ଡୁରା ଡିଗ୍ରୀ କଲେଜରେ ନୂଆ-ଓ କାର୍ଯ୍ୟକ୍ରମ ଉଦଯାପିତ 

ଗୋପାଳପୁର: ଡୁରାସ୍ଥିତ ରାମ ନାରାୟଣ ଡିଗ୍ରୀ କଲେଜରେ ଆଜି ସରକାରଙ୍କ ନୂଆ-ଓ କାର୍ଯ୍ୟକ୍ରମ ଆନୁକୂଲ୍ୟରେ ଆୟୋଜିତ କ୍ରୀଡା, ସାଂସ୍କୃତିକ ଓ ସାମାଜିକ କାର୍ଯ୍ୟକ୍ରମ ଉଦଯାପିତ ହୋଇଛି। ଏହି ଅବସରରେ କଲେଜରେ ରକ୍ତଦାନ ଶିବିର ଆୟୋଜିତ ହୋଇଥିଲା। ଏଥିରେ ବ୍ରହ୍ମପୁର ରକ୍ତ ଭଣ୍ଡାରର ଡା. ୟୁ. ଆଶ୍ରିଥାଙ୍କ ଟିମ ଉପସ୍ଥିତ ରହି ୪୦ ୟୁନିଟ ରକ୍ତ ସଂଗୃହିତ କରିଥିଲେ। ଶିକ୍ଷବିତ ପ୍ରଫେସର ଭାଗବତ ପାତ୍ର, ତୁଫାନ ଦଳେଇ, ଗାୟତ୍ରୀ ଦଳେଇ ପ୍ରମୁଖ ରକ୍ତଦାନ ଶିବିରରେ ଉପସ୍ଥିତ ଥିଲେ।

prayash

କଲେଜ ଅଧକ୍ଷ ଡ଼. ପିନାକୀ ମହାନ୍ତିଙ୍କ ଅଧକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଓଡିଶା କାଜୁ ନିଗମର ଅଧକ୍ଷ ସୁବାଷ ମହାରଣା ଯୋଗ ଦେଇ ଛାତ୍ର ଛାତ୍ରୀଙ୍କୁ ପ୍ରଶଂସା ପତ୍ର ପ୍ରଦାନ କରିଥିଲେ। ନୋଡାଲ ଅଫିସର ଅର୍ଚ୍ଚନା ପାଣିଗ୍ରାହୀ, ଡ଼. ଉଷାରାଣୀ ବ୍ରହ୍ମା, ସୁରେଶ କୁମାର ସାମନ୍ତରାୟ, ସସ୍ମିତା ସାବତ, ସବିତା ସାହୁ, ନମିତା ପଟ୍ଟନାୟକ, ସୁନିତା ବେହେରା, ଗଣେଶ ଚନ୍ଦ୍ର ସାହୁ, ପ୍ରଶାନ୍ତି ଦୋରା, କୃତିଭାଷ ପ୍ରଧାନ, ଗିରିଧାରୀ ମହାପାତ୍ର, ସ୍ୱପ୍ନା ମଣ୍ଡଳ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ।

Comments are closed.