BJD Bijuli 480×75 Mob

କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀ: ଯାଞ୍ଚ ପରେ ୧୧ ପ୍ରାର୍ଥୀଙ୍କ ନାମାଙ୍କନପତ୍ର କାଏମ, ୨ଜଣଙ୍କ ନାକଚ

ଏଇଠୁ ନିର୍ବାଚନ ଲଢୁଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

BJD Bijuli 480×75 Mob
କଣ୍ଟାବାଞ୍ଜି : ଟିଟିଲାଗଡ଼ ଉପଜିଲାପାଳଙ୍କ କାର୍ଯ୍ୟାଳୟରେ କଣ୍ଟାବାଞ୍ଜି ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ପ୍ରାର୍ଥୀପତ୍ର ଯାଞ୍ଚ ପ୍ରକ୍ରିୟା ଶେଷ ହୋଇଛି।  କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀର ନିର୍ବାଚନ ଅଧିକାରୀ ପବିତ୍ର ବେହେରା ନାମାଙ୍କନପତ୍ର ଦାଖଲ କରିଥିବା ସମୁଦାୟ 13ଜଣ ପ୍ରାର୍ଥୀ ଙ୍କ ନାମାଙ୍କନ ପତ୍ର ଯାଞ୍ଚ କରିଥିଲେ. ଯାଞ୍ଚ ପରେ ୨ ଜଣ ପ୍ରାର୍ଥୀଙ୍କ ନାମାଙ୍କନପତ୍ର ଆବଶ୍ୟକ କାଗଜାତ ନଥିବା ରୁ ଯାଞ୍ଚ ସମୟରେ କଟି ଯାଇଥିବା ନିର୍ବାଚନ କାର୍ଯ୍ୟାଳୟ ସୂତ୍ରରୁ ଜଣାପଡିଛି। ନାକଚ ହୋଇଥିବା ପ୍ରାର୍ଥୀ ହେଲେ ଓଡିଶା ଜନତା ପାର୍ଟିର ରମେଶ ଦାସ ଏବଂ ଜଣେ ସ୍ୱାଧୀନ ପ୍ରାର୍ଥୀ ସୁବ୍ରତ ଦାସ।
ଅପରପକ୍ଷରେ କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀରେ ଦାଖଲ ହୋଇଥିବା ୧୧ଜଣ ପ୍ରାର୍ଥୀଙ୍କ ନାମାଙ୍କନପତ୍ର ଯାଞ୍ଚ କରାଯାଇଥିଲା ଏବଂ ସେମାନଙ୍କନାମାଙ୍କନପତ୍ର କାଏମ ରହିଛି। ବୋଲି ନିର୍ବାଚନ ଅଧିକାରୀ ପ୍ରକାଶ କରିଛନ୍ତି। କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀର ବିଧାନସଭା ଆସନ ପାଇଁ  କାଏମ ରହିଥିବା ୧୧ଜଣ  ପ୍ରାର୍ଥୀ ମଧ୍ୟରେ ରହିଛନ୍ତି ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ (ବିଜେଡି), ସନ୍ତୋଷ ସିଂ ସାଲୁଜା (କଂଗ୍ରେସ), ଲକ୍ଷ୍ମଣ ବାଗ (ବିଜେପି), ଅଭିରାମ ଧରୁଆ (ଅଲ ଇଣ୍ଡିଆ ଫରୱାର୍ଡ଼ ବ୍ଲକ), ଦେବେନ୍ଦ୍ର କୁମାର ଜୈନ (କୋଶଲ ମୁକ୍ତି ମୋର୍ଚ୍ଚା), ପାଣ୍ଡଵ ଭୋଇ (ଭାରତୀୟ କମ୍ୟୁନିଷ୍ଟ ପାର୍ଟି ), ସୁଦାମ କଲେତ (ଆମ୍ବେଦକରିଏତ ପାର୍ଟି ଅଫ ଇଣ୍ଡିଆ ) ପ୍ରମୁଖ ୪ ଜଣ ସ୍ୱାଧୀନ ପ୍ରାର୍ଥୀ ହେଲେ ସୁରଥ ବେହେରା, କମଳ କୁମାର ଛତ୍ରିଆ, ଧନେଶ୍ୱର ମାଝୀ, ସୋହନ ସିପକା।  ନାମାଙ୍କନପତ୍ର ପ୍ରତ୍ୟାହାର ପାଇଁ ଶେଷ ଦିବସ ମେ ୬ତାରିଖ ଧାର୍ଯ୍ୟ ହୋଇଛି ଏବଂ ଏହାପରେ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ଘୋଷଣା କରାଯିବ ବୋଲି ନିର୍ବାଚନ ଅଧିକାରୀ ସୂଚନା ଦେଇଛନ୍ତି।

Comments are closed.