www.samajalive.in
Saturday, December 6, 2025
16.1 C
Bhubaneswar

୫କୁ ଘୁଞ୍ଚିଲା ରାଜାଙ୍କ ଜାମିନ ଆବେଦନ ଶୁଣାଣି

ବାଲେଶ୍ବର : ଆର୍ଥିକ ଅନିୟମିତତା ମାମଲା​‌ରେ ଗିରଫ ହୋଇ ବାଲେଶ୍ବର ଜିଲା କାରାଗାର ବିଚାର ବିଭାଗୀୟ ହାଜତରେ ଥିବା ଗନ୍ଧମାର୍ଦନ ଲୋଡିଂ ଆଣ୍ଡ ଟ୍ରାନ୍ସପୋର୍ଟିଂ ସମବାୟ ସମିତିର ମୁଖ୍ୟ ଅଭିଯୁକ୍ତ ରାଜା ଚକ୍ର ଓରଫ ସୌମ୍ୟଶଙ୍କର ଚକ୍ରଙ୍କୁ ଗୁରୁବାର ପୁଣି ଓଡ଼ିଶା ଜମାକାରୀ ସ୍ବାର୍ଥରକ୍ଷା (ଓପିଆଇଡି) ଅଦାଲତରେ ହାଜର କରାଯାଇଥିଲା। ତେବେ ତାଙ୍କ ପକ୍ଷରୁ ଆବେଦନ ହୋଇଥିବା ଜାମିନର ଶୁଣାଣି ନ ହେବାରୁ ତାଙ୍କୁ ପୁଣି ଜେଲକୁ ଯିବାକୁ ପଡ଼ିଛି। ରାଜ୍ୟ ବାର କାଉନସିଲର ଅଧ୍ୟକ୍ଷ ସୀତାଂଶୁ ମୋହନ ଦ୍ବିବେଦୀ ବାଲେଶ୍ବରରେ ପହଞ୍ଚି ରାଜା ଚକ୍ର ପାଇଁ ଜାମିନ ଆବେଦନ କରିଥିଲେ। ରାଜ୍ୟ ଅପରାଧ ଶାଖାର ଅର୍ଥନୈତିକ ଅପରାଧ ବିଭାଗ(ଇଓଡବ୍ଲ୍ୟୁ) ଜବତ କରିଥିବା ୨୦୨୨ରୁ ୨୦୨୪ ମସିହା ପର୍ଯ୍ୟନ୍ତ ସମିତିର ରିଜୋଲ୍ୟୁସନ ବହି ଏବଂ ସ୍ପେଶାଲ ଅଡିଟ ରିପୋର୍ଟ ଦାଖଲ ପାଇଁ ସେ ଅଦାଲତକୁ ପ୍ରାର୍ଥନା କରିଥିଲେ। ଅବଶ୍ୟ ଏହାର ଅଫିସ କପି ସେ ଅଦାଲତ​‌େ​‌ର ଦାଖଲ କରିଥିଲେ। ସେହି କ୍ରମରେ ଜଜ ବିଶ୍ବଜିତ ଦାସ କେସ୍‌ ଡାଏରୀ (ସିଡି) ସହିତ ଦୁଇ ମୂଳ ରେକର୍ଡ଼ ଦାଖଲ ପାଇଁ ସରକାରୀ ଓକିଲଙ୍କୁ ନି​‌େ​‌ର୍ଦ୍ଦଶ ଦେଇଥିଲେ। ଆସନ୍ତା ୫ ତାରିଖରେ ଇଓଡବ୍ଲ୍ୟୁ ତଦନ୍ତକାରୀ ଅଧିକାରୀ ଅଦାଲତରେ ଦାଖଲ କରିବେ ବୋଲି ସରକାରୀ ଓକିଲ ଅଦାଲତକୁ ଜଣାଇଥିଲେ। ଏ ନେଇ ଆସନ୍ତା ୫କୁ ତାରିଖ ରଖା ଯାଇଥିବାବେଳେ ସେହିଦିନ ସିଡି ଓ ରେକର୍ଡ଼ ଦାଖଲ ପରେ ଜାମିନ ଉପରେ ଶୁଣାଣି କରାଯିବ ବୋଲି ରାଜାଙ୍କ ଓକିଲ ଶ୍ରୀ ଦ୍ବିବେଦୀ ସୂଚନା ଦେଇଛନ୍ତି।
ତେବେ ଏହି ଅବସରରେ ଶ୍ରୀ ଦ୍ବିବେଦୀ ରାଜ୍ୟ ବିଜେପି ବିରୋଧରେ ସଙ୍ଗୀନ ଅଭିଯୋଗ ଉଠାଇଛନ୍ତି। ସେ ଅଭିଯୋଗ କରିଛନ୍ତି ଯେ, ନୂଆ ସରକାରଙ୍କ ଶପଥ ଗ୍ରହଣ ଉତ୍ସବ ପୂର୍ବରୁ ଓ ପରେ ରାଜ୍ୟ ବିଜେପିର ଜମା ଖାତାକୁ ଏବଂ ଦଳର ସ୍ଥାନୀୟ ନେତାଙ୍କୁ ମୋଟ ୧ କୋଟି ୩୩ ଲକ୍ଷ ଟଙ୍କା ସମିତି ପକ୍ଷରୁ ପ୍ରଦାନ କରାଯାଇଛି। ଦଳୀୟ ରାଜ୍ୟ ନେତାଙ୍କ ଦାବି ଓ ସଂସ୍ଥା ବନ୍ଦ କରିଦେବାର ଧମକକୁ ଦୃଷ୍ଟିରେ ରଖି ସମିତି ପକ୍ଷରୁ ଏହି ଅର୍ଥ ଦିଆଯାଇଥିଲା। ଏମିତିକି ସମିତିର ୭.୬.୨୦୨୪ ଓ ୪.୭.୨୦୨୪ ବୈଠକରେ ଗୃହୀତ ପ୍ରସ୍ତାବ କ୍ରମେ ଅର୍ଥ ପ୍ରଦାନ କରାଯାଇଥିଲା। ଚଢ଼ଉ ବେଳେ ଇଓଡବ୍ଲ୍ୟୁ ସମ୍ପୃକ୍ତ ବୈଠକର ରିଜୋଲ୍ୟୁସନ ବହି ଓ ଅଡିଟ ରିପୋର୍ଟକୁ ଜବତ କରିଛି। ତାହା ଅଦାଲତରେ ଦାଖଲ ପରେ ଅପରାଧ ଶାଖା ଏବଂ ସରକାରୀ ଦଳର ଦୁରଭିସନ୍ଧି ଜଣାପଡ଼ିଯିବ ବୋଲି ଶ୍ରୀ ଦ୍ବିବେଦୀ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି।

Hot this week

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

ଚୀନ୍‌ ଗଣମାଧ୍ୟମର ଉଚ୍ଚ ପ୍ରଶଂସା

ବେଜିଂ : ରୁଷ୍‌ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ଦୁଇ ଦିନିଆ ଭାରତ...

ଟିଏମ୍‌ସି ସାଂସଦଙ୍କୁ ସମ୍ବିତ ପାତ୍ରଙ୍କ କଡ଼ା ଜବାବ

‘ଓଡ଼ିଶାରେ ବାଂଲାଦେଶୀଙ୍କ ସ୍ଥାନ ନାହିଁ ’ ନୂଆଦିଲ୍ଲୀ : ଲୋକସଭା ଶୂନ୍ୟକାଳରେ ବାଂଲାଦେଶୀ...

ଇତ​ରେ ଦେଲେ ଉପଦେଶ…

ନର୍ମଦା ନଦୀର ତୀର ଦେଶରେ ଏକ ବିଶାଳ ବଟବୃକ୍ଷ କାହିଁ କେଉଁ...

Related Articles

Popular Categories