www.samajalive.in
Tuesday, December 9, 2025
26.1 C
Bhubaneswar

ଗୁଜୁରାଟୀଙ୍କ ଭିନ୍ନ ଖାଦ୍ୟପାନୀୟ

ଭାରତର ପ୍ରତ୍ୟେକ ପ୍ରାନ୍ତର ପାରମ୍ପରିକ ଖାଦ୍ୟ ଥିବାବେଳେ ଗୁଜୁରାଟର ସ୍ଥାନ ମଧ୍ୟ ବେଶ୍ ଏଇ ତାଲିକାରେ ବେଶ୍ ସ୍ବତନ୍ତ୍ର ରହିଛି। ଉପକୂଳୀୟ ଏଇ ରାଜ୍ୟରେ ଲବଣାକ୍ତ ଭୂମି କାରଣରୁ ପନିପରିବା ଚାଷ ଭଲଭାବେ ହୋଇପାରେ ନାହିଁ। ଏଣୁ କାହିଁ କେଉଁକାଳରୁ ସେଠାର ପ୍ରତ୍ୟେକ ଖାଦ୍ୟ-ପାନୀୟରେ ବେସନର ମୁଖ୍ୟ ଭୂମିକା ରହିଛି। ସକାଳ ଜଳଖିଆଠାରୁ ଆରମ୍ଭ କରି ରାତ୍ରି ଭୋଜନ ପର୍ଯ୍ୟନ୍ତ ସବୁ ବ୍ୟଞ୍ଜନରେ ବେସନର ବ୍ୟବହାର ଅଳ୍ପବହୁତେ ହୋଇଥାଏ। ଗୁଜୁରାଟୀଙ୍କ ବ୍ୟଞ୍ଜନ ‘ଦହି-କଡ଼ି’, ‘କଢ଼ି ପକୋଡ଼ା’ ଇତ୍ୟାଦି ସ୍ବାସ୍ଥ୍ୟ ଉପରେ ମଧ୍ୟ ଉତ୍ତମ ପ୍ରଭାବ ପକାଉଥିବାର ବିଶେଷଜ୍ଞଙ୍କ ମତ। ଏସବୁ ନିୟମିତ ଖାଇଲେ ପେଟ ଥଣ୍ଡା ରହିବା ସହ ଖାଦ୍ୟ ଭଲଭାବେ ହଜମ ହୋଇଥାଏ। ଗୁଜୁରାଟରେ ବେସନ ରୁଟି, ବେସନ-ଆଳୁ ତରକାରି, ଭାକରି, ଖାକରା, ଥେପଲା, ଧୋକଲା, ପୁରନ୍ ପୋଲି ଇତ୍ୟାଦି ବ୍ୟଞ୍ଜନ ଖୁବ୍ ଲୋକପ୍ରିୟ।
ଗୁଜୁରାଟୀ ଯୁବତୀ ଓ ମହିଳାଙ୍କର କେଶ-ତ୍ବଚା ଆକର୍ଷଣୀୟ ହେବା ପଛର ମୁଖ୍ୟ କାରଣ ହେଲା, ସେମାନେ ନିୟମିତ ଭାବେ ବେସନକୁ ବିଭିନ୍ନ ବ୍ୟଞ୍ଜନରେ ଉପଯୋଗ କରି ସେବନ କରିଥାନ୍ତି। ଉତ୍ତମ ମାନର ବେସନକୁ ନିୟମିତ ଖାଦ୍ୟ ପ୍ରସ୍ତୁତିରେ ବ୍ୟବହାର କଲେ ମଧୁମେହର ଆଶଙ୍କା କମ୍ ହେବା ସହ ଓଜନ ମଧ୍ୟ ନିୟନ୍ତ୍ରିତ ରହିଥାଏ।

Hot this week

ବିଦ୍ୟୁତ୍ ତାର ଲାଗି ତାଲିମ ବିମାନ ଦୁର୍ଘଟଣା

ସମାଜ ଲାଇଭ ଡ଼େସ୍କ : ମଧ୍ୟପ୍ରଦେଶର ସିଓନିରେ ଏକ ତାଲିମ ବିମାନ...

ଅଜବ ନିଶା: କାରରେ ଭିଆଇପି ନମ୍ବର ପାଇଁ ୨୭ଲକ୍ଷ ଟଙ୍କାର ନିଲାମ, ଭାଙ୍ଗିଲା ସବୁ ରେକର୍ଡ

ସମାଜ ଡିଜିଟାଲ ଡେସ୍କ: ଉତ୍ତର ପ୍ରଦେଶର ନୋଏଡାରେ ଏକ ଅଜବ ଘଟଣା...

ଶିକାରୀ ଫାଶରେ ପଡିଲା କଲରାପତରିଆ

ଅନୁଗୁଳ : ଶିକାରୀ ଫାଶରେ ପଡିଲା କଲରାପତରିଆ। ଅନୁଗୋଳ ବନଖଣ୍ଡ କରତପଟା...

ଜନ୍ମଦିନରେ ସୋନିଆ ଗାନ୍ଧୀଙ୍କୁ ଝଟକା: କୋର୍ଟରୁ ନୋଟିସ୍‌

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସର ପୂର୍ବତନ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ବଡ...

ପୀତବାସ ପଣ୍ଡା ହତ୍ୟା ମାମଲା: ବିକ୍ରମଙ୍କ ସହ ୫ଜଣଙ୍କ ଜାମିନ୍‌ ରାୟ ସଂରକ୍ଷିତ

ସମାଜ ଡିଜିଟାଲ ଡେସ୍କ: ପୀତପଣ୍ଡା ହତ୍ୟା ମାମଲାରେ ପୂର୍ବତନ ବିଧାୟକ ବିକ୍ରମ...

Related Articles

Popular Categories