିଲା। ଭାରତ ଏଠାରେ ଉତଖନନ କରିବାକୁ ଚାହୁଁଥିଲା। କିନ୍ତୁ ସଫଳ ହୋଇ ନ ଥିଲା। ଭାରତ ଏଥିପାଇଁ ଜମାଇକାସ୍ଥିତ ଅନ୍ତର୍ଜାତୀୟ ସିବେଡ୍‌‌(ସମୁଦ୍ରଶଯ୍ୟା) କର୍ତ୍ତୃପକ୍ଷଙ୍କ ନିକଟରେ ଆବେଦନ କରିଥିଲା। କିନ୍ତୁ ଶ୍ରୀଲଙ୍କା ଏହି ଖଣିଜ ସମ୍ପଦ ଉପରେ ନିଜର ଅଧିକାର ଦାବି କରିପାରେ ବୋଲି ଦର୍ଶାଇ କର୍ତ୍ତୃପକ୍ଷ ଭାରତର ଅନୁରୋଧକୁ ଖାରଜ କରିଦେଇଥିଲେ।

- Advertisement -

ତେବେ ଭାରତ ପାଇଁ ଏବେ ଶ୍ରୀଲଙ୍କାଠାରୁ କୌଣସି ବିପଦ ନାହିଁ। ବରଂ ଶ୍ରୀଲଙ୍କାକୁ ଋଣ ଜାଲରେ ଫସାଇଥିବା ଚୀନଠାରୁ ରହିଛି ବିପଦ। ଚୀନ ବି ଏହି ପାହାଡ଼ ଉପରେ ନଜର ପକାଇଛି। ସାରା ବିଶ୍ୱରେ ମୋବାଇଲ ଫୋନଠାରୁ ଆରମ୍ଭ କରି ମୋଟରଯାନ ଏବଂ ଅସ୍ତ୍ରଶସ୍ତ୍ର ନିର୍ମାଣରେ କୋବାଲଟ ବ୍ୟବହାର କରାଯାଉଛି। ଭାରତ ୧୫ ବର୍ଷ ପର୍ଯ୍ୟନ୍ତ ଏହି ପାହାଡ଼ରେ ସର୍ବେକ୍ଷଣ କରିବା ଲାଗି ଅନ୍ତର୍ଜାତୀୟ ସମୁଦ୍ର ଶଯ୍ୟା କର୍ତ୍ତୃପକ୍ଷଙ୍କଠାରୁ ଅନୁମତି ଲୋଡ଼ିଥିଲା।

ଅନ୍ୟପଟେ ସାରା ବିଶ୍ୱରେ କୋବାଲ୍ଟ କ୍ଷେତ୍ରରେ ଚୀନର ପ୍ରାଧାନ୍ୟ ଅଧିକ ରହିଛି। ବିଶ୍ୱର ୭୦ ପ୍ରତିଶତ କୋବାଲ୍ଟ ଚୀନ ନିକଟରେ ରହିଛି। ସମୁଦ୍ର ତଳୁ କୋବାଲ୍ଟ ଉତଖନନ ସମ୍ପର୍କରେ ଭାରତର ଜଣେ ଅଧିକାରୀ କହିଛନ୍ତି, ଭାରତ ତୁରନ୍ତ ଉତଖନନ କରିବାକୁ ଚାହୁଁନାହିଁ। ସେହି ଅଞ୍ଚଳରେ ଭାରତ ନିଜର ଅଧିକାର ବିସ୍ତାର କରିବାକୁ ଚାହୁଁଛି। କାରଣ ଚୀନ ଏହାକୁ ନିଜ କବ୍‌‌ଜାକୁ ନେବା ପୂର୍ବରୁ ଭାରତ ନିଜର ଅଧିକାର ଜାହିର କରିବାକୁ ଚାହୁଁଛି। ଏଥିପାଇଁ ଭାରତର ଦାବି ବର୍ତ୍ତମାନ ସୁଦ୍ଧା ଦୃଢ଼ ରହିଛି। କାରଣ ଏହି ଅଞ୍ଚଳ କୌଣସି ଦେଶର ଆର୍ଥିକ କ୍ଷେତ୍ର ବାହାରେ ରହିଛି।

ବିଶେଷଜ୍ଞଙ୍କ ଅନୁସାରେ, ଭାରତ ସମୁଦ୍ର ତଳେ ନିଜର ଉତଖନନ କ୍ଷମତା ବୃଦ୍ଧି କରୁଛି। ୨୦୨୧ରେ ଭାରତ ଡିପ୍‌‌ ଓସିଅନ ମିଶନ ଆରମ୍ଭ କରିଥିଲା, ଯାହାଦ୍ୱାରା ସମୁଦ୍ର ଭିତରେ ଗବେଷଣା କରାଯାଇପାରିବ। ସମୁଦ୍ର ତଳେ ଲୁଚି ରହିଥିବା କୋବାଲ୍ଟ ଖଣିଜ ଉପରେ ଭାରତର ନଜର ରହିଛି। କାରଣ ଭାରତ ୨୦୭୦ ମସିହା ସୁଦ୍ଧା ଦେଶକୁ ଅଙ୍ଗାରକାମ୍ଳ ନିର୍ଗମନରୁ ମୁକ୍ତ କରିବାକୁ ଚାହୁଁଛି। ତେଣୁ ଭାରତ ପାଇଁ କୋବାଲ୍ଟର ଆବଶ୍ୟକତା ବେଶୀ ରହିଛି।

ଏସବୁ ମଧ୍ୟରେ ଶ୍ରୀଲଙ୍କା ଗଣମାଧ୍ୟମରେ ପ୍ରକାଶ ପାଇଛି ଏକ ରିପୋର୍ଟ, ଯେଉଁଥିରେ ଭାରତ ଏହି ମାମଲାରେ ଚୀନକୁ ପରାଜିତ କରି ସିମାଉଣ୍ଟ ପାହାଡ଼ ଉପରେ ନିଜର ଅଧିକାର ଜାହିର କରିବା ରାସ୍ତା ସୁଗମ ହୋଇଥିବା ଦର୍ଶାଯାଇଛି। ରିପୋର୍ଟରେ କୁହାଯାଇଛି ଯେ, ଶ୍ରୀଲଙ୍କା ରାଷ୍ଟ୍ରପତି ଭାରତକୁ ଉକ୍ତ ପାହାଡ଼ରେ ଉତଖନନ ଅଧିକାର ଦେବାକୁ ସହମତି ପ୍ରକାଶ କରିଛନ୍ତି। ଫଳରେ ଏଣିକି ଅନ୍ତର୍ଜାତୀୟ ସମୁଦ୍ର ଶଯ୍ୟା କର୍ତ୍ତୃପକ୍ଷ ଭାରତକୁ ଅନୁମତି ଦେବାରେ ସମସ୍ୟା ହୋଇ ନ ପାରେ। ଭାରତର ଆଦାନୀ ଗ୍ରୁପ ଏବଂ ତାଇୱାନର ଏକ କମ୍ପାନୀ ୟୁମିକୋର କୋବାଲ୍ଟ ଉତଖନନ ପାଇଁ ହାତ ମିଳାଇଛନ୍ତି। ଭାରତ ଏବଂ ତାଇୱାନ ମିଶି ଏହି ଅଞ୍ଚଳରୁ ଚୀନକୁ ବାହାର କରିବାକୁ ପ୍ରଚେଷ୍ଟା ଚଳାଇଛନ୍ତି। ଏଥିପାଇଁ ଭାରତର ବିଦେଶ ମନ୍ତ୍ରୀ ଏସ. ଜୟଶଙ୍କର ଖୁବଶୀଘ୍ର ଶ୍ରୀଲଙ୍କା ଗସ୍ତରେ ଯିବାର କାର୍ଯ୍ୟକ୍ରମ ରହିଛି। ଏହି ଅବସରରେ ଉକ୍ତ ପ୍ରସଙ୍ଗରେ ଆଲୋଚନା ହୋଇପାରେ ବୋଲି ରିପୋର୍ଟରେ କୁହାଯାଇଛି।

Hot this week

ବାରବାଟୀରେ ଟିକେଟ ବ୍ଲାକ !

କଟକ :ବାରବାଟୀ ମ୍ୟାଚ ଲାଗି ଅଫଲାଇନ ଟିକେଟ ବିକ୍ରି । ସୋସିଆଲ...

ଭାରତ-ରୁଷ ଶିଖର ସମ୍ମିଳନୀ: ମିଳିତ ବିବୃତିରେ କ’ଣ କହିଲେ ମୋଦୀ-ପୁଟିନ ?

ସମାଜଲାଇଭ ଡେସ୍କ: ଭାରତ ଏବଂ ରୁଷ ମଧ୍ୟରେ ୨୩ତମ ଶିଖର ସମ୍ମିଳନୀ...

ମିଳିତ ଭାବେ ୟୁରିଆ ଉତ୍ପାଦନ କରିବେ ଭାରତ-ରୁଷ

ସମାଜଲାଇଭ ଡେସ୍କ: ଆଉ ରହିବନି ୟୁରିଆ ସାରର ଅଭାବ। ଏଣିକି ଭାରତ...

୭ ବୁଝାମଣା ଉପରେ ମୋଦୀ-ପୁଟିନଙ୍କ ସହମତି, ରୁଷ ନାଗରିକଙ୍କୁ ମାଗଣା ପର୍ଯ୍ୟଟକ ଭିଜା

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ...

ଇଣ୍ଡିଗୋ ବିମାନ ସେବା ସମସ୍ୟା : ବଡ଼ ପଦକ୍ଷେପ ନେଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଦେଶରେ ଇଣ୍ଡିଗୋ ବିମାନ ଚଳାଚଳରେ ଦେଖା...

Related Articles

Popular Categories