ମଙ୍ଗଳବାର ରାଶିଫଳ (୧୫.୦୮.୨୦୨୩)

ମେଷ : କୃଷକଙ୍କ କଲ୍ୟାଣ ସାଧନ ପାଇଁ ଗୋପାଳନ ଉପରେ ଗୁରୁତ୍ବ ଦେବା ସହ ନିଜର ଅର୍ଥନୀତିଜ୍ଞ ପ୍ରଜ୍ଞାର ଉପଯୋଗ କରିପାରନ୍ତି। ଦୁର୍ଘଟଣାରୁ ରକ୍ଷା ପାଇବା ପାଇଁ ଯାନବାହନ ଚଳାଚଳର ନିୟନ୍ତ୍ରକ ହେବେ।

ବୃଷ : ବହୁଜନ ହିତାୟ ନୀତିକୁ ଆଦରି ନେଇ ନିଜ ପରାକ୍ରମର ପରାକାଷ୍ଠା ପ୍ରତିପାଦନ କରିବେ। ଅର୍ଥାଗମର ଧାରା ଅବ୍ୟାହତ ରହିବ। ଈଶ୍ବର ବିଶ୍ବାସୀ ହୋଇ ଭ୍ରାତା ଓ ଭଗ୍ନୀଙ୍କ ସ୍ନେହାନୁବନ୍ଧିତ ହେବେ।

ମିଥୁନ : ସେବକ ମନୋଭାବର ହୋଇ ଅନ୍ୟର ମଙ୍ଗଳାଭିଳାଷୀ ହେଲେ ଲକ୍ଷ୍ମୀ ବରଦାୟିକା ହୋଇ ଧନ ଭଣ୍ଡାରକୁ ପରିପୂର୍ଣ୍ଣ କରିପାରନ୍ତି। ଦୈବୀ ବଳରେ ମହାଶକ୍ତିସମ୍ପନ୍ନ ହେବେ। ରତ୍ନଗର୍ଭାର ଆଶିଷ ମିଳିବ।

କର୍କଟ : ଲଗ୍ନ ଭାବ ହିଁ ଶରୀରର ଶାରୀରିକ ସୁସ୍ଥତା, ଆୟ, ଖାଦ୍ୟପେୟର ଉଦୟ ସ୍ଥାନକୁ ନିରୂପଣ କରି ନିରାହାରୀ, ଜଳାହାରୀ, ଫଳାହାରୀ ଓ ଶାରୀରିକ ବର୍ଣ୍ଣ ପାଇଁ ଅନ୍ନର ଆଶ୍ରୟ ନେଇପାରନ୍ତି। ସୁସ୍ଥ ରହିବେ।

ସିଂହ : ରିକ୍ତ ହସ୍ତା ନ ହୋଇ ଅମୃତ ହସ୍ତା ହୋଇପାରନ୍ତି। ଦାନ ଦେବା ଭଳି ମହତ କାମ ଓ ଜନକଲ୍ୟାଣ କାର୍ଯ୍ୟରେ ନିଜକୁ ସଂଯୋଗ କରିପାରନ୍ତି। ସାଧନାରେ ସିଦ୍ଧିପ୍ରାପ୍ତ ହେବେ; ମାତ୍ର ଏହା ଅହଂକାର ଶୂନ୍ୟ ହେବେ।

କନ୍ୟା : ଜ୍ଞାନୀଭାବେ ହେୟକୁ ପରିତ୍ୟାଗ କରି ଶ୍ରେୟକୁ ଗ୍ରହଣ କରିପାରନ୍ତି। ଦୈବୀ ଦାୟିତ୍ବସମ୍ପନ୍ନ କନ୍ୟା ରତ୍ନ ପାଇଁ ଗର୍ବିତ ହେବେ। ଯତ୍ନ, ଅଧ୍ୟବସାୟ ଓ ଉଦ୍ୟମ ବଳରେ ପ୍ରତ୍ୟେକ କାର୍ଯ୍ୟରେ ସଫଳ ହେବେ।

prayash

ତୁଳା : ଜ୍ଞାନର ପ୍ରଦୀପ ଜଳାଇ ପରିବାରର ଓ ପଡ଼ୋଶୀଙ୍କର ଚଲାପଥକୁ ଆଲୋକିତ କରିପାରନ୍ତି। ପରସ୍ପର ସ୍ନେହ ରହିଲେ ଘର ବୈକୁଣ୍ଠ ସମାନ ହୋଇପାରେ। ତ୍ୟାଗ, ଦୟା ଓ କ୍ଷମା ଗୁଣର ଅଧିକାରୀ ହେବେ।

ବିଛା : ​‌​‌ ଚରିତ୍ର ନିର୍ମାଣର ସୁଦୂର ଆଧାର ହେଉଛି ଜ୍ଞାନ, ସେହି ଜ୍ଞାନ ବଳରେ ସୁକର୍ମ ଦ୍ବାରା ନିଜର ଭାଗ୍ୟନିୟନ୍ତା ନିଜେ ହେବେ। ସଚେତନତା ସହିତ ଯୋଡ଼ି ହେଲେ ସେବାର ମହତ୍ବ ରହିବ। ଧନପ୍ରାପ୍ତ ହେବେ।

ଧନୁ : ଧୈର୍ଯ୍ୟ ଓ ସାହସ ସଞ୍ଚୟ କରି ଦୁର୍ନୀତିର ମୁକାବିଲା କରିପାରନ୍ତି। ସେବା ଓ ପରୋପକାରକୁ ଜୀବନର ବ୍ରତଭାବେ ଗ୍ରହଣ କରି ଶ୍ରେଷ୍ଠତ୍ବ ବଜାୟ ରଖିବେ। କର୍ମଠ ବ୍ୟକ୍ତିଭାବେ ସମସ୍ତଙ୍କ ପ୍ରିୟ ହେବେ।

ମକର : ମହିଳାମାନଙ୍କର ଗୃହସ୍ଥ ଧର୍ମ ସର୍ବୋତ୍କୃଷ୍ଟ ହେବ। ଉତ୍ସର୍ଗୀକୃତ ସେବାରେ ନିମଗ୍ନ ହୋଇପାରନ୍ତି। ସେବା ଭାବନାରେ ଉନ୍ମୁଖ ହୋଇପାରନ୍ତି। କର୍ମଚଞ୍ଚଳ ରହିବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ।

କୁମ୍ଭ : ନୀରୋଗ ଶରୀର ସମ୍ପନ୍ନ ହେବେ। ଧର୍ମ କାର୍ଯ୍ୟରେ ଧନ ବ୍ୟୟ କରି ସୁନାମ ଅର୍ଜନ କରିବେ। ସେବା ଓ ପରୋପକାରକୁ ଜୀବନର ବ୍ରତଭାବେ ଗ୍ରହଣ କରିପାରନ୍ତି। ଜ୍ଞାନୀ ଓ ଗୁଣଜ୍ଞ ହେବେ।

ମୀନ : ଜୀବଜନ୍ତୁଙ୍କ ପ୍ରତି ଦୟାର୍ଦ୍ରଚିତ୍ତ ହେବେ। କର୍ମଚଞ୍ଚଳ ରହିବେ। ସୁସ୍ଥ ଓ ନିରାମୟ ରହିବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ଶାସ୍ତ୍ରଜ୍ଞ ହେବେ। ଈଶ୍ବରଙ୍କ ପ୍ରତି ଭକ୍ତି ଓ ଆନୁଗତ୍ୟ ରହିବ। ସୁଖୀ ହେବେ।

Comments are closed.