ଆନ୍ତର୍ଜାତୀୟ ଓଡ଼ିଶୀ ନୃତ୍ୟ ଉତ୍ସବ: ଅଭିନୟ ଓ ନୃତ୍ୟର ଚିତ୍ତାକର୍ଷକ ପ୍ରଦର୍ଶନ

ଭୁବନେଶ୍ୱର : ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୁଲ୍ୟରେ ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ର ଦ୍ୱାରା ରବିନ୍ଦ୍ର ମଣ୍ଡପରେ ଆୟୋଜିତ ଆନ୍ତର୍ଜାତୀୟ ଓଡ଼ିଶୀ ନୃତ୍ୟ ଉତ୍ସବର ଆଜି ଥିଲା ଚତୁର୍ଥ ଦିବସ। ପୂର୍ବାହ୍ନ ଅଧିବେଶନର ଅତିଥିମାନେ ଥିଲେ ଓଡିଶୀ ନୃତ୍ୟ ଗୁରୁ ବିଚିତ୍ରାନନ୍ଦ ସ୍ୱାଇଁ, ଓଡ଼ିଶୀ ନୃତ୍ୟ ଗୁରୁ ଅଳକା କାନୁନ୍‍ଗୋ ଏବଂ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଉପ ନିର୍ଦ୍ଦେଶକ ଦେବାନନ୍ଦ ବରିହା। ପୂର୍ବାହ୍ନ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା ଏକକ ନୃତ୍ୟ ପର୍ଯ୍ୟାୟରେ ଜ୍ୟୋତି ରାଣୀ ନାୟକଙ୍କ ଦ୍ୱାରା ମୋହନା ପଲ୍ଲବୀ ଓ ମଲ୍ଲିକା ମିଶ୍ରଙ୍କ ଦ୍ୱାରା ଅଭିନୟ ମଧୁରାଷ୍ଟକ ପରିବେଷଣରୁ।

ପରେ ପରେ ଦ୍ୱୈତ ନୃତ୍ୟ ପର୍ଯ୍ୟାୟରେ ଅଞ୍ଜଳି ମୁର୍ମୁ ଓ ମିନତୀ ମୁର୍ମୁଙ୍କ ଦ୍ୱାରା ପ୍ରଥମେ ବଜ୍ରକାନ୍ତି ପଲ୍ଲବୀ ଓ ତାଙ୍କର ଦ୍ୱିତୀୟ ପ୍ରସ୍ତୁତିରେ ଥିଲା ଅଭିନୟ କଦମ୍ବ ବନେ ବଂଶୀ ବାଜିଲାରେ। ପରବର୍ତ୍ତୀ ପ୍ରସ୍ତୁତିରେ ଥିଲା ଏକକ ନୃତ୍ୟ ପର୍ଯ୍ୟାୟରେ ସ୍ୱାତି ସାଗରିକ ସାଠୁଆଙ୍କ ଦ୍ୱାରା ଶିବାଷ୍ଟକ, ସ୍ୱାତୀ ଲିପ୍ସା ଦାସଙ୍କ ଦ୍ୱାରା ବସନ୍ତ ପଲ୍ଲବୀ, ଶତାବ୍ଦୀ ମିଶ୍ରଙ୍କ ଦ୍ୱାରା ଅଭିନୟ ଜୟ ମହେଶ ଜଟା ଜୂଟ, ଜ୍ୟୋତିର୍ମୟ ମହାନ୍ତିଙ୍କ ଦ୍ୱାରା ଅଭିନୟ ଶ୍ୟାମ ସମ କମନୀୟ ନାହିଁ ଆଉ, ଦ୍ୱୈତ ନୃତରେ ଶ୍ୱେତା ଶ୍ରୀ ପାତ୍ର ଓ ଦେବରାତି ଶୋମିଙ୍କ ଦ୍ୱାରା ଅଭିନୟ ନବଦୁର୍ଗା ଏବଂ ଶେଷରେ କଳା ବିକାଶ କେନ୍ଦ୍ରର ଶିଳ୍ପୀମାନଙ୍କ ଦ୍ୱାରା ଦଳଗତ ନୃତ୍ୟାଭିନୟ ଗଣ ନାୟକ
ପରିବେଷିତ ହୋଇଥିଲା।

ଅପରାହ୍ନ ଅଧିବେଶନର ପ୍ରଥମ ପ୍ରସ୍ତୁତି ଥିଲା ପ୍ରସ୍ନକ୍‍ସି ଅନୁଷ୍ଠାନର ଶିଳ୍ପୀମାନଙ୍କ ଦ୍ୱାରା ଅଭିନୟ ପ୍ରକୃତି ରୂପିଣୀ, ଗୀତାଞ୍ଜଳୀ ମହାପାତ୍ର ଓ ରାଜଲକ୍ଷ୍ମୀ ବେହେରାଙ୍କ ଦ୍ୱାରା ଅଭିନୟ ବର୍ଷା ମହ୍ଲାର, ସବର୍ଣ୍ଣିକ୍‍ ଦେଙ୍କ ଦ୍ୱାରା ଯୁଗ୍ମ ପଲ୍ଲବୀ, ଶାୟେଲି ଶ୍ରୀବାସ୍ତବ ଓ ବର୍ଣ୍ଣାଲି ସାହାଙ୍କ ଦ୍ୱାରା କଲ୍ୟାଣୀ ପଲ୍ଲବୀ, ଭାଗ୍ୟଶ୍ରୀ ଆଇଚିଙ୍କ ଦ୍ୱାରା ଅଷ୍ଟପଦୀ ଓ ଶେଷରେ ନୃତ୍ୟ ବିଳାସ ଅନୁଷ୍ଠାନର ଶିଳ୍ପୀମାନଙ୍କ ଦ୍ୱାରା ଅଭିନୟ ଝୁଲ ରଙ୍ଗେ ରାଇ ସଙ୍ଗେ ଶ୍ୟାମ ସୁନ୍ଦର ପରିବେଷିତ ହୋଇଥିଲା।ଚତୁର୍ଥ ସଂଧ୍ୟାର ଅତିଥି ଥିଲେ ବିଶିଷ୍ଟ ମର୍ଦ୍ଦଳ ବାଦକ ଗୁରୁ ଧନେଶ୍ୱର ସ୍ୱାଇଁ, ଉତ୍କଳ ସଂସ୍କୃତି ବିଶ୍ୱ ବିଦ୍ୟାଳୟର କୁଳ ସଚିବ ଅନାମିକା ଅଧିକାରୀ, ଓଡ଼ିଶା ସଙ୍ଗୀତ ନାଟକ ଏକାଡ଼େମୀର ସଚିବ ପ୍ରବୋଧ କୁମାର ରଥ, ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟର ଅଧ୍ୟକ୍ଷ ଗୁରୁ ବିଜୟ ଜେନା, ବିଶିଷ୍ଟ ଓଡ଼ିଶୀ ନୃତ୍ୟାଙ୍ଗନା ଡ଼ଃ. ସ୍ନେହପ୍ରଭା ସାମନ୍ତରାୟ, ଓଡ଼ିଶୀ ଗବେଷଣା କେନ୍ଦ୍ରର କାର୍ଯ୍ୟ ନିର୍ବାହୀ ଅଧିକାରୀ ସିକତା ଦାସ ଓ ଓଡ଼ିଶୀ ଗବେଷଣା କେନ୍ଦ୍ରର ପ୍ରଶାସନିକ ଅଧିକାରୀ  ଅନୁଜା ତାରିଣୀ ମିଶ୍ର।

ସଂଧ୍ୟା ଅଧିବେଶନର ପ୍ରଥମ ପ୍ରସ୍ତୁତିରେ ଥିଲା ବିଶିଷ୍ଟ ନୃତ୍ୟାଙ୍ଗନା ଲିନା ମହାନ୍ତିଙ୍କ ଦ୍ୱାରା ଶିବସ୍ତୁତି ଜାଗ ମହେଶ୍ୱର ପରିବେଷଣରୁ ପରେ ପରେ ଦେବମିତ୍ରା ସେନଗୁପ୍ତାଙ୍କ ଦ୍ୱାରା ହରିହର ପଞ୍ଚକମ୍‍, ଚିରଶ୍ରୋତା ଖୁଣ୍ଟିଆ ଓ ମିରା ଦାଶଙ୍କ ଦ୍ୱାରା ବିହ୍ଲାରୀ ପଲ୍ଲବୀ, ମେଘନା ଦାସଙ୍କ ଦ୍ୱାରା ଓଡ଼ିଆ ଅଭିନୟ, ଅଙ୍କିତା କୁଳଭିଙ୍କ ଦ୍ୱାରା ଶିବ ପାର୍ବତୀ ସ୍ତବ୍ଦ ପରିବେଷିତ ହୋଇଥିଲା। ପରବର୍ତ୍ତୀ ନୃତ୍ୟଶିଳ୍ପୀମାନେ ହେଲେ ସୋନାଲିକା ପାଢୀ (ଏକକ), ପଲ୍ଲବୀ ମେହେର ଓ ଦେବଶ୍ମିତା ବେହେରା (ଦ୍ୱୈତ), ଅଭିପ୍ସା ଗୀତାଞ୍ଜଳୀ ବେହେରା (ଏକକ) ଏବଂ ଶେଷରେ ସୁରଭୀ ଅନୁଷ୍ଠାନର
ଶିଳ୍ପୀମାନଙ୍କ ଦ୍ୱାରା ସୁର୍ଯ୍ୟାଷ୍ଟକମ୍‍ ପରିବେଷିତ ହୋଇଥିଲା। କାର୍ଯ୍ୟକ୍ରମଟିକୁ ପରିଚାଳନା କରିଥିଲେ ଡ଼ଃ. ମୃତ୍ୟୁଞ୍ଜୟ ରଥ।

Comments are closed.