www.samajalive.in
Sunday, December 7, 2025
23.1 C
Bhubaneswar

ଗୋପବନ୍ଧୁ ଜ୍ୟୋତି’ ରାଜ୍ୟ ପରିକ୍ରମା ଆଜିଠାରୁ

କଟକ : ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଜୟନ୍ତୀ ଅବସରରେ ଆଜିଠାରୁ ‘ଗୋପବନ୍ଧୁ ଜ୍ୟୋତି’ ରାଜ୍ୟର ୩୦ଟି ଜିଲା ପରିକ୍ରମା କରିବ। ମଙ୍ଗଳବାର ସନ୍ଧ୍ୟା ୬ଟାରେ ବକ୍ସିବଜାର ଗୋପବନ୍ଧୁ ଭବନରେ ଏହି ଜ୍ୟୋତିରଥକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପତାକା ଦେଖାଇ ଶୁଭାରମ୍ଭ କରିବେ। ଗୋପବନ୍ଧୁଙ୍କ ଜନ୍ମସ୍ଥାନ ପୁରୀ ଜିଲା ସୁଆଣ୍ଡୋରୁ ଗୋପବନ୍ଧୁଙ୍କ ଜ୍ୟୋତି ‘ସମାଜ’ କାର୍ଯ୍ୟାଳୟକୁ ଅଣାଯିବ। ସନ୍ଧ୍ୟାରେ ଏହି ଅବସରରେ ଆୟୋଜିତ ସଭାରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକଙ୍କ ସହିତ ବରିଷ୍ଠ ସ୍ୱାଧୀନତା ସଂଗ୍ରାମୀ ପଦ୍ମଶ୍ରୀ ଭବାନୀଚରଣ ପଟ୍ଟନାୟକ, ଲୋକସେବକ ମଣ୍ଡଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ତଥା ‘ସମାଜ’ ପରିଚାଳନା ମଣ୍ଡଳୀ ସଭାପତି ଦୀପକ ମାଲବ୍ୟ, କାର୍ଯ୍ୟନିର୍ବାହୀ ସମ୍ପାଦକ ଭୀମସେନ ଯାଦବ, ‘ସମାଜ’ର ମୁଦ୍ରାକର ଓ ପ୍ରକାଶକ ତଥା ଲୋକସେବକ ମଣ୍ଡଳର ରାଷ୍ଟ୍ରୀୟ ସମ୍ପାଦକ ନିରଞ୍ଜନ ରଥ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଜ୍ୟୋତିରଥ ଗୋପବନ୍ଧୁ ଭବନରୁ ଏକ ବିଶାଳ ଶୋଭାଯାତ୍ରାରେ ଗଡଗଡିଆ ପର୍ଯ୍ୟନ୍ତ ନିଆଯିବ। ସେଠାରୁ ଜ୍ୟୋତିରଥ ଅନୁଗୋଳ ଜିଲା ଅଭିମୁଖେ ଯାତ୍ରା କରିବ। ପ୍ରକାଶ ଯେ, ୫ବର୍ଷ ଧରି ଗୋପବନ୍ଧୁଙ୍କ ଜୟନ୍ତୀ ଅବସରରେ ଏହି ଜ୍ୟୋତିରଥ ରାଜ୍ୟ ପରିକ୍ରମା କରୁଛି। ଜ୍ୟୋତି ଯାତ୍ରା ଅବସରରେ ବିଭିନ୍ନ କ୍ଷେତ୍ରରେ କୃତିତ୍ୱ ହାସଲ କରିଥିବା ସ୍ୱୟଂସହାୟକ ଗୋଷ୍ଠୀ, ସରପଞ୍ଚ, ସ୍ୱାଧୀନତା ସଂଗ୍ରାମୀ, ସହିଦ ଯବାନଙ୍କ ପରିବାର ଓ ସ୍ୱେଚ୍ଛାସେବୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିବାବେଳେ ଚଳିତବର୍ଷ କୃତୀ ଶିକ୍ଷକଙ୍କୁ ସମ୍ବର୍ଦ୍ଧିତ କରାଯିବାର କାର୍ଯ୍ୟକ୍ରମ ରହିଛି।

Hot this week

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

Related Articles

Popular Categories