www.samajalive.in
Sunday, December 7, 2025
18.1 C
Bhubaneswar

ପୃଥ୍ବୀଙ୍କ ୯୯; ସୁପର ଓଭରରେ ଜିତିଲା ଦିଲ୍ଲୀ

ନୂଆଦିଲ୍ଲୀ, ୩୦ା୩: ଚଳିତ ଆଇପିଏଲ୍‌ରେ ପ୍ରଥମ ସୁପର ଓଭର ଶନିବାର ଦେଖିବାକୁ ମଳିଛି। କଲକାତା ନାଇଟ ରାଇଡର୍ସ ଓ ଦିଲ୍ଲୀ କ୍ୟାପିଟାଲ୍‌ସ ମଧ୍ୟରେ ମୁକାବିଲା ଟାଇ ରହିବାରୁ ସୁପର ଓଭର​‌େ​‌ର ଫଇସଲା ହୋଇଥିଲା। ଏଥିରେ ଦିଲ୍ଲୀ ବିଜୟୀ ହୋଇଛି। ସୁପର ଓଭରରେ ଦିଲ୍ଲୀ ୧୦ ରନ୍ କରିଥିବା ବେଳେ କେକେଆର୍ ୬ ରନ୍ କରି ପାରିଥିଲା। ପୂର୍ବରୁ ଅଧିନାୟକ ଦିନେଶ କାର୍ତ୍ତିକ ଓ ଆ​‌େ​‌ନ୍ଦ୍ର ରସେଲଙ୍କ ଅର୍ଦ୍ଧଶତକ ବଳରେ କଲକାତା ପ୍ରଥ​‌େ​‌ମ ବ୍ୟାଟିଂକରି ୮ ୱିକେଟ ହରାଇ ୧୮୫ ରନ କରିଥିଲା। ପରେ ପୃଥ୍ବୀଙ୍କ ୯୯ ରନ୍ ବଳରେ ୨୦ ଓଭର ଶେଷରେ ଦିଲ୍ଲୀ ୬ ୱିକେଟରେ ସମାନ ୧୮୫ ରନ୍ କରି ପାରିଥିଲା।
ସୁପର ଓଭରରେ କେକେଆର୍‌ର ପ୍ରସିଦ୍ଧ କ୍ରିଷ୍ଣାଙ୍କ ଓଭରରେ ଦିଲ୍ଲୀ ୧ ୱିକେଟ ହରାଇ ୧୦ ରନ୍ କରିଥିଲା। ଦିଲ୍ଲୀର କାଗିସୋ ରାବାଡ଼ା ବୋଲିଂ କରିଥିବା ଓଭରରେ କେକେଆର୍‌ ୧ ୱିକେଟ ହରାଇ ୬ ରନ୍ କରି ପାରିଥିଲା।
ଦିଲ୍ଲୀ କ୍ୟାପିଟାଲ୍‌ସ ସହଳ ଶିଖର ଧାୱନ (୧୬)ଙ୍କ ୱିକେଟ ହରାଇଥିଲା। ପରେ ପୃଥ୍ବୀ ସ’ ଓ ଅଧିନାୟକ ଶ୍ରେୟାସ ଆୟର ୨ୟ ୱିକେଟ ପାଇଁ ୫୬ ବଲ୍‌ରେ ୮୯ ରନ୍‌ ଯୋଡ଼ିଥିଲେ। ଶ୍ରେୟାସ ୩୨ ବଲ୍‌ରୁ ୨ଟି ଛକା ଓ ୪ଟି ଚୌକା ସହ ୪୩ ରନ୍‌କରି ଆଉଟ ହୋଇଥିଲେ। ପରେ ପୃଥ୍ବୀ ସ’ ଆକ୍ରମଣାତ୍ମକ ବ୍ୟାଟିଂ କରିଥିଲେ। ଋଷଭ ପନ୍ତ୍ ୧୫ ବଲ୍‌ରୁ ୧୧ ରନ୍ କରିଥିଲେ। ୫୫ ବଲ୍‌ରୁ ୩ଟି ଛକା ଓ ୧୨ଟି ଚୌକା ସହ ପୃଥ୍ବୀ ୯୯ ରନ୍‌କରି ୧୯ଶ ଓଭରରେ ଆଉଟ ହୋଇଥିଲେ। କୁଲଦୀପ ଯାଦବ ବୋଲିଂ କରିଥିବା ଶେଷ ଓଭରରୁ ୬ ଏବଂ ଶେଷ ବଲ୍‌ରୁ ୨ ରନ୍ ଆବଶ୍ୟକ ଥିବା ବେଳେ ୨ ରନ୍ ନେଉଥିବା କଲିନ୍ ଇନ୍‌ଗ୍ରାମ୍ ରନ୍‌ଆଉଟ ହୋଇଥିଲେ। ଫଳରେ ଉଭୟ ଦଳଙ୍କ ସ୍କୋର୍ ସମାନ ରହିଥିଲା।
ଦିଲ୍ଲୀ ଟସ୍‌ ଜିତି ଫିଲ୍‌ଡିଂ ନେବା ପରେ କଲକାତା ଇନିଂସରେ ୨ଟି ପର୍ଯ୍ୟାୟ ଦେଖିବାକୁ ମିଳିଥିଲା। ପ୍ରଥମ ୧୦ ଓଭରରେ କେକେଆର୍ ୬୪ ରନ୍‌ରେ ୫ଟି ୱିକେଟ ହରାଇଥିବା ବେଳେ ଶେଷ ୧୦ ଓଭରରେ ୧୨୧ ରନ୍‌କରି ୩ଟି ୱିକେଟ ହରାଇଥିଲା। କଲକାତାର ଏହି ସ୍କୋର୍ ସମ୍ଭବ ହୋଇଥିଲା ଆ​‌େ​‌ନ୍ଦ୍ର ରସେଲ ଓ ଦିନେଶ କାର୍ତ୍ତିକଙ୍କ ଲଢ଼ୁଆ ଇନିଂସ ଯୋଗୁଁ। ପ୍ରଥମେ ନିଖିଳ ନାଏକ ୭ ରନ୍‌କରି ବିଦାୟ ନେଇଥିଲେ। କ୍ରିସ୍ ଲିନ୍ ୧୮ ୨୦ ଓ ରବିନ୍ ଉଥପ୍ପା ୧୧ ରନ୍ କରିଥିଲେ। ପରେ କଲକାତା ୪ଟି ୱିକେଟ ହରାଇ ୫/୬୧ରେ ପହଞ୍ଚି ଯାଇଥିଲା। ନୀତୀଶ ରାଣା ୧ ଓ ଶୁବ୍‌ମାନ ଗିଲ୍‌ ୪ ରନ୍ କରିଥିଲେ। ତେବେ ଦିନେଶ କାର୍ତ୍ତିକ ଓ ଆ‌େ​‌ନ୍ଦ୍ର ରସେଲ ୬ଷ୍ଠ ୱିକେଟ ପାଇଁ ୮.୪ ଓଭରରେ ୯୫ ରନ ଯୋଗ କରିବା ଫଳରେ କଲକାତା ସମ୍ମାନଜନକ ସ୍କୋର ଛିଡା କରିଥିଲା। ରସେଲ୍‌ ୨୮ଟି ବଲରୁ ୪ଟି ଚୌକା ଓ ୬ଟି ଛକା ସହା ୬୨ ରନ କରିଥିଲେ। କାର୍ତ୍ତିକ ୫ଟି ଚୌକା ଓ ୨ଟି ଛକା ସହା ୫୦ ରନ କରିଥିଲେ। ପୀୟୂଷ ଚାୱଲା ୫ଟି ବଲ୍‌ରୁ ୧୨ ଓ କୁଲଦୀପ ଯାଦବ ୫ ବଲ୍‌ରୁ ୧୦ ରନ୍‌କରି ଅପରାଜିତ ଥିଲେ। ହର୍ଷଲ ପଟେଲ ୨ଟି ୱିକେଟ ପାଇଥିଲେ।

Hot this week

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

Related Articles

Popular Categories