www.samajalive.in
Sunday, December 14, 2025
17.1 C
Bhubaneswar

ପୁଣି ଲେଉଟିଲେ ୧୦ଟିକିଆ ହାତୀ ପଲ: ଘର ଭାଙ୍ଗି ଧାନ-ଚାଉଳ ଖାଇଲେ, ନଷ୍ଟ କଲେ ପନିପନିବା

ଝୁମ୍ପୁରା: ପାଚିଲା ଧାନ କଟା ସରିବା ପରେ ହାତୀ ପଲ ଏଠାରୁ ଚାଲିଯାଇଥିଲେ। କିନ୍ତୁ ଗତ ରାତିରେ ପୁଣିଥରେ ୧୦ ଟିକିଆ ହାତୀପଲ ଫରିଛନ୍ତି ଓ ସ୍ଥାନୀୟ ଅଂଚଳରେ ଉତ୍ପାତ କରିଥିବା ଖବର ମିଳିଛି। ଏହି ହାତୀପଲ ବିଭିନ୍ନ ସ୍ଥାନରେ ଲୋକଙ୍କ ଘର କ଼ାନ୍ଥ ଭାଙ୍ଗିବା ସହ ସେମାନେ ଘର ଭିତରେ ସାଇତି ରଖି ଥିବା ଧାନ, ଚାଉଳ ତଥା ବାଡିବଗିଚାରେ ଲାଗିଥିବା ପନିପରିବାଗୁଡିକୁ ଖାଇ ଯାଇଥିବା ଦେଖିବାକୁ ମିଳିଛି। ଝୁମ୍ପୁରା ବ୍ଲକ ଅସନପାଟ ପଞ୍ଚାୟତ ଧାତିକା ଗ୍ରାମରେ ହାତୀମାନଙ୍କ ଦ୍ୱାରା କ୍ଷୟ କ୍ଷତି ହୋଇଥିବା ଦେଖିବାକୁ ମିଳିଛି। ଚମ୍ପୁଆ ରେଞ୍ଜ ଉଖୁଣ୍ଡା ବନପାଳର କାଶିପାଳ ଜଙ୍ଗଲ ଠାରେ ପୂର୍ବରୁ ହାତୀମାନେ ଆସି ରହିଥିଲେ।

ଶନିବାର ରାତିରେ ଏହି ହାତୀ ପଲ ନିଶାଗଡ଼ିଆ ଦେଇ ଝୁମ୍ପୁରା ବ୍ଲକର ଧାତିକା ଗ୍ରାମର ଟୁଟାସାହିରେ ପଶିଥିଲେ ଏବଂ ସାହିର ପୁରନ୍ଦର ନାଏକଙ୍କ ଘରର କାନ୍ଥ କଣା କରି ୧୦ କ୍ୱିଣ୍ଟାଲରୁ ଅଧିକ ଧାନ ତା ସହିତ ମକର ପର୍ବ ପାଳନ କରିବା ପାଇଁ ରଖିଥିବା ପ୍ରାୟ ଏକ କ୍ୱିଣ୍ଟାଲ ଚାଉଳକୁ ହାତୀ ପଲ ଖାଇ ଯାଇଛନ୍ତି। ସେହିପରି ସାହିର କାଠିଆ ନାଏକ ସାଇତା ଥିବା ଧାନ ଚାଉଳ ଖାଇବା ସହିତ ରନ୍ତାକାର ନାଏକଙ୍କ କବାଟ ଓ କାନ୍ଥ କଣା କରି ସାଇତାଥିବା ଧାନ ଚାଉଳକୁ ଖାଇଯାଇଛନ୍ତି।

- Advertisement -

ହାତୀ ପଲ ଧାନ ଚାଉଳ ଖାଇବା ପରେ ରମାକାନ୍ତ ନାଏକ, ପ୍ରମୋଦ ନାଏକ, ଧବଳେଶ୍ୱର ନାଏକ,ଠାକୁର ନାଏକ, ଶ୍ୟାମ ମୋହନ ନାଏକଙ୍କ ବାଡିବଗିଚାରେ ପଶି କଦଳୀ ଗଛ ଠାରୁ ଆରମ୍ଭ କରି ଫୁଲକୋବି, ବନ୍ଧାକୋବି, ଆଳୁ ବିମ, ମଟର, ବିଲାତି, ଆଖୁ ସମେତ ଅନ୍ୟ ପରିବା ଗୁଡିକୁ ଖାଇବା ସହିତ ପାଦରେ ଦଳି ଚକଟି ନଷ୍ଟ କରିଦେଇଥିବା ଦେଖିବାକୁ ମିଳିଛି। ହାତୀମାନେ ଘରର କାନ୍ଥ କଣା କରି ଧାନ ଚଉଳ ଖାଇ ଯାଉଥିଲେ ମଧ୍ୟ ବନ ବିଭାଗ କର୍ତ୍ତୃପକ୍ଷ କୌଣସି ପଦକ୍ଷେପ ନେଇନାହାନ୍ତି। ବନ ବିଭାଗର କର୍ମଚାରୀ ସମେତ ହାତୀ ଘଉଡାଇବା ପାଇଁ ରହିଥିବା ସ୍କୋର୍ଡ ଓ ଗଜସାଥିମାନେ ହାତୀ ପଲ ଘଉଡାଇବାରେ ସଫଳ ହୋଇ ନ ଥିଲେ।

ହାତୀମାନେ ଧାନ ଚାଉଳ ଖାଇବା ପରେ ମନଇଚ୍ଛା ପନିପରିବା ଖାଇବା ସହିତ ପାଦରେ ଦଳି ଚକଟି ନଷ୍ଟ କରିବା ପରେ ପୁଣିଥରେ ହାତୀପଲ ନିଶାଗଡ଼ିଆ ଜଙ୍ଗଲକୁ ଫେରି ଯାଇଛନ୍ତି। ହାତୀ ଆଶ୍ରୟ ନେଇଥିବା ସ୍ଥାନରେ ବନ ବିଭାଗର କର୍ମଚାରୀମାନେ ଉପସ୍ଥିତ ରହି ହାତୀମାନଙ୍କର ଗତିବିଧିକୁ ଲକ୍ଷ୍ୟ ରଖିଛନ୍ତି। ସଂନ୍ଧ୍ୟା ହେଲେ ହାତୀମାନଙ୍କୁ ଅନ୍ୟତ୍ର ଘଉଡାଇବା ବ୍ୟବସ୍ଥା କରାଯିବ ବୋଲି ବନକର୍ମଚାରୀମାନେ ସୂଚନା ପ୍ରଦାନ କରିଛନ୍ତି।

Hot this week

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

Related Articles

Popular Categories