www.samajalive.in
Sunday, December 7, 2025
14.1 C
Bhubaneswar

ଇପିଏଫ୍‌ଓ ସହଜ କଲା ପାଣ୍ଠି ଉଠାଣ ପ୍ରକ୍ରିୟା: ଆବଶ୍ୟକ ପଡ଼ିବନି ବ୍ୟାଙ୍କ ଖାତା ଯାଞ୍ଚ

ନୂଆଦିଲ୍ଲୀ : କର୍ମଚାରୀ ଭବିଷ୍ୟନିଧି ସଂଗଠନ (ଇପିଏଫ୍‌ଓ)ପାଣ୍ଠି ଉଠାଣ ପ୍ରକ୍ରିୟାକୁ ସହଜ କରିଛି। ଅନ୍‌ଲାଇନରେ ଟଙ୍କା ଉଠାଣ ସମୟରେ ବାତିଲ ଚେକ୍‌ର ଚିତ୍ର ଅପଲୋଡ୍ କରିବା ଏବଂ ସଦସ୍ୟଙ୍କ ବ୍ୟାଙ୍କ ଆକାଉଣ୍ଟକୁ ନିଯୁକ୍ତିଦାତାଙ୍କ ଦ୍ୱାରା ଯାଞ୍ଚ କରାଯିବା ଆବଶ୍ୟକତା ପଡ଼ିବ ନାହିଁ ବୋଲି ଘୋଷଣା କରାଯାଇଛି। ବର୍ତ୍ତମାନ ଇପିଏଫ୍‌ଓ ସଦସ୍ୟ ଭବିଷ୍ୟନିଧି ପାଣ୍ଠରୁ ଟଙ୍କା ଉଠାଣ ପାଇଁ ବାତିଲ ଚେକ୍‌ ଓ ୟୁଏଏନ୍‌ ସହ ସଂଯୁକ୍ତ ବ୍ୟାଙ୍କ ଖାତା ଅପ୍‌ଲୋଡ଼ କରିବା ଆବଶ୍ୟକ ହେଉଛି। ଏଥିସହ ନିଯୁକ୍ତିଦାତାଙ୍କୁ ଆବେଦନକାରୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ମଧ୍ୟ ଅନୁମୋଦନ କରିବାକୁ ପଡ଼ୁଛି। ଶ୍ରମ ମନ୍ତ୍ରଣାଳୟ ଏକ ବିବୃତ୍ତିରେ କହିଛି ଯେ, ଅନଲାଇନ୍ ଦାବି ଦାଖଲ କରିବା ସମୟରେ ଚେକ୍ କିମ୍ବା ବ୍ୟାଙ୍କ ଖାତା ଅପଲୋଡ୍ କରିବାର ଆବଶ୍ୟକତାକୁ ଇପିଏଫ୍‌ଓ ​​ସମ୍ପୂର୍ଣ୍ଣ ଭାବରେ ପ୍ରତ୍ୟାହାର କରିଛି। ଏହି ପଦକ୍ଷେପ ଦାବି ସମାଧାନ ପ୍ରକ୍ରିୟାକୁ ଉଲ୍ଲେଖନୀୟ ଭାବରେ ସୁଗମ କରିବ ଏବଂ ଦାବି ପ୍ରତ୍ୟାଖ୍ୟାନ ସମ୍ବନ୍ଧୀୟ ଅଭିଯୋଗ ହ୍ରାସ କରିବ। ପ୍ରାରମ୍ଭରେ କିଛି କେୱାଇସି-ଅପଡେଟ୍ ହୋଇଥିବା ସଦସ୍ୟଙ୍କ ପାଇଁ ପାଇଲଟ୍ ଆଧାରରେ ଏହି ପଦକ୍ଷେପ କାର୍ଯ୍ୟକାରୀ କରାଯାଇଥିଲା। ୨୦୨୪ ମେ’ ୨୮ରେ ଏହା ପାଇଲଟ ଆଧାରରେ ଲାଗୁ ହେବା ପରେ ୧.୭ କୋଟି ଇପିଏଫ୍‌ ସଦସ୍ୟ ଉପକୃତ ହୋଇଛନ୍ତି। ଏହାର ସଫଳତା ପରେ ଇପିଏଫ୍‌ଓ ଏହି ସୁବିଧା ସମସ୍ତ ସଦସ୍ୟଙ୍କୁ ଦେବାକୁ ଯାଉଛି।

Hot this week

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

Related Articles

Popular Categories