BJD Bijuli 480×75 Mob

ସାଢେ ୮ଟା ସୁଦ୍ଧା ଭୁବନେଶ୍ଵରରେ ତାପମାତ୍ରା ଛୁଇଁଲା ୩୩.୨ ଡିଗ୍ରୀ

BJD Bijuli 480×75 Mob

ଭୁବନେଶ୍ଵର: ସାରା ରାଜ୍ୟରେ ପ୍ରବଳ ଗ୍ରୀଷ୍ମପ୍ରବାହ ଜାରି ରହିଛି। ଗରମ ଏବଂ ଗୁଳୁଗୁଳି ପୁରା ଜନଜୀବନକୁ ଅସ୍ତବ୍ୟସ୍ତ କରିପକାଉଛି। ସକାଳ ୧୦ଟା ବାଜିଲେ ଘରୁ ବାହାରିବା ବି ମୁସ୍କିଲ ହୋଇପଡୁଛି। ତେ​‌ବେ ଆଜି ସକାଳ ସାଢେ ୮ଟା ସୁଦ୍ଧା ଭୁବନେଶ୍ଵରର ତାପମାତ୍ରା ୩୩.୨ ଡିଗ୍ରୀ ଛୁଇଁଛି। ଆର୍ଦ୍ରତା ୭୬ ପ୍ରତିଶତ ଯୋଗୁଁ ପ୍ରବଳ ଗୁଳୁଗୁଳୁ ଅନୁଭୂତ ହେଉଛି। ସେପଟେ ତାତିରୁ ସାମାନ୍ୟ ଆଶ୍ଵସ୍ତି ମିଳିପାରେ। ଆଗାମୀ ୫ଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ବର୍ଷା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। କାଳବୈଶାଖୀ ବ​‌ର୍ଷା ଫଳରେ ଭୀଷଣ ଗ୍ରୀଷ୍ଣପ୍ରବାହରୁ କିଛି ମାତ୍ରାରେ ମୁକ୍ତି ମିଳିପାରେ। ୩ରୁ ୫ ଡିଗ୍ରୀ ପର୍ଯ୍ୟନ୍ତ ଦିନ ତାପମାତ୍ରା କମିପାରେ। ସୋମବାରଠାରୁ ଗ୍ରୀଷ୍ମପ୍ରବାହ ର ସମ୍ଭାବନା ନଥିବା ପାଣିପାଗ ବିଭାଗ ସୂଚନା ଦେଇଛି। ସେହିପରି ୭ ଏବଂ ୮ ତାରିଖରେ କାଳବୈଶାଖୀ ପ୍ରଭାବ ଅଧିକ ରହିବ। ଏଥିପାଇଁ ୬ରୁ ୮ ତାରିଖ ମଧ୍ୟରେ ସମୁଦ୍ରକୁ ନଯିବା ଲାଗି ମତ୍ସ୍ୟଜୀବୀଙ୍କୁ ସତର୍କ ସୂଚନା ଜାରି କରାଯାଇଛି। ୭ ତାରିଖରେ ଉତ୍ତର ଏବଂ ଦକ୍ଷିଣ ଓଡିଶାରେ ଭାରି ବର୍ଷା ସମ୍ଭାବନା ଥିବା ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।

Comments are closed.