ସ୍ପିନ୍‌ ଜାଲରେ ଛନ୍ଦିହେଲା ଇଂଲଣ୍ଡ, ଫାଇନାଲରେ ଭାରତ

ପ୍ରୋଭିଡେନ୍‌ସ: ଭାରତ ଚଳିତ ଟ୍ବେଣ୍ଟି୨୦ ବିଶ୍ବକପ୍‌ର ଫାଇନାଲରେ ପ୍ରବେଶ କରିଛି। ଶନିବାର ଫାଇନାଲରେ ଦକ୍ଷିଣ ଆଫ୍ରିକାର ମୁକାବିଲା କରିବ ଭାରତ। ଗୁରୁବାର ୨ୟ ସେମିଫାଇନାଲ ମ୍ୟାଚ୍‌ରେ ସ୍ପିନରଙ୍କ ଚମତ୍କାର ପ୍ରଦର୍ଶନ ବଳରେ ଇଂଲଣ୍ଡକୁ ସହଜରେ ୬୮ ରନ୍‌ରେ ଭାରତ ପରାସ୍ତ କରିଛି। ଏହି ଦୁଇ ପୂର୍ବତନ ଚମ୍ପିଆନ୍‌ଙ୍କ ମଧ୍ୟରେ ମୁକାବିଲାରେ ରୋହିତ ଶର୍ମା ଓ ସୂର୍ଯ୍ୟକୁମାର ଯାଦବଙ୍କ ଦର୍ଶନୀୟ ଇନିଂସ ବଳରେ ପ୍ରଥମେ ବ୍ୟାଟିଂକରି ଭାରତ ୭ ୱିକେଟ୍‌ରେ ୧୭୧ ରନ୍‌ କରିଥିଲା। ପରେ ଭାରତୀୟ ସ୍ପିନର ନିୟମିତ ଭାବେ ୱିକେଟ୍‌ ନେଇ ଇଂଲଣ୍ଡର ବ୍ୟାଟିଂକୁ ଧ୍ବସ୍ତ କରିଥିଲେ। ଇଂଲଣ୍ଡ ୧୬.୪ ଓଭରରେ ୧୦୩ ରନ୍‌କରି ଅଲ୍ଆଉଟ୍‌ ହୋଇ ଯାଇଥିଲା।ଏହି ବିଜୟ ସହ ଭାରତ ୨୦୨୨ ଟ୍ବେଣ୍ଟି୨୦ ବିଶ୍ବକପ୍‌ ସେମିଫାଇନାଲରେ ଇଂଲଣ୍ଡଠାରୁ ୧୦ ୱିକେଟ୍‌ରେ ପରାଜୟର ପ୍ରତିଶୋଧ ନେଇପାରିଛି। ୨୦୦୭ରେ ପ୍ରଥମ ସଂସ୍କରଣର ଚମ୍ପିଆନ୍‌ ଭାରତ ୩ୟ ଥର ଟ୍ବେଣ୍ଟି୨୦ ବିଶ୍ବକପ୍‌ର ଫାଇନାଲରେ ପ୍ରବେଶ କରିଛି। ଫଳରେ ୧୩ ବର୍ଷ ପରେ ଏକ ବିଶ୍ବକପ୍‌ ଏବଂ ୧୧ ବର୍ଷ ପରେ ଏକ ଆଇସିସି ଟୁର୍ଣ୍ଣାମେଣ୍ଟ ଜିତିବାର ସୁଯୋଗ ଭାରତ ପାଖରେ ରହିଛି।

୧୭୨ ରନ୍‌ ଲକ୍ଷ୍ୟରେ ଇଂଲଣ୍ଡ ପ୍ରଥମ ୩ ଓଭରରେ ୨୬ ରନ୍‌କରି ଦୃଢ଼ତାର ସହ ଇନିଂସ ଆରମ୍ଭ କରିଥିଲା। ୧୪ ବଲ୍‌ରୁ ୪ଟି ଚୌକା ସହ ୨୩ ରନ୍‌ କରି ଇଂଲଣ୍ଡ ଅଧିନାୟକ ଜୋସ୍ ବଟ୍‌ଲର ଦ୍ରୁତଗତିରେ ସ୍କୋର୍‌କରିବା ଆରମ୍ଭ କରିଥିଲେ। ତେବେ ବେପରୁଆ ଭାବେ ରିର୍ଭସ ସ୍ବିପ୍‌ ମାରି ବଟ୍‌ଲର ଆଉଟ୍‌ ହୋଇଥିଲେ। ଏହାସହ ଇଂଲଣ୍ଡର ଦଳର ୱିକେଟ୍‌ର ଧାଡ଼ି ଲାଗି ଯାଇଥିଲା। ୨୩ ରନ୍‌ରେ ଇଂଲଣ୍ଡ ୫ଟି ୱିକେଟ୍‌ ନେଇଥିଲେ। ଅନ୍ୟ ଓପ୍‌ନର ଫିଲ୍‌ ସଲ୍‌ଟ ୫ ରନ୍‌କରି ଯଶପ୍ରୀତ ବୁମ୍‌ରାଙ୍କ ବଲ୍‌ରେ ବୋଲ୍‌ଡ ହୋଇଥିଲେ। ଅକ୍ଷର ପଟେଲ ତାଙ୍କ ପ୍ରଥମ ୩ ଓଭରର ପ୍ରଥମ ବଲ୍‌ରେ ୱିକେଟ୍‌ ନେଇଥିଲେ। ଜନି ବେୟାରଷ୍ଟୋ ଖାତା ଖୋଲି ପାରିନଥିଲେ। ମୋଇନ୍ ଅଲୀ ୮ ରନ୍‌କରି ଲେଗ୍‌ ସାଇଡ୍‌ରେ ଷ୍ଟମ୍ପ୍‌ଡ ହେବା ସହ ଅକ୍ଷର ପଟେଲଙ୍କୁ ୩ୟ ୱିକେଟ୍‌ ଦେଇଥିଲେ। ପରବର୍ତ୍ତୀ ଓଭରର ପ୍ରଥମ ବଲ୍‌ରେ ସାମ୍‌ କରନ୍ ୨ ରନ୍‌କରି କୁଲଦୀପ ଯାଦବଙ୍କୁ ପ୍ରଥମ ୱିକେଟ୍‌ ଦେଇଥିଲେ। ହ୍ୟାରି ବ୍ରୁକ୍‌ ଭଲ ବ୍ୟାଟିଂ କରୁଥିବା ବେଳେ ରିର୍ଭସ ସ୍ବିପ୍ ମାରିବାର ତ୍ରୁଟିକରି ବୋଲ୍‌ଡ ହୋଇଥିଲେ। ବ୍ରୁକ୍‌ ୧୯ ବଲ୍‌ରୁ ୩ଟି ଚୌକା ସହ ୨୫ ରନ୍‌ କରିଥିଲେ। କ୍ରିସ୍ ଜୋର୍ଡାନ୍ ୧ ରନ୍‌କରି ବିଦାୟ ନେଇଥିଲେ। ଇଂଲଣ୍ଡର ଶେଷ ଆଶା ଲିଆମ୍ ଲିଭିଙ୍ଗ୍‌ଷ୍ଟୋନ୍‌ ବେପରୁଆ ଭାବେ ଦୌଡ଼ି ୧୧ ରନ୍‌କରି ରନ୍‌ଆଉଟ୍‌ ହୋଇଥିଲେ। ଆଦିଲ ରସିଦ୍‌ ଅନୁରୂପ ଭାବେ ୨ ରନ୍‌କରି ରନ୍‌ଆଉଟ୍‌ ହୋଇଥିଲେ। ଜୋଫ୍ରା ଆର୍ଚର ୧୫ ବଲ୍‌ରୁ ୨ଟି ଛକା ଓ ଗୋଟିଏ ଚୌକା ସହ ୨୧ ରନ୍‌କରି ଅନ୍ତିମ ଖେଳାଳି ଭାବେ ଆଉଟ୍‌ ହୋଇଥିଲେ। ଦୁଇ ସ୍ପିନର ଅକ୍ଷର ପଟେଲ ଓ କୁଲଦୀପ ଯାଦବ ୩ଟି ଲେଖାଏଁ ୱିକେଟ୍‌ ନେଇଥିଲେ।

ହେମନ୍ତ ସୋରେନଙ୍କ ବିଚାର ବିଭାଗୀୟ ହାଜତ ୧୪ ଦିନ ବୃଦ୍ଧି

ବର୍ଷା ଯୋଗୁଁ ଘଣ୍ଟାଏ ୧୫ ମିନିଟ ବିଳମ୍ବରେ ମ୍ୟାଚ୍‌ ଆରମ୍ଭ ହୋଇଥିଲା। ଇଂଲଣ୍ଡ ଟସ୍ ଜିତି ଫିଲ୍‌ଡିଂ କରିଥିଲା। ପିଚ୍‌ରେ ବ୍ୟାଟିଂ ସହଜ ନଥିଲା। ଇଂଲଣ୍ଡର ବୋଲର ଚମତ୍କାର ଲାଇନ୍‌ ଲେଙ୍ଗ୍‌ଥରେ ବୋଲିଂକରି ଭାରତୀୟଙ୍କୁ ଆରମ୍ଭରୁ ଦ୍ରୁତ ଗତିରେ ସ୍କୋର୍‌ କରିବାକୁ ଦେଇନଥିଲେ। ବିରାଟ କୋହଲି ପୁଣି ଥରେ ବିଫଳ ହୋଇ କୋହଲି ୯ ବଲ୍‌ରୁ ଗୋଟିଏ ଛକା ସହ ୯ ରନ୍‌ କରି ବିଦାୟ ନେଇଥିଲେ। ପରେ ଅଧିନାୟକ ରୋହିତ ଶର୍ମା କିଛି ଦର୍ଶନୀୟ ସଟ୍‌ ଖେଳିବା ଆରମ୍ଭ କରିଥିଲେ। ବାମହାତି ଋଷଭ ପନ୍ତ୍‌ ଏକ ବେପରୁଆ ସଟ୍‌ ଖେଳି ୬ଟି ବଲ୍‌ରୁ ୪ ରନ୍‌କରି ବିଦାୟ ନେଇଥିଲେ। ଫର୍ମରେ ଥିବା ସୂର‌୍ୟ୍ୟକୁମାର ଯାଦବ ଭଲ ବ୍ୟାଟିଂ କରିଥିଲେ। ରୋହିତ ଶର୍ମାଙ୍କ ସହ ସୂର‌୍ୟ୍ୟକୁମାର ୩ୟ ୱିକେଟ୍‌ ପାଇଁ ମାତ୍ର ୫୦ ବଲ୍‌ରୁ ୭୩ ରନ୍‌ ଯୋଡ଼ିଥିଲେ। ତଳୁଆ ରହିଥିବା ବଲ୍‌ରେ ବୋଲ୍‌ଡ ହେବା ପୂର୍ବରୁ ରୋହିତ ୩୯ ବଲ୍‌ରୁ ୨ଟି ଛକା ଓ ୬ଟି ଚୌକା ସହ ୫୭ ରନ୍‌ କରିଥିଲେ। ପରେ ଛକା ମାରିବା ପ୍ରୟାସରେ ବାଉଣ୍ଡରୀରେ କ୍ୟାଚ୍‌ ଦେଇଥିଲେ ସୂର‌୍ୟ୍ୟକୁମାର। ୩୬ ବଲ୍‌ରୁ ସୂର‌୍ୟ୍ୟକୁମାର ୨ଟି ଛକା ଓ ୪ଟି ଚୌକା ସହ ୪୭ ରନ୍‌ କରିଥିଲେ। ପରେ ହାର୍ଦିକ ପାଣ୍ଡ୍ୟା ବିସ୍ଫୋରକ ଇନିଂସ ଖେଳି ୧୩ ବଲ୍‌ରୁ ୨ଟି ଛକା ଓ ଗୋଟିଏ ଚୌକା ସହ ୨୩ ରନ୍‌ କରିଥିଲେ। ଶିବମ୍ ଦୁବେ ପ୍ରଥମ ବଲ୍‌ରେ ଆଉଟ୍‌ ହୋଇଥିଲେ। ଅକ୍ଷର ପଟେଲ ୬ ବଲ୍‌ରୁ ଗୋଟିଏ ଛକା ସହ ୧୦ ରନ୍‌କରି ବିଦାୟ ନେଇଥିଲେ। ରବୀନ୍ଦ୍ର ଜାଡ଼େଜା ୯ ବଲ୍‌ରୁ ୨ଟି ଚୌକା ସହ ୧୭ ରନ୍‌କରି ଅପରାଜିତ ରହିଥିଲେ। କ୍ରିସ୍ ଜୋର୍ଡାନ୍ ୩ଟି ୱିକେଟ୍‌ ନେଇଥିବା ବେଳେ ଆଦିଲ ରସିଦ୍ ଚମତ୍କାର ବୋଲିଂ କରିଥିଲେ।

Comments are closed.