www.samajalive.in
Sunday, December 7, 2025
26.1 C
Bhubaneswar

ଛତିଶଗଡ଼ରୁ ଝାରସୁଗୁଡ଼ା ଭାସି ଭାସି ଆସିଲେ, ମହାନଦୀ ଗର୍ଭରୁ ସୁରକ୍ଷିତ ଉଦ୍ଧାର ହେଲେ

ଝାରସୁଗୁଡ଼ା: କଥାରେ ଅଛି ରଖେ ହରି ତ ମାରେ କିଏ । ଗୁରୁବାର ଝାରସୁଗୁଡ଼ାରେ ଦେଖିବାକୁ ମିଳିଛି ଏହାର ଏକ ଜ୍ବଳନ୍ତ ଉଦାହରଣ। ମହାନଦୀ ପାଣିରେ ପ୍ରାୟ ୫୦ କିଲୋମିଟର ଭାସି ଆସିବା ପରେ ଝାରସୁଗୁଡ଼ାରୁ ସୁରକ୍ଷିତ ଉଦ୍ଧାର ହୋଇଛନ୍ତି ଛତିଶଗଡ଼ର ଜଣେ ମହିଳା। ଉଦ୍ଧାର ହୋଇଥିବା ମହିଳାଙ୍କ ନାଁ ସରୋଜିନୀ ବୋଲି ଜଣାପଡ଼ିଛି। ଛତିଶଗଡ଼ ପୁରଥରୁ କୌଣସି କାରଣରୁ ମହାନଦୀ ପାଣିରେ ଭାସି ଆସିଥିବା ସରୋଜିନୀ ଏବେ ସୁରକ୍ଷିତ ଭାବେ ଝାରସୁଗୁଡ଼ା ପଲସଦାରୁ ଉଦ୍ଧାର ହୋଇଛନ୍ତି।

ସୂଚନା ଅନୁସାରେ, ପାଣିରେ ଭାସି ଆସୁଥିବା ବେଳେ ଆଜି ସକାଳୁ ଝାରସୁଗୁଡ଼ା ପଲସଦାରୁ କିଛି ମତ୍ସ୍ୟଜୀବୀ ତାଙ୍କୁ ଉଦ୍ଧାର କରିଛନ୍ତି। ଉଦ୍ଧାର ବେଳେ ତାଙ୍କ ଗୋଡ଼ରେ ବେଡ଼ି ପଡ଼ିଥିବା ଦେଖିବାକୁ ମିଳିଥିଲା। ତାଙ୍କୁ ପ୍ରଥମେ ଖାଇବାକୁ ଦେବା ସହ ତାଙ୍କର ସ୍ବାସ୍ଥ୍ୟାବସ୍ଥା ପରୀକ୍ଷା କରାଯାଇଥିଲା। ଏବେ ସେ ସୁସ୍ଥ ଥିବାବେଳେ ପଲସଦା ଗ୍ରାମର ଲୋକମାନେ ତାଙ୍କୁ ପଚରା ଉଚରା କରୁଛନ୍ତି।

Hot this week

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

Related Articles

Popular Categories