www.samajalive.in
Tuesday, December 9, 2025
26.1 C
Bhubaneswar

ଇଣ୍ଡୋନେସିଆ ଭୂମିକମ୍ପ ଜନିତ ମୃତ୍ୟୁସଂଖ୍ୟା ୧୭୬୩କୁ ବୃଦ୍ଧି, ୫୦୦୦ ନିଖୋଜ

ଜାକର୍ତ୍ତା : ଇଣ୍ଡୋନେସିଆର ସୁଲାୱେସୀ ଦ୍ୱୀପସ୍ଥିତ ପାଲୁ ସହରରେ ଘଟିଥିବା ଭୂମିକମ୍ପ ଓ ଏହାର ପରବର୍ତ୍ତୀ ସୁନାମୀ ଜନିତ ମୃତ୍ୟୁସଂଖ୍ୟା ୧୭୬୩କୁ ବୃଦ୍ଧିପାଇଛି। ଉଦ୍ଧାରକାର୍ଯ୍ୟ ଜାରି ରହିଥିବାବେଳେ ମୃତ୍ୟୁସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଏହି ଭୂମିକମ୍ପ ଯୋଗୁଁ ପ୍ରାୟ ୫୦୦୦ଲୋକ ନିଖୋଜ ଥିବା କୁହାଯାଇଛି। ପାଲୁ ସହର ନିକଟ ଦୁଇ ଗ୍ରାମ ପେଟୋବୋ ଓ ବାଲାରୋଆ ସହରରେ ମଧ୍ୟ ହଜାର ହଜାର ଲୋକ ପ୍ରାଣ ହରାଇଥିବା ଜଣାଯାଇଛି। ଗ୍ରାମ ମୁଖିଆଙ୍କ କହିବାକୁ ଆଧାର କରି ୫ହଜାର ଲୋକଙ୍କ କୌଣସି ପତ୍ତା ନାହିଁ। କର୍ତ୍ତୃପକ୍ଷ ଏହା ଉପରେ ସବିଶେଷ ତଥ୍ୟ ସଂଗ୍ରହ କରୁଛନ୍ତି। ଲୋକମାନେ ମାଟି ତଳେ ଚାପି ହୋଇ ଯାଇଥିବା ଆଶଙ୍କା କରାଯାଇଛି। ଇଣ୍ଡୋନେସିଆ ବିପର୍ଯ୍ୟୟ ପ୍ରଶମନ ଏଜେନ୍ସି ମୁଖପାତ୍ର ସୁଟୋପୋ ନୁଗ୍ରୋହୋ କହିଛନ୍ତି ଯେ ଅକ୍ଟୋବର ୧୧ ପର୍ଯ୍ୟନ୍ତ ନିଖୋଜଙ୍କ ତଲାସ କରାଯିବ। ପରେ ନିଖୋଜଙ୍କ ତାଲିକା ପ୍ରକାଶ କରାଯିବ। ପାଲୁ ସହରରେ ୧୦୦୦ଙ୍କୁ ନିଖୋଜ ବୋଲି ଚିହ୍ନଟ କରାଯାଇଛି। ସେପ୍ଟେମ୍ବର ୨୮ରେ ଇଣ୍ଡୋନେସିଆରେ ୭.୫ ତୀବ୍ରତାର ଭୂମିକମ୍ପ ହେବା ସହ ସମୁଦ୍ରରୁ ୬ମିଟର ଉଚ୍ଚର ଜୁଆର (ସୁନାମୀ) ମାଡି ଆସିଥିଲା।

Hot this week

ଆଉ ୧୮ ଘଣ୍ଟା ବଢିଲା ଇଣ୍ଟରନେଟ୍ କଟକଣା : ଏମ୍‌ଭି-୨୬ରେ ୧୬୩ ଘର କ୍ଷତିଗ୍ରସ୍ତ

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ବଢିଲା ଇଣ୍ଟରନେଟ୍ କଟକଣା। ପ୍ରଶାସନ ଆଉ ୧୮...

୫ ବର୍ଷରେ ଗଲାଣି ୫୧୮ ଦାଦନଙ୍କ ଜୀବନ

ସମାଜଲାଇଭ ଡେସ୍କ: ରାଜ୍ୟରେ ଦାଦନ ଶ୍ରମିକଙ୍କ ମୃତ୍ୟୁ ଘଟଣା ଦିନକୁ ଦିନ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ବାରବାଟୀରେ ଭାରତ-ଦକ୍ଷିଣ ଆଫ୍ରିକା ପ୍ରଥମ ଟି-୨୦ ମ୍ୟାଚ୍ କୁ ନେଇ...

କେଉଁ ଡାଲି ଶରୀର ପାଇଁ ଜରୁରୀ: ରକ୍ତଚାପ, କୋଲେଷ୍ଟ୍ରଲ ଏବଂ ଓଜନ ମଧ୍ୟ ହ୍ରାସ ପାଇଥାଏ

ସମାଜ ଡିଜିଟାଲ ଡେସ୍କ: ଡାଲି ପୁଷ୍ଟିସାରରେ ଭରପୂର ରହିଥାଏ। ଏଥିରେ ପ୍ରଚୁର...

ସରିଲା ଶୀତକାଳୀନ ଅଧିବେଶନ

ଭୁବନେଶ୍ଵର: ସରିଲା ବିଧାନସଭା ଶୀତକାଳୀନ ଅଧିବେଶନ। ନିର୍ଦ୍ଧାରିତ ସମୟ ପୂର୍ବରୁ ଅଧିବେଶନ...

Related Articles

Popular Categories