www.samajalive.in
Sunday, December 14, 2025
14.1 C
Bhubaneswar

ରାଧାମାଧବ ଉଚ୍ଚ ବିଦ୍ୟାଳୟର ବାର୍ଷିକ କ୍ରୀଡା ପ୍ରତିଯୋଗିତା

ଝୁମ୍ପୁରା: ଚମ୍ପୁଆ ଉପଖଣ୍ଡ ବାରିଆ ଥାନା ଅନ୍ତର୍ଗତ ନିଉଁଣ୍ଡି ଠାରେ ରହିଥିବା ରାଧାମାଧବ ଉଚ୍ଚ ବିଦ୍ୟାଳୟର ବାର୍ଷିକ କ୍ରୀଡା ପ୍ରତିଯୋଗିତା ବିଦ୍ୟାଳୟର ଖେଳ ପଡ଼ିଆଠାରେ ଦୁଇ ଦିନ ଧରୀ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ମନୋରଞ୍ଜନ ମହାନ୍ତଙ୍କ ପୌରହିତରେ ଉଦଘାଟନୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଉଦଘାଟନୀ ଉତ୍ସବରେ ସ୍ଥାନୀୟ ସିଆସିସି ଗଜେନ୍ଦ୍ର ମହାନ୍ତ ମୁଖ୍ୟ ଅତିଥି ଭାବେ ଯୋଗଦାନ କରିଥିବା ବେଳେ ସମ୍ମାନିତ ଅତିଥି ଭାବେ ବିଦ୍ୟାଳୟର ପ୍ରତିଷ୍ଠା ତଥା ସଭାପତି ହରେକୃଷ୍ଣ ମହାନ୍ତ ଯୋଗଦାନ କରିଥିଲେ।

ଅନ୍ୟ ମାନଙ୍କ ମଧ୍ୟରେ ରବିନ୍ଦ୍ର କୁମାର ମହାନ୍ତ, ବିଦ୍ୟାଧର ମହାନ୍ତ ତ୍ରିଲୋକନାଥ ମହାନ୍ତ, ଯୁଧିଷ୍ଠିର ମହାନ୍ତ, ମନୋଜ କୁମାର ପଟ୍ଟନାୟକ ପ୍ରମୁଖ ଯୋଗଦାନ କରି ବାର୍ଷିକ କ୍ରୀଡାରେ ଅଂଶ ଗ୍ରହଣ କରିଥିବା ଛାତ୍ର ଛାତ୍ରୀ ମାନଙ୍କୁ ଦିଗଦର୍ଶନ ଦେବା ସହିତ ଉଚ୍ଚ କୋଟିର ଖେଳ ପ୍ରଦର୍ଶନ କଲେ ଜିଲାସ୍ତରରେ ରହିଥିବା ମନୋନୟନ ଅଧିକାରୀ ମାନଙ୍କ ଦୃଷ୍ଠି ପଡ଼ିବ ଏବଂ ଜିଲା ଏବଂ ରାଜ୍ୟରେ ଖେଳ ପ୍ରଦର୍ଶନ କରି ବିଦ୍ୟାଳୟ ପାଇଁ ଗୌରବ ଆଣି ପାରିବ ବୋଲି ମତବ୍ୟକ୍ତ ରଖିଥିଲେ।

- Advertisement -

ଖେଳକୁ ପରିଚାଳନା କରିଥିଲେ ବିଦ୍ୟାଳୟର ଖେଳ ଶିକ୍ଷକ କେଶବ ଚନ୍ଦ୍ର ମହାନ୍ତ ତାଙ୍କୁ ସହଯୋଗ କରିଥିଲେ ଦେବାନନ୍ଦ ମହାନ୍ତ, ବ୍ରଜମୋହନ ମହାନ୍ତ, ଚିତ୍ରସେନ ମହାନ୍ତ, ଜନ୍ମେଜୟ ମହାନ୍ତ ପ୍ରମୁଖ। ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କୁ ନେଇ ଦୌଡ ପ୍ରତିଯୋଗିତା, ସହିତ ଉଚ୍ଚ ଡିଆଁ ଲମ୍ବଡିଆଁ, ଜାଭେଲିନ ଥ୍ରୋ, ସଟଫୁଟ ଥ୍ରୋ, ବସ୍ତାଡିଆ ସମେତ ଅନ୍ୟ ଖେଳ ଅନୁଷ୍ଠିତ ହୋଇଥିଲା।

Hot this week

ଭତ୍ତା ଅପେକ୍ଷାରେ ୭,୨୮,୭୨୯

ଭୋଟର କାର୍ଡରେ ତ୍ରୁଟିପୂର୍ଣ୍ଣ ବୟସ ଭୁବନେଶ୍ବର : ୬୦ ବର୍ଷ ପୂରଣ କରିଥିବା...

ସୁଭଦ୍ରା ନା ବାର୍ଦ୍ଧକ୍ୟ ଭତ୍ତା : ଆଶଙ୍କାରେ ୯୪ହଜାର ଆଶାୟୀ

ଓକାକ୍‌କୁ ତଥ୍ୟ ଅପଲୋଡ ନିର୍ଦେଶ ଅଯୋଗ୍ୟଙ୍କୁ ଭତ୍ତା ପ୍ରଦାନ ନିୟମ...

ଆଜି ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଟି୨୦

ଧର୍ମଶାଳା: ଟ୍ବେଣ୍ଟି୨୦ ଶୃଙ୍ଖଳାର ପ୍ରଥମ ମ୍ୟାଚ୍‌ରେ ବୋଲରଙ୍କ ସଫଳତା ବଳରେ ଘରୋଇ...

ନୂଆ ବର୍ଷରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ବର : ରାଜ୍ୟର ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ...

ଗମ୍ଭୀରଙ୍କ ଯୋଜନାକୁ ତିଳକଙ୍କ ସମର୍ଥନ

ଧର୍ମଶାଳା: ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ଟ୍ବେଣ୍ଟି୨୦ କ୍ରିକେଟ୍‌ରେ ଭାରତୀୟ ବ୍ୟାଟିଂ...

Related Articles

Popular Categories