କଳାହାଣ୍ଡି : ଜଣେ ନବମ ଶ୍ରେଣୀ ଛାତ୍ରୀଙ୍କୁ ସ୍କୁଲର ପ୍ରଧାନ ଶିକ୍ଷକ ବଳାତ୍କାର କରିବା ଅଭିଯୋଗ ହୋଇଛି। କଳାହାଣ୍ଡି ଜିଲା ଥୁଆମୂଲ ରାମପୁର ବ୍ଲକର ସିରିମସ୍କା ଉନ୍ନିତ ଉଚ୍ଚ ବିଦ୍ୟାଳୟରେ ଏହି ଘଟଣା ଘଟିଛି। ପ୍ରଧାନଶିକ୍ଷକ ବାଳକୃଷ୍ଣ ମହାପାତ୍ର ପିଡ଼ିତା ଛାତ୍ରୀଙ୍କୁ ଧମକଚମକ ମଧ୍ୟ ଦେଇଥିଲେ। ତେବେ ଛାତ୍ରୀ ଜଣକ ଘଟଣା ସମ୍ପର୍କରେ ପରିବାରବର୍ଗଙ୍କୁ ଜଣାଇବା ପରେ ବୁଧବାର ଥାନାରେ ମାମଲା ରୁଜୁ କରାଯାଇଛି। ଗିରଫ ଭୟରେ ସମ୍ପୃକ୍ତ ପ୍ରଧାନଶିକ୍ଷକ ଫେରାର ହୋଇ ଯାଇଥିବା ଜଣାପଡିଛି।
Popular Categories



