www.samajalive.in
Saturday, December 13, 2025
21.1 C
Bhubaneswar

ରୋହିତ-କୋହଲିଙ୍କ ଭବିଷ୍ୟତ ସ୍ଥିର କରିପାରେ ଚମ୍ପିଆନ୍ସ ଟ୍ରଫି

ସମାଜ ଡିଜିଟାଲ ଡେସ୍କ: ଅଷ୍ଟ୍ରେଲିଆ ବିପକ୍ଷ ୫ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜରେ ଭାରତ୧-୩ରେ ପରାଜିତ ହେଲା। ଏହା ସହିତ ଭାରତୀୟ ଟିମ ୧୦ ବର୍ଷ ପରେ ବର୍ଡର-ଗାଭାସ୍କର ଟ୍ରଫି ବି ହାତଛଡ଼ା କଲା। ଏପରି କି ଦଳ ବିଶ୍ଵ ଟେଷ୍ଟ ଚମ୍ପିଆନଶିପର ଫାଇନାଲରେ ବି ପହଞ୍ଚି ପାରି ନ ଥିଲା। ଏସବୁ ଭିତରେ ଭାରତୀୟ କ୍ରିକେଟ କଂଟ୍ରୋଲ ବୋର୍ଡ (ବିସିସିଆଇ) ରବିବାର ମୁମ୍ବଇରେ ସମୀକ୍ଷା ବୈଠକ ଡକାଇଥିଲା। ବୈଠକରେ ବିଗତ ଦିନରେ ଭାରତର ଖରାପ ପ୍ରଦର୍ଶନ ଏବଂ ଅଧିନାୟକ ରୋହିତ ଶର୍ମାଙ୍କ ସମେତ ବିରାଟ କୋହଲିଙ୍କ ପ୍ରଦର୍ଶନ ଉପରେ ବି ଆଲୋଚନା ହୋଇଥିବା ଜଣାପଡ଼ିଛି।

ଅଷ୍ଟ୍ରେଲିଆ ଗସ୍ତ ସମୟରେ ଭାରତୀୟ ଦଳ କ’ଣ ପାଇଁ ନୈରାଶ୍ୟଜନକ ପ୍ରଦର୍ଶନ କଲା ତହାର ସମୀକ୍ଷା କରିବା ଲାଗି ବୈଠକ ଡକାଯାଇଥିଲା। ଏଥିରେ ଅଧିନାୟକ ରୋହିତ ଶର୍ମା, ମୁଖ୍ୟ କୋଚ ଗୌତମ ଗାମ୍ଭୀର, ବିସିସିଆଇ ଅଧ୍ୟକ୍ଷ ରୋଜର ବିନ୍ନି, ସମ୍ପାଦକ ଦେବଜିତ ସୈକିୟା ଏବଂ ଉପାଧ୍ୟକ୍ଷ ରାଜୀବ ଶୁକ୍ଳା ସାମିଲ ହୋଇଥିଲେ। ପ୍ରାୟ ୨ ଘଣ୍ଟା ଧରି ବୈଠକ ଚାଲିଥିଲା। ବୈଠକରେ ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଦର୍ଶନ ଉପରେ ବି ଆଲୋଚନା ହୋଇଥିଲା। ନ୍ୟୁଜିଲାଣ୍ଡଠାରୁ ଭାରତୀୟ ଦଳ ଘରୋଇ ମାଟିରେ ୦-୩ରେ ଟେଷ୍ଟ ସିରିଜ ହାରିଥିଲା।

- Advertisement -

ସୂତ୍ର ଅନୁସାରେ, ସମୀକ୍ଷା ବୈଠକରେ ରୋହିତ ଏବଂ ବିରାଟ କୋହଲିଙ୍କ ପ୍ରଦର୍ଶନ ଉପରେ ଆଲୋଚନା ହୋଇଛି। ଉଭୟଙ୍କୁ ପଡ଼ିଆରେ ଭଲ ପ୍ରଦର୍ଶନ କରିବାକୁ କୁହାଯାଇଥିବା ଜଣାପଡ଼ିଛି। ଚମ୍ପିଆନ୍ସ ଟ୍ରଫିରେ ରୋହିତ ଅଧିନାୟକ ରହିପାରନ୍ତି। କିନ୍ତୁ ସେଥିରେ ପ୍ରଦର୍ଶନରେ ସୁଧାର ନ ଆସିଲେ ଅଧିନାୟକ ପଦ ସମ୍ପର୍କରେ ବିସିସିଆଇ ପକ୍ଷରୁ କିଛି ନିଷ୍ପତ୍ତି ନିଆଯାଇପାରେ ବୋଲି ବିଶେଷ ସୂତ୍ରରୁ ସୂଚନା ମିଳିଛି। ଏପରି ବି ରୋହିତ ଏବଂ କୋହଲିଙ୍କ ପ୍ରଦର୍ଶନ ଭଲ ନ ଥିବାରୁ ସେମାନଙ୍କ ଭବିଷ୍ୟତ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଆଗାମୀ ଚମ୍ପିଆନ୍ସ ଟ୍ରଫିରେ ଉଭୟଙ୍କ ପ୍ରଦର୍ଶନ ସେମାନଙ୍କ ଭବିଷ୍ୟତ ନିର୍ଦ୍ଧାରଣ କରିବ​‌ ବୋଲି କୁହାଯାଉଛି।

Hot this week

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି...

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

Related Articles

Popular Categories