ଅଦା ଖାଇବା ଶରୀର ପକ୍ଷେ ହିତକର

0

ଘରେ ପ୍ରତିଦିନ ଅଦାର ବ୍ୟବହାର କରାଯାଇଥାଏ। ପ୍ରତ୍ୟେକ ଦିନ ସକାଳୁ ଅଦାରେ ପ୍ରସ୍ତୁତ ଚାହା ପିଇବା ପ୍ରାୟ ସମସ୍ତଙ୍କୁ ଭଲ ଲାଗିଥାଏ। ଅନେକ ତରକାରୀ ଓ ଡାଲିରେ ମଧ୍ୟ ଅଦା ବ୍ୟବହାର କରାଯାଇଥାଏ। ତେଣୁ ପ୍ରତିଦିନ ଖାଦ୍ୟରେ ଅଦା ଖାଇବାକୁ ଅଭ୍ୟାସରେ ପରିଣତ କରିବା ଖୁବ୍‍ ସ୍ୱାସ୍ଥ୍ୟ ଉପଯୋଗୀ ହୋଇଥାଏ। ଏହାଦ୍ୱାରା ଅନେକ ଲାଭ ମିଳିଥାଏ। ଆସନ୍ତୁ ଜାଣିବା ଅଦା ଖାଇବାର କ’ଣ ଲାଭ ମିଳିଥାଏ


ଅଦାରେ ଅନେକ ଔଷଧୀୟ ଗୁଣ ରହିଥାଏ। ଏହା ଶରୀର ପାଇଁ ଖୁବ୍‍ ଦରକାରୀ।
ଅଦାରେ ଆଇରନ,କ୍ୟାଲସିୟମ,କ୍ଲୋରିନ ଓ ଭିଟାମିନ ଇତ୍ୟାଦି ରହିଥାଏ।
ଅଦା ଖାଇବା ଦ୍ୱାରା ପାଚନ କ୍ରିୟା ସହଜ ହୋଇଥାଏ।
ଥଣ୍ଡା ଓ କାଶ ହେଉଥିଲେ ଅଦା ଖାଇବା ଦ୍ୱାରା ଅନେକ ସୁଫଳ ମିଳିଥାଏ।

prayash


ଭୋକ ନ ହେବା ସମସ୍ୟାରୁ ଅଦା ମୁକ୍ତି ଦେଇଥାଏ। କମ ଖାଦ୍ୟ ଖାଇବା ଦ୍ୱାରା ଦେହ ଖରାପ ହୋଇଥାଏ। ତେଣୁ ଅଦାକୁ କାଟି ଅଳ୍ପ ଲୁଣ ସହିତ ଖାଇବା ଦ୍ୱାରା ଭୋକ ସମସ୍ୟାରୁ ମୁକ୍ତି ମିଳିଥାଏ।
ଅଦା ଖାଇବା ଦ୍ୱାରା ହଜମ ପ୍ରକ୍ରିୟା ଠିକ ରୂପେ ହୋଇଥାଏ। ଅଦାକୁ ଜୁଆଣି, ଲୁଣ ଓ ଲେମ୍ବୁ ରସ ସହ ଖାଇବା ଦ୍ୱାରା ହଜମ ପ୍ରକ୍ରିୟା ଠିକ ଭାବେ ହୋଇଥାଏ।


ମୁହଁର ସୌନ୍ଦର୍ଯ୍ୟ ବୃଦ୍ଧି କରିବା ପାଇଁ ଅଦା ମଧ୍ୟ ଖୁବ୍‍ ଉପକାରୀ। ପ୍ରତିଦିନ ସକାଳେ ଅଳ୍ପ ଉଷୁମ ପାଣିରେ ଅଦା ଖାଇବା ଦ୍ୱାରା ମୁହଁର ସୌନ୍ଦର୍ଯ୍ୟ ବଜାୟ ରହିଥାଏ।
ଅଦା ଖାଇବା ଦ୍ୱାରା ରକ୍ତ ପ୍ରବାହ ଠିକ ହୋଇଥାଏ। କୋଲେଷ୍ଟ୍ରୋଲ ଦୂର ପାଇଁ ମଧ୍ୟ ଏହା ଲାଭଦାୟୀ ହୋଇଥାଏ।

kalyan agarbati
Leave A Reply