ହାଇଟେକ ହସ୍ପିଟାଲରେ ଅଗ୍ନିକାଣ୍ଡ
ଭୁବନେଶ୍ବର: ଭୁବନେଶ୍ବର ପାଣ୍ଡରାସ୍ଥିତ ହାଇଟେକ ହସ୍ପିଟାଲରେ ଅଗ୍ନିକାଣ୍ଡ ଘଟିଛି। ହସ୍ପିଟାଲ ପରିସରରେ ଅକ୍ସିଜେନ ସିଲିଣ୍ଡର ବିସ୍ଫୋରଣ ଯୋଗୁ ଅଗ୍ନିକାଣ୍ଡ ହୋଇଥିବା ସୂଚନା ମିଳିଛି। ଏହି ଅଗ୍ନିକାଣ୍ଡରେ ଏକାଧିକ ଆହତ ହୋଇଥିବା ଜଣାପଡ଼ିଛି।
ସନ୍ଧ୍ୟା ସମୟରେ ହସପିଟାଲର ତୃତୀୟ ମହଲାରେ ପ୍ରଚଣ୍ଡ ଶବ୍ଦ ସହ ଧୁଆଁମୟ ହୋଇଥିଲା ଏବଂ ନିଆଁ ଲାଗି ଯାଇଥିଲା। ଏହାପରେ ହସପିଟାଲ ବାହାରେ ଥିବା ସମ୍ପର୍କୀୟମାନେ ବଡ଼ ଧରଣର ବିସ୍ଫୋରଣ ହୋଇଥିବା ଅନୁମାନ କରାଯାଉଛି। ଏବଂ ହସ୍ପିଟାଲ ଭିତରକୁ ପ୍ରବେଶ ପାଇଁ କାହାରିକୁ ଅନୁମତି ଦିଆଯାଉନାହିଁ।
ଏ ସଂକ୍ରାନ୍ତରେ ହାଇଟେକ ହସିପିଟାଲର ଲୋକ ସମ୍ପର୍କ ଅଧିକାରୀ ସୂଚନା ଦେଇ କହିଛନ୍ତି ଯେ ହସପିଟାଲରେ ନିର୍ମାଣ କାମ ଚାଲିଥିବାବେଳେ ଏସିରେ ଗ୍ୟାସ ଫିଲିଂ କରାଯାଉଥିଲା। ସେତେବେଳେ ଅଗ୍ନିକାଣ୍ଡ ଘଟିଛି। ତୁରନ୍ତ ନିଆଁକୁ ଆୟତ କରାଯାଇଛି। କେହି ମୃତାହତ ହୋଇନାହାନ୍ତି। ରୋଗୀ ସେବା ପ୍ରଭାବିତ ହୋଇନାହିଁ।
Comments are closed.