BJD Bijuli 480×75 Mob

ଗର୍ବ ଓ ଗୌରବର ପ୍ରତୀକ ବିପ୍ଳବୀ ଧରଣୀଧର

ପଦ୍ମଶ୍ରୀ ଦୈତାରୀ ନାଏକଙ୍କୁ ‘ଧରଣୀଧର ସମ୍ମାନ’ରେ ସମ୍ବର୍ଦ୍ଧିିତ

BJD Bijuli 480×75 Mob

କେନ୍ଦୁଝରଗଡ଼: ଧରଣୀଧର ବିଶ୍ୱବିଦ୍ୟାଳୟ ପକ୍ଷରୁ ବିପ୍ଳବୀ ଧରଣୀଧରଙ୍କ ୧୬୦ତମ ଜୟନ୍ତୀ ପାଳିତ ହୋଇଯାଇଛି। ସମାରୋହ ପ୍ରାରମ୍ଭରୁ ବିଶ୍ୱବିଦ୍ୟାଳୟ ପରିସରରେ ଥିବା ବିପ୍ଳବୀ ଧରଣୀଧରଙ୍କ ସମେତ ଅନ୍ୟ ବରପୁତ୍ର ମାନଙ୍କ ପ୍ରତିମୂର୍ତ୍ତିରେ ଅତିଥିଗଣ ମାଲ୍ୟାର୍ପଣପୂର୍ବକ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ।

ଏହି ଅବସରରେ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ପ୍ରତାପ କୁମାର ମହାନ୍ତିଙ୍କ ଅଧ୍ୟକ୍ଷତାରେ ବିଶ୍ୱବିଦ୍ୟାଳୟ ଆଇଡିପି ସଭାଗୃହରେ ଆୟୋଜିତ ସଭାରେ ପଦ୍ମଶ୍ରୀ ଦୈତାରୀ ନାଏକ ମୁଖ୍ୟଅତିଥି ଭାବେ ଯୋଗଦେଇ ସରଳ ନୀରିହ ଆଦିବାସୀଙ୍କ ଉତ୍ଥାନ ଦିଗରେ ଧରଣୀଧରଙ୍କ ତ୍ୟାଗ ଅତୁଳନୀୟ ବୋଲି କହିଥିଲେ। ଜୟନ୍ତୀ କମିଟି ଆବାହକ ଡ. ସୁମନ୍ତ୍ର ନାଏକ ସ୍ୱାଗତଭାଷଣ ଓ ଅତିଥି ପରିଚୟ ପ୍ରଦାନ ଅବସରରେ ମହାନ ସ୍ୱାଧିନତା ସଂଗ୍ରାମୀ ଧରଣୀଧରଙ୍କ ସଂଘର୍ଷମୟ ଜୀବନୀ ସମ୍ପର୍କରେ ଆଲୋକପାତ କରିଥିଲେ। କୁଳସଚିବ ନରେନ୍ଦ୍ର କୁମାର ସାହୁ ଓ ସ୍ନାତକୋତ୍ତର ପରିଷଦ ଅଧ୍ୟକ୍ଷ ପ୍ରଫେସର ସତ୍ୟବ୍ରତ ମିଶ୍ର ସମ୍ମାନିତ ଅତିଥି ଭାବେ ଯୋଗଦେଇ ଧରଣୀଧରଙ୍କ ତ୍ୟାଗ ଓ ଆଦଶଁ ଓଡିଶାକୁ ଏକ ସ୍ୱତନ୍ତ୍ର ପରିଚୟ ଦେଇଛି ବୋଲି କହିଥିଲେ।

ଓଡିଆ ଭାଷା ସାହିତ୍ୟ ବିଭାଗ ମୁଖ୍ୟ ଅଧ୍ୟାପକ ସୁଧା ଦାଶ ମୁଖ୍ୟବକ୍ତା ଭାବେ ଯୋଗଦେଇ ଧରଣୀଧରଙ୍କ ବିପ୍ଳବ ଓ ଆଧ୍ୟାତ୍ମିକ ଜୀବନର ତୁଳନାତ୍ମକ ଉପସ୍ଥାପନା ସହ ଧରଣୀଧରଙ୍କ ସ୍ୱତନ୍ତ୍ର ଅବଦାନ ସମ୍ପର୍କରେ ଆଲୋକପାତ କରିଥିଲେ। ଏହି ଅବସରରେ କୁଳପତି ପ୍ରଫେସର ମହାନ୍ତି ପଦ୍ମଶ୍ରୀ ଦୈତାରୀଙ୍କୁ ଉପଢ଼ୌକନ ଓ ମାନପତ୍ର ଦେଇ ‘ଧରଣୀଧର ସମ୍ମାନ’ରେ ସମ୍ବର୍ଦ୍ଧିିତ କରିଥିଲେ। ଏଥିସହ ବକ୍ତୃତା ପ୍ରତିଯୋଗିତାର କୃତୀ ଛାତ୍ରଛାତ୍ରୀଙ୍କୁ ମଧ୍ୟ ଅତିଥିଗଣ ପୁରସ୍କୃତ କରିଥିଲେ। ଅଧ୍ୟାପିକା ଶୁଭଶ୍ମୀତା ଦାଶଙ୍କ ସଂଯୋଜନାରେ ଆୟୋଜିତ ଏହି ସମାରୋହରେ ବିଶ୍ୱବିଦ୍ୟାଳୟର ସମସ୍ତ ଅଧ୍ୟାପକ, ଅଧ୍ୟାପିକା, ଶିକ୍ଷା କର୍ମଚାରୀଓ ଛାତ୍ରଛାତ୍ରୀ ଉପସ୍ଥିତ ଥିବାବେଳେ ଶେଷରେ ଅଧ୍ୟାପକ ବିଜୟ କୁମାର ଦାଶ ଧନ୍ୟବାଦ ଅର୍ପଣ କରିଥିଲେ।
ଭୂୟାଁ ସାଂସ୍କୃତିକ ସଙ୍ଗଠନ ପକ୍ଷରୁ ଧରଣୀଧର ଜୟନ୍ତୀ ପାଳିତ
ଭୂୟାଁ ସାଂସ୍କୃତିକ ସଂଗଠନ କେନ୍ଦୁଝର ପକ୍ଷରୁ କମାରଗୋଡାସ୍ଥିତ ନବନିର୍ମିତ ଭୂୟାଁ ସାଂସ୍କୃତିକ ଭବନରେ ରବିବାର ବିପ୍ଳବୀ ଧରଣୀଧରଙ୍କ ୧୬୦ତମ ଜୟନ୍ତୀ ସମାରୋହ ପାଳିତ ହୋଇଯାଇଛି। ସଙ୍ଗଠନର ସଭାପତି ହରିଶଙ୍କର ବେହେରାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ସମାରୋହରେ ପଦ୍ମଶ୍ରୀ ଦୈତାରୀ ନାଏକ ମୁଖ୍ୟଅତିଥି ଭାବେ ଯୋଗଦେଇ ବିପ୍ଳବୀ ଧରଣୀଧର ଜିଲା ବାହାରେ କେନ୍ଦୁଝର ଜିଲାର ଗର୍ବ ଓ ଗୌରବ, ସ୍ପର୍ଦ୍ଧା ଓ ସ୍ୱାଭିମାନର ପ୍ରତୀକ ଥିଲେ ବୋଲି କହିଥିଲେ। ଧରଣୀଧର ବିଶ୍ୱବିଦ୍ୟାଳୟର ସହକାରୀ ପ୍ରାଧ୍ୟାପକ ଢ. ସୁମନ୍ତ୍ର ନାଏକ ମୁଖ୍ୟବକ୍ତା ଭାବେ ଯୋଗଦେଇ ଜୟନ୍ତୀ ପାଳନକୁ ପୂଜ୍ୟ ପୂଜାର ମହାନ୍ ପରମ୍ପରା ଭାବେ ଅଭିହିତ କରି ବିପ୍ଳବୀ ଧରଣୀଧରଙ୍କ ତ୍ୟାଗ, ତିତିକ୍ଷା, ଆଦର୍ଶ, ବ୍ୟକ୍ତିତ୍ୱ ଓ ନେତୃତ୍ୱ ସବୁବେଳେ ଉତ୍ତରପୀଢ଼ିକୁ ପ୍ରେରଣା ଯୋଗାଉଥିବ ବୋଲି ମତବ୍ୟକ୍ତ କରିଥିଲେ।

ସରକାରୀ ମହିଳା ମହାବିଦ୍ୟାଳ୍ରୟ କେନ୍ଦୁଝରର ଅଧ୍ୟାପିକା ଗିତାଞ୍ଜଳୀ ନାଏକ ଓ ପୂର୍ବତନ ଜିଲାପରିଷଦ ସଭାପତି ମମିତା ନାଏକ ସମ୍ମାନିତ ଅତିଥି ଭାବେ ଯୋଗଦେଇ ବ୍ରିଟିଶ୍‌‌ ସମର୍ôଥତ ରାଜତନ୍ତ୍ରର ଅନ୍ୟାୟ, ଅତ୍ୟାଚାର ବିରୁଦ୍ଧରେ ଧରଣୀଧରଙ୍କ ସଂଗ୍ରାମ ଭାରତ ଇତିହାସରେ ଏକ ଯୁଗାନ୍ତକାରୀ ଘଟଣା ବୋଲି କହିଥିଲେ। ସଙ୍ଗଠନର ଉପସଭାପତି ସଞ୍ଜୟ ଶେଖର ଗିରି ଅନ୍ୟତମ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଧରଣୀଧରଙ୍କୁ ଅତ୍ୟାଚାରିତ ସମାଜର ତ୍ରାଣକର୍ତ୍ତା ଭାବେ ବର୍ଣ୍ଣନା କରି ଇଂରେଜ ସମର୍ôଥତ ରାଜତନ୍ତ୍ରର ଅନ୍ୟାୟ, ଅନୀତି, ବେଠି, ବ୍ୟଭିଚାର ଏବଂ ପ୍ରଜା ବିରୋଧି ଶାସନ ବିରୋଧରେ କିପରି ଆଦିବାସୀମାନଙ୍କୁ ସଙ୍ଗଠିତ କରି ବିପ୍ଲବ କରିଥିଲେ ତାହା ଅବତାରଣା କରିଥିଲେ। ସଙ୍ଗଠନର ସମ୍ପାଦକ ଶ୍ୟାମସୁନ୍ଦର ନାଏକ ବାର୍ଷିକ ବିବରଣୀ ଉପସ୍ଥାପନ ସହ ଧରଣୀଧରଙ୍କ କୃତୀ ଓ କୀର୍ତ୍ତି ଚିରଦିନ ପାଇଁ ଇତିହାସରେ ଲିପିବଦ୍ଧ ହୋଇ ରହିବ ବୋଲି କହିବା ସହିତ ଧରଣୀଧରଙ୍କ ସ୍ୱାଭିମାନ ଓ ତାଙ୍କ ଆଦର୍ଶର ଗାରିମା ଉପରେ ଆଲୋକପାତ କରିଥିଲେ।

ସଙ୍ଗଠନର ବହୁ ସଦସ୍ୟ ସଦସ୍ୟା ଉପସ୍ଥିତ ରହି କାର୍ଯ୍ୟକ୍ରମ ଆୟୋଜନ ଓ ପରିଚାଳନାରେ ସହଯୋଗ କରିଥିବା ବେଳେ ଶେଷରେ ସଙ୍ଗଠନର ବରିଷ୍ଠ କର୍ମକର୍ତ୍ତା ପ୍ରଶାନ୍ତ କୁମାର ନାଏକ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେ ସଙ୍ଗଠନ ନପକ୍ଷରୁ ଧରଣୀଧରଙ୍କ ଜନ୍ମସ୍ଥାନ କୁସୁମିତା ସମେତ ଦଅଁଳା, ବାଂଶପାଳ, ଯୋଡା, ଜଜାଙ୍ଗ ଓ ଗୁଆଲି ଠାରେ ବିପ୍ଳବୀ ଧରଣୀଧରଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣପୂର୍ବକ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା।

Comments are closed.