୨୪ ଘଣ୍ଟା ପାଇଁ ଉଚ୍ଚାୟୁକ୍ତ ନିଯୁକ୍ତ ହେଲେ ଛାତ୍ରୀ

0

ନୂଆଦିଲ୍ଲୀ : ହିନ୍ଦୀ ଚଳଚ୍ଚିତ୍ର ‘ନାୟକ’ର କାହାଣୀ ଅନୁରୂପ ଘଟଣା ଘଟିଛି ନୋଏଡା ବିଶ୍ୱବିଦ୍ୟାଳୟର ଜଣେ ରାଜନୀତି ବିଜ୍ଞାନ ଛାତ୍ରୀ ଇଶା ବହଲଙ୍କ ସହିତ। ଇଶା ୨୪ ଘଣ୍ଟା; ଅର୍ଥାତ୍‍ ଦିନକ ଲାଗି ଭାରତ ପାଇଁ ବ୍ରିଟିଶ ଉଚ୍ଚାୟୁକ୍ତ ନିଯୁକ୍ତ ହୋଇଛନ୍ତି। ଅକ୍ଟୋବର ୧୧ରେ ପାଳିତ ହେବାକୁ ଥିବା ଅନ୍ତର୍ଜାତୀୟ ଶିଶୁକନ୍ୟା ଦିବସ ଉପଲକ୍ଷେ ଭାରତ ପାଇଁ ବ୍ରିଟିଶ ଉଚ୍ଚାୟୁକ୍ତ ନିଯୁକ୍ତ କରିବା ନିମନ୍ତେ ୧୮ରୁ ୨୩ ବର୍ଷ ବୟସ୍କ ଯୁବତୀଙ୍କ ଲାଗି ଏକ ପ୍ରତିଯୋଗିତାର ଆୟୋଜନ କରାଯାଇଥିଲା। ଏଥିନେଇ ପ୍ରତିଯୋଗିନୀମାନଙ୍କୁ ‘ଲିଙ୍ଗଗତ ସମାନତାର ଅର୍ଥ’ ବିଷୟବସ୍ତୁ ଉପରେ ନିଜର ବକ୍ତବ୍ୟ ସମ୍ବଳିତ ଏକ ଭିଡିଓ ଦାଖଲ କରିବାକୁ କୁହାଯାଇଥିଲା। ୫୮ ଜଣ ଯୁବତୀ ଏହି ଭିଡିଓ ପ୍ରକାଶ କରିଥିଲେ। ସାମାଜିକ ନୀତି ଏବଂ ଆଇନ ଉପରେ ଅଧ୍ୟୟନ ଶେଷ କରିବା ପରେ ଜଣେ ସାମାଜିକ ଉଦ୍ୟୋଗୀ ହେବାକୁ ଲକ୍ଷ୍ୟ ରଖିଥିବା ଇଶା ବହଲଙ୍କ ପ୍ରତିଯୋଗିତା ଜିତି ଦିନକ ଲାଗି ଭାରତ ପାଇଁ ବ୍ରିଟିଶ ଉଚ୍ଚାୟୁକ୍ତ ହେବାର ସୁଯୋଗ ଲାଭ କରିଛନ୍ତି।

Leave A Reply