ବୁର୍ଲା ମୁଖ୍ୟବନ୍ଧ କାର୍ଯ୍ୟାଳୟ ଘେରିଲେ ବିସ୍ଥାପିତ

ଦାବୀପୁରଣ ନ ହେଲେ ଅକ୍ଟୋବର ମାସ ୧ରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା

ବୁର୍ଲା : ବିଶ୍ୱର ସୁପ୍ରସିଦ୍ଧ ଦୀର୍ଘତମ ମାଟିବନ୍ଧ ହୀରାକୁଦ ବନ୍ଧକୁ ୬୭ ବର୍ଷ ପୁରିଲା ୭ ଦଶକ ପରେ ମଧ୍ୟ ସହସ୍ରାଧିକ ବିସ୍ଥାପିତ ପରିବାର କ୍ଷତିପୁରଣ ରାଶି, ଅନୁକମ୍ପା ରାଶି ଏବଂ ଘରଡ଼ିହ ପାଇବାରୁ ବଞ୍ଚିତ ହୋଇ ରହିଥିବା ପରିପ୍ରେକ୍ଷିରେ ଆନ୍ଦୋଳନ ମୁହାଁ ହୋଇଥିଲେ। ସୋମବାର ଅପରାହ୍ନରେ ମୁଖ୍ୟବନ୍ଧ ଅଧିକ୍ଷଣ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ୫୦ ପରିବାର ଗଣଧାରଣା ଦେଇ ଜଳସମ୍ପଦ ମନ୍ତ୍ରୀଙ୍କୁ ଜଳସମ୍ପଦ ବିଭାଗୀୟ ଅଧିକ୍ଷଣ ଯନ୍ତ୍ରୀ ସୁଧିର ସାହୁଙ୍କ ମାଧ୍ୟମରେ ସ୍ମାରକପତ୍ର ପ୍ରଦାନ କରିଥିଲା ହୀରାକୁଦ ବିସ୍ଥାପିତ କଲ୍ୟାଣ ସମିତି ଏହା ସହିତ ସମସ୍ତ ବିସ୍ଥାପିତଙ୍କ ତାଲିକା ଜଳସମ୍ପଦ ମନ୍ତ୍ରୀଙ୍କୁ ପ୍ରଦାନ କରିବା ପାଇଁ ଦାବୀ ଉପସ୍ଥାପିତ କରିଥିଲେ। ପରେ ଜଳସମ୍ପଦ ବିଭାଗର ଅଧିକ୍ଷଣ ଯନ୍ତ୍ରୀ ସୁଧିର ସାହୁ ଧାରଣାରତ ହୀରାକୁଦ ବିସ୍ଥାପିତ କଲ୍ୟାଣ ସମିତିକୁ ସେପ୍ଟେମ୍ବର ମାସରେ ବରଗଡ଼ ଜିଲ୍ଲା ଅତାବିରା ଥାନାର ବୁଡ଼ି ଗ୍ରାମର ତାଲିକା ଦିଆଯିବା, ଅକ୍ଟୋବର ମାସରେ ଭଟଲି ଏବଂ ସମ୍ବଲପୁର ତହସିଲର ତାଲିକା ଦିଆଯିବ ବୋଲି ନିର୍ଭର ପ୍ରତିଶ୍ରୁତି ପାଇବା ପରେ ବିସ୍ଥାପିତ କଲ୍ୟାଣ ସମିତି ସାମୟିକ ଭାବରେ ଧାରଣାରୁ ଓହରି ଯାଇଥିବା ବେଳେ ଆଗାମୀ ଅକ୍ଟୋବର ମାସ ୧ ତାରିଖ ସମ୍ବଲପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣ ଦିଆଯିବ ବୋଲି ହୀରାକୁଦ ବିସ୍ଥାପିତ କଲ୍ୟାଣ ସମିତିର ଉପସଭାପତି ଲୋକନାଥ ସାହୁ ଗଣମାଧ୍ୟମକୁ ସୂଚନା ଦେଇଥିଲେ।

ହୀରାକୁଦ ବନ୍ଧ ପାଇଁ ଗତ ତା ୧୩. ୦୧. ୧୯୫୭ ରିଖରେ ବିସ୍ଥାପିତ ହୋଇଥିବା ୨୬ହଜାର ୫୦୧ ପରିବାର ବର୍ତ୍ତମାନ ଅଣୁ ବିଭାଜିତ ହୋଇ ୮୪ ହଜାର ପରିବାରରେ ପରିଣତ ହେଲେଣି ବିସ୍ଥାପିତ ପରିବାରମାନେ। ମାତ୍ର ଏଯାବତ ୪ ହଜାର ୪୫୦ ପରିବାର କ୍ଷତିପୁରଣ ବା ୧୦ ଡ଼େସିମଲ ସ୍ଥାନ ପାଇଥିବା ବେଳେ ବର୍ତ୍ତମାନ ସୁଦ୍ଧା କ୍ଷତିପୁରଣ ଏବଂ ୧୦ ଡ଼େସିମଲ ଜମି ପାଇବାରୁ ବଞ୍ଚିତ ରହିଛନ୍ତି ୮୦ହଜାରରୁ ଅଧିକ ପରିବାର। ପଶ୍ଚିମ ଓଡ଼ିଶାର ୫ଟି ଜିଲ୍ଲା ସମ୍ବଲପୁର, ବରଗଡ଼, ଝାରସୁଗୁଡ଼ା, ସୁନ୍ଦରଗଡ଼ ଓ ସୋନପୁର ତଥା ପୂର୍ବ ଛତିଶଗଡ଼ର ୩ଟି ଜିଲ୍ଲା ରାୟଗଡ, ସୁଗୁଜା ଏବଂ ଚମ୍ପା-ଦାନଗିରିରେ ବସବାସ କରନ୍ତି। ବିଳମ୍ବରେ ହେଲେ ସୁଦ୍ଧା ଓଡ଼ିଶା ସରକାରଙ୍କ ରାଜସ୍ୱ ବିଭାଗର ପତ୍ର ସଂଖ୍ୟା-୫୫୩୧ ଗତ ତା ୩୦.୦୧.୨୦୦୨ରିଖ ଦ୍ୱାରା ପ୍ରତି ବିଭାଜିତ ପରିବାରକୁ ୧୦ ଡ଼େସିମଲ ଲେଖାଏଁ ଘରଡ଼ିହ ଯୋଗାଇ ଦେବାକୁ ସମସ୍ତ ତହସିଲଦାର ଓ ଜିଲ୍ଲାପାଳ ମାନଙ୍କୁ ନିର୍ଦ୍ଦେଶ ହୋଇଥିବା କଲ୍ୟାଣ ସମିତିର ଉପସଭାପତି ଲୋକନାଥ ସାହୁ ବ୍ୟକ୍ତ କରିଛନ୍ତି ।

prayash

ମାତ୍ର ତହସିଲଦାର ମାନଙ୍କ ଅସହଯୋଗ ଓ ଅବହେଳା ଯୋଗୁଁ ବିସ୍ଥାପିତ କଲ୍ୟାଣ ସମିତି ଅଭିଯୋଗ କରିଛନ୍ତି । ସରକାରୀ ନିର୍ଦ୍ଦେଶନାମା ୨୨ ବର୍ଷ ପରେ ମଧ୍ୟ ମାତ୍ର ୫ ପ୍ରତିଶତ ବିସ୍ଥାପିତ ପଟ୍ଟା ପାଇଛନ୍ତି । ଏହି ହୀରାକୁଦ ବନ୍ଧ ବିସ୍ଥାପିତଙ୍କ ସୂଚୀ ଜଳସମ୍ପଦ ବିଭାଗ କାର୍ଯ୍ୟାଳୟରେ ରହିଥିବା ବେଳେ ଏହି ତାଲିକା ଜିଲ୍ଲାପାଳଙ୍କୁ ପ୍ରେରିତ କରି ଦିଆଯାଇଥିବା ସୂଚନା ଦିଆଯାଇଛି। ତେବେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ତରଫରୁ ତାଲିକା ଦିଆଯାଇ  ନ ଥିବା କୁହାଯାଇ ଅସହଯୋଗ କରି ହଇରାଣ ହରକତ କରାଯାଉଥିବା ଅଭିଯୋଗ କରିଛନ୍ତି ହୀରାକୁଦ ବିସ୍ଥାପିତ କଲ୍ୟାଣ ସମିତିର ଉପସଭାପତି ଶ୍ରୀ ସାହୁ। ଏହି ଧାରଣାରେ ଉପସଭାପତି ଅନ୍ତର୍ଯ୍ୟାମୀ ପାଢ଼ୀ,ସହକାରୀ ସମ୍ପାଦକ କୃଷ୍ଣଦୟାଲ ପଣ୍ଡା, ବରଗଡ଼ ସମିତିର ଉପସଭାପତି ହରିଶଙ୍କର ମେହେର, ଶୈଳବାଳା ପ୍ରଧାନ, ବରଗଡ଼ ଜିଲ୍ଲା ବିସ୍ଥାପିତ ସମିତିର ଉପସଭାପତି ବିନୋଦ ଡ଼ନସେନା, ସନ୍ତୋଷ ମିର୍ଦ୍ଧା, ଆନନ୍ଦ ପୁଜାରୀ, କୃଷ୍ଣ ବାରିକ, ମିତ୍ରଭାନୁ ମିଶ୍ର, ବିଭୁତି ଭୁଷଣ ପୋଢ଼, ସୁବାଷ ଭୁଏ ପ୍ରମୁଖଙ୍କ ସହିତ ଅନ୍ୟାନ୍ୟ ମାନେ ଉପସ୍ଥିତ ରହି ଧାରଣା ଦେଇଥିଲେ।

ଗୁରୁତ୍ୱପୁର୍ଣ୍ଣ କଥା ହେଲା ହୀରାକୁଦ ମାଟିବନ୍ଧର ବିସ୍ତୃତ ୭୫୦ ବର୍ଗକିଲୋମିଟର ମଧ୍ୟରେ ୩୬୯ଟି ଗ୍ରାମ ବୁଡ଼ିଯାଇଥିଲା। କ୍ଷତିପୁରଣ ଆଶାବାନ୍ଧି ବସିଥିବା ଉଦବାସ୍ତୁ ପରିବାର ବର୍ତ୍ତମାନ ସୁଦ୍ଧା ଚାହିଁ ରହିଛନ୍ତି । ମାତ୍ର ୨୨ ବର୍ଷ ପରେ ଝାରସଗୁଡ଼ାରେ ୩୮୪୧ ପରିବାରକୁ କ୍ଷତିପୁରଣ ମିଳିଥିବା ବେଳେ ବାକି ରହିଛନ୍ତି ୩୧ହଜାର୧୮୪, ସମ୍ବଲପୁରରେ ୬୩୧ଜଣ ପରିବାରକୁ ପଟ୍ଟା ମିଳିଥିବା ବେଳେ ବାକି ରହିଛନ୍ତି ୨୪ ହଜାର୬୧୬ ପରିବାର, ବରଗଡ଼ ଜିଲ୍ଲାରେ ୭୨ ପରିବାରକୁ ପଟ୍ଟା ମିଳିଥିବା ବେଳେ ୭ହଜାର ୮୪୮ ପରିବାର ବଞ୍ଚିତ ରହିଛନ୍ତି । ସେହିପରି ସୋନପୁରରେ ୩ ହଜାର୮୦୦, ସୁନ୍ଦରଗଡ଼ରେ ୫ହଜାର୨୦୦, ରାୟଗଡ଼ା ୫ହଜାର୬୦୦ ଏବଂ ସୁଗୁଜାରେ ୨ହଜାର୪୦୦ ପରିବାର କ୍ଷତିପୁରଣ ପାଇବାରୁ ବବଞ୍ଚିତ ରହିଥିବା ସୁଚନା ହସ୍ତଗତ ହୋଇଛି । ଘରଡ଼ିହ ପ୍ରଦାନ ପ୍ରସଙ୍ଗରେ ହୀରାକୁଦ ବିସ୍ଥାପିତ କଲ୍ୟାଣ ସମିତି ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିବା ସହିତ ଆଗାମୀ ଦିନରେ ବିସ୍ଥାପିତଙ୍କ ନାଯ୍ୟ ଦାବୀ ପୁରଣ କରା ନ ଗଲେ ଆନ୍ଦୋଳନାତ୍ମକ ପନ୍ଥା ଅବଲମ୍ବନ କରାଯିବ ବୋଲି ସୂଚନା ଦେଇଛନ୍ତି ।

Comments are closed.