www.samajalive.in
Saturday, December 6, 2025
14.1 C
Bhubaneswar

ଆମ୍ବୁଲାନ୍ସରେ ଅକ୍ସିଜେନ ସିଲିଣ୍ଡର ବିସ୍ଫୋରଣ, ମହିଳା ଗୁରୁତର

ଟିଟିଲାଗଡ : ଟିଟଲାଗଡ ମାତୃ ଓ ଶିଶୁ ଡାକ୍ତରଖାନାରେ ଅଘଟଣ। ଆଜି ଡାକ୍ତରଖାନାରେ ଅକ୍ସିଜେନ୍ ସିଲିଣ୍ଡର ବିସ୍ଫୋରଣ ଘଟିଛି। ଏଥିରେ ଜଣେ ମହିଳା ଗୁରୁତର ଭାବେ ଆହତ ହୋଇଛନ୍ତି। ଗୁରୁତର ମହିଳା ଜଣକ ଦୂତିଆ ଭୋଇ ବୋଲି ଜଣାପଡିଛି।  ନିଆଁ ଲିଭାଇବାକୁ ଉଦ୍ୟମ ବେଳେ କିଛି ଲୋକଙ୍କ ହାତ ଜଳିଯାଇଛି। ସୂଚନା ଅନୁଯାୟୀ  ମୁରିବାହାଲ ଥାନା ଅନ୍ତର୍ଗତ ଚିକନିବାହାଲି ଗାଁର ଋଷଭ ଜାନିଙ୍କ ପତ୍ନୀଙ୍କ ପ୍ରସୂତି ଲାଗି ଟିଟିଲାଗଡ଼ ମାତୃ ଓ ଶିଶୁ ଡାକ୍ତରଖାନାରେ ଭର୍ତ୍ତୀ ହୋଇଥିଲେ । ତାଙ୍କର ଦୁଇ କନ୍ୟା ସନ୍ତାନ ଜନ୍ମ ହୋଇଥିବାବେଳେ ଶିଶୁ ଦୁର୍ବଳ ଥିବା ନେଇ ଡାକ୍ତର ବଲାଙ୍ଗୀର ମେଡିକାଲକୁ ରେଫର କରିଥିଲେ।  ମହିଳାଙ୍କୁ ଆମ୍ବୁଲାନ୍ସରେ ବଲାଙ୍ଗିର ନେବା ପାଇଁ ଅକ୍ସିଜେନ ସିଲିଣ୍ଡର ଆମ୍ବୁଲାନ୍ସରେ ସଂଯୋଗ ସମୟରେ ତାହା ବିସ୍ଫୋରଣ ହୋଇଥିଲା। ସେ ସମୟରେ ଆମ୍ବୁଲାନ୍ସରେ ବସିଥିବା ଦୂତିଆଙ୍କ ଶରୀରରେ ନିଆଁ ଲାଗିଯାଇଥିଲା। ତାଙ୍କୁ ସଙ୍ଗେ ସଙ୍ଗେ ଟିଟିଲାଗଡ଼ ଉପଖଣ୍ଡ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ତାଙ୍କ ଆଣ୍ଠୁରୁ ପାଦ ପର୍ଯ୍ୟନ୍ତ ନିଆଁରେ ପୋଡି ହୋଇଯାଇଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories