www.samajalive.in
Monday, December 8, 2025
27.1 C
Bhubaneswar

ଛତିଶଗଡ଼ରୁ ଝାରସୁଗୁଡ଼ା ଭାସି ଭାସି ଆସିଲେ, ମହାନଦୀ ଗର୍ଭରୁ ସୁରକ୍ଷିତ ଉଦ୍ଧାର ହେଲେ

ଝାରସୁଗୁଡ଼ା: କଥାରେ ଅଛି ରଖେ ହରି ତ ମାରେ କିଏ । ଗୁରୁବାର ଝାରସୁଗୁଡ଼ାରେ ଦେଖିବାକୁ ମିଳିଛି ଏହାର ଏକ ଜ୍ବଳନ୍ତ ଉଦାହରଣ। ମହାନଦୀ ପାଣିରେ ପ୍ରାୟ ୫୦ କିଲୋମିଟର ଭାସି ଆସିବା ପରେ ଝାରସୁଗୁଡ଼ାରୁ ସୁରକ୍ଷିତ ଉଦ୍ଧାର ହୋଇଛନ୍ତି ଛତିଶଗଡ଼ର ଜଣେ ମହିଳା। ଉଦ୍ଧାର ହୋଇଥିବା ମହିଳାଙ୍କ ନାଁ ସରୋଜିନୀ ବୋଲି ଜଣାପଡ଼ିଛି। ଛତିଶଗଡ଼ ପୁରଥରୁ କୌଣସି କାରଣରୁ ମହାନଦୀ ପାଣିରେ ଭାସି ଆସିଥିବା ସରୋଜିନୀ ଏବେ ସୁରକ୍ଷିତ ଭାବେ ଝାରସୁଗୁଡ଼ା ପଲସଦାରୁ ଉଦ୍ଧାର ହୋଇଛନ୍ତି।

ସୂଚନା ଅନୁସାରେ, ପାଣିରେ ଭାସି ଆସୁଥିବା ବେଳେ ଆଜି ସକାଳୁ ଝାରସୁଗୁଡ଼ା ପଲସଦାରୁ କିଛି ମତ୍ସ୍ୟଜୀବୀ ତାଙ୍କୁ ଉଦ୍ଧାର କରିଛନ୍ତି। ଉଦ୍ଧାର ବେଳେ ତାଙ୍କ ଗୋଡ଼ରେ ବେଡ଼ି ପଡ଼ିଥିବା ଦେଖିବାକୁ ମିଳିଥିଲା। ତାଙ୍କୁ ପ୍ରଥମେ ଖାଇବାକୁ ଦେବା ସହ ତାଙ୍କର ସ୍ବାସ୍ଥ୍ୟାବସ୍ଥା ପରୀକ୍ଷା କରାଯାଇଥିଲା। ଏବେ ସେ ସୁସ୍ଥ ଥିବାବେଳେ ପଲସଦା ଗ୍ରାମର ଲୋକମାନେ ତାଙ୍କୁ ପଚରା ଉଚରା କରୁଛନ୍ତି।

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories