www.samajalive.in
Sunday, December 7, 2025
14.1 C
Bhubaneswar

ଜୁନ୍ ୮ ତାରିଖ ମଧ୍ୟରେ ଓଡ଼ିଶା ଛୁଇଁବ ମୌସୁମୀ : ଦୁଇ ଦିନ ଗ୍ରୀଷ୍ମପ୍ରବାହ

ଭୁବନେଶ୍ବର : ଆସନ୍ତା ୩ରୁ ୪ ଦିନ ମଧ୍ୟରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଓଡ଼ିଶା ଛୁଇଁବ। ଦକ୍ଷିଣ ଓଡ଼ିଶାରେ ମୌସୁମୀ ବାୟୁ ପ୍ରବେଶ ପାଇଁ ପାଗ ଅନୁକୂଳ ରହିଛି। କେନ୍ଦ୍ରୀୟ ଆରବ ସାଗର, କର୍ଣ୍ଣାଟକ, ଦକ୍ଷିଣ ମହାରାଷ୍ଟ୍ରର କିଛି ଅଞ୍ଚଳ, ତେଲଙ୍ଗାନାର କେତେକ ସ୍ଥାନ, ଉପକୂଳ ଆନ୍ଧ୍ରପ୍ରଦେଶ, ଦକ୍ଷିଣ ଛତିଶଗଡ଼ ସହିତ ପଶ୍ଚିମ-କେନ୍ଦ୍ରୀୟ ଓ ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ମୌସୁମୀ ବାୟୁ ଛୁଇଁବା ପାଇଁ ପାଗ ସମ୍ପୂର୍ଣ୍ଣ ଅନୁକୂଳ ରହିଛି। କେନ୍ଦ୍ରୀୟ ଆରବସାଗରର କିଛି ଅଞ୍ଚଳ, ଗୋଆ, କର୍ଣ୍ଣାଟକ, ରୟାଲସୀମା, ତେଲଙ୍ଗାନାର କେତେକ ଅଞ୍ଚଳରେ ମୌସୁମୀ ପ୍ରବେଶ କରିଛି। ସାଧାରଣତଃ ମୌସୁମୀ ବାୟୁ କେରଳ ଛୁଇଁବାର ୧୦ ଦିନ ପରେ ଓଡ଼ିଶା ଛୁଇଁଥାଏ। ତେବେ ଆଜି ଆଇଏମ୍‌ଡି ଯେଉଁଭଳି ଆକଳନ କରିଛି ତାହାକୁ ଦେଖିଲେ ଧାର୍ଯ୍ୟ ସମୟର ଦୁଇ ଦିନ ଆଗରୁ ଓଡ଼ିଶାରେ ‌ମୌସୁମୀ ପ୍ରବେଶ କରିବାର ସମ୍ଭାବନା ରହିଛି। ଜୁନ୍‌ ୮ ତାରିଖ ମଧ୍ୟରେ ମୌସୁମୀ ପହଞ୍ଚିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ମଙ୍ଗଳବାର ରାଜ୍ୟର ୪ଟି ସହରରେ ଦିନ ତାପମାତ୍ରା ୪୦ ଡିଗ୍ରୀ କିମ୍ବା ତା’ଠାରୁ ଉପରେ ରହିଛି। ନୂଆପଡ଼ାରେ ଦିନ ତାପମାତ୍ରା ସବୁଠୁ ଅଧିକ ୪୨.୨ ଡିଗ୍ରୀ ରେକର୍ଡ ହୋଇଥିବାବେଳେ ବରଗଡ଼ ୪୧.୭, ଟିଟିଲାଗଡ଼ ୪୨, ସୁବର୍ଣ୍ଣପୁର ୪୦.୮, ବଲାଙ୍ଗିର ୪୨ ଏବଂ ଭବାନୀପାଟଣାରେ ୪୦.୫ ଡିଗ୍ରୀ ରହିଛି। ଭୁବନେଶ୍ବରରେ ୩୮.୪ଡିଗ୍ରୀ ଏବଂ କଟକରେ ୩୮.୨ ଡିଗ୍ରୀ ରହିଛି। ଅନ୍ୟାନ୍ୟ ସହରରେ ତାପମାତ୍ରା ୪୦ ଡିଗ୍ରୀ ତଳେ ରହିଥିବା ଜଣାପଡ଼ିଛି। ଭୁବନେଶ୍ବର ପାଣିପାଗ ବିଜ୍ଞାନ କେନ୍ଦ୍ର ପୂର୍ବାନୁମାନ କରିଛି ଯେ ଆସନ୍ତା ୨ଦିନ କିଛି ଜିଲାରେ ଗ୍ରୀଷ୍ମପ୍ରବାହ ଅନୁଭୂତ ହେବା ସମ୍ଭାବନା ରହିଛି।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories