www.samajalive.in
Sunday, December 7, 2025
26.1 C
Bhubaneswar

ମୃତ୍ୟୁ ପର୍ଯ୍ୟନ୍ତ ସାଥିରେ ଥାଏ ବନ୍ଧୁ

ପ୍ରକୃତ ବନ୍ଧୁ ସବୁବେଳେ ନିଜର ବନ୍ଧୁସହ ଛିଡା ହୋଇଥିଏ । ଖୁସିରେ ସାମିଲ ହେବା ସହ ଦୁଃଖ ସମୟରେ ସାହାଯ୍ୟ କରିଥାଏ। ଏପରିକି ବନ୍ଧୁ ପାଇଁ ବି ପ୍ରାଣ ବଳି ଦେଇଥାଏ। ଏପରି ଏକ ବନ୍ଧୁତ୍ୱ ମହାଭାରତରେ ଦେଖିବାକୁ ମଳିଥିଲା । କୃଷ୍ଣ ସୁଦାମା, କୃଷ୍ଣ ଅର୍ଜୁନଙ୍କର ବନ୍ଧୁତ୍ୱଙ୍କ କଥା ସମସ୍ତେ ଚର୍ଚ୍ଚା କରିଥାଆନ୍ତି । ମାତ୍ର ଏପରି ଜଣେ ଥିଲେ ଯେ ନିଜର ବନ୍ଧୁଙ୍କ ପାଇଁ ପ୍ରାଣ ବଳି ଦେଇଥିଲେ । ବନ୍ଧୁତ୍ୱ ବିଶ୍ୱର ସବୁଠାରୁ ମୂଲ୍ୟବାନ ସମ୍ପତ୍ତି ଅଟେ। ଜଣେ ଭଲ ବନ୍ଧୁ ଉଭୟ ସୁଖ ଓ ଦୁଃଖ ସମୟରେ ଆମ ସହ ରହିଥାଏ। ଜଣେ ବନ୍ଧୁ ଆମକୁ କେବେ ବି କୌଣସି ଅସୁବିଧାରେ ଦେଖିପାରି ନଥାଏ। ସବୁ ସମୟରେ ସୁଖ-ଦୁଃଖ ବନ୍ଧୁଙ୍କ ସହ ବାଣ୍ଟିବା ଦ୍ୱାରା ମନ ହାଲୁକା ହୋଇଯାଏ। ଯେକୌଣସି କାର୍ଯ୍ୟ କରିବା ସମୟରେ ଜଣେ ବନ୍ଧୁ ଆମ ସହ ଥିଲେ ମନରେ ସାହାସ ବଢିଥାଏ। ବନ୍ଧୁ ବିନା ଜୀବନ ଅତିବାହିତ କରିବା ବହୁତ କଷ୍ଟସାଧ୍ୟ ଅଟେ। ପୁରାତନ କାଳରୁ ଆମେ ବନ୍ଧୁତ୍ୱର ଅନେକ ଉଦାହରଣ ସହ ପରିଚିତ। ବନ୍ଧୁତା ଥରେ ହୋଇଗଲା ପରେ ତାହା ଭାଙ୍ଗିବା କଷ୍ଟକର ହୋଇଥାଏ। ବନ୍ଧୁତା ପାଇଁ କେହି କେହି ନିଜ ଜୀବନ ବାଜି ଲଗାଇବାର ଉଦାହରଣ ଆମେ ଦେଖିଛୁ।  ଶେଷ ମୁହୂର୍ତ୍ତରେ ନିଜର ପ୍ରକୃତ ପରିଚୟ ଓ ପାଣ୍ଡବଙ୍କର ଭାଇ ହେବାର ପ୍ରମାଣ ପାଇଥିଲେ ବି ନିଜର ବନ୍ଧୁଙ୍କ ପାଇଁ ଭାଇମାନଙ୍କ ସହ ଯୁଦ୍ଧ କରିଥିଲେ , ଯୁଦ୍ଧ କ୍ଷେତ୍ରରେ  ପ୍ରାଣ ବଳି ବି ଦେଇଥିଲେ । ଏହି ବନ୍ଧୁତ୍ୱର କାହାଣୀ ହେଉଛି  ସୂର୍ଯ୍ୟପୁତ୍ର କର୍ଣ୍ଣ ଓ ଦୁର୍ଯ୍ୟୋଧନଙ୍କର ।

କର୍ଣ୍ଣ ଓ ଦୁର୍ଯ୍ୟୋଧନ:

- Advertisement -

ଏହି ବନ୍ଧୁତା ପୌରାଣିକ ଯୁଗର।  କର୍ଣ୍ଣ ଓ ଦୁର୍ଯ୍ୟୋଧନଙ୍କ ବନ୍ଧୁତା ଆମ ସମସ୍ତଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛି।

କର୍ଣ୍ଣ ଓ ଦୁର୍ଯ୍ୟୋଧନ: କର୍ଣ୍ଣ ଓ ଦୁର୍ଯ୍ୟୋଧନ ଉଭୟ ଘନିଷ୍ଠ ବନ୍ଧୁ ଅଟନ୍ତି। ଏମାନଙ୍କ ବିଷୟରେ ମହାଭାରତରେ ବର୍ଣ୍ଣିତ ହୋଇଛି।  କର୍ଣ୍ଣଙ୍କ ପିତା ଘୋଡା ଚାଳକ ଭାବେ କାର୍ଯ୍ୟ କରୁଥିଲେ। ତେଣୁ ସେ ନୀଚ୍ଚ ଜାତିର ହୋଇଥିବାରୁ ତାଙ୍କୁ ଶୂତପୁତ୍ର କୁହାଯାଏ। କର୍ଣ୍ଣଙ୍କୁ ଶୂତପୁତ୍ର କହିବା ଦ୍ୱାରା ତାଙ୍କୁ ଅନେକ କଷ୍ଟ ହେଉଥିଲା। ମାତ୍ର ସେ କିଛି କରି ପାରୁ ନ ଥିଲେ। କର୍ଣ୍ଣ ଗୁରୁ ମହର୍ଷି ପର୍ଶୁରାମଙ୍କ ଠାରୁ ଧର୍ନୁ ବିଦ୍ୟା ଗ୍ରହଣ କରିଥିଲେ।

ଥରେ ଦୁର୍ଯ୍ୟୋଧନ କର୍ଣ୍ଣଙ୍କ ସହ ବନ୍ଧୁତ୍ୱ ସ୍ଥାପନ କରିବା ପରେ ତାଙ୍କୁ ଏକ ରାଜ୍ୟର ଶାସନଭାର ଦେଇଥିଲେ। ଏହି କାରଣରୁ କର୍ଣ୍ଣ ଦୁର୍ଯ୍ୟୋଧନଙ୍କୁ ଅନେକ କୃତଜ୍ଞତା ଜଣାଇଥିଲେ। ସେଥିପାଇଁ କର୍ଣ୍ଣ ତାଙ୍କୁ ସମସ୍ତ ଭୁଲ ଓ ଠିକ କାର୍ଯ୍ୟରେ ସାହାଯ୍ୟ ମଧ୍ୟ କରୁଥିଲେ।

ମହାଭାରତ ଯୁଦ୍ଧ ସମୟରେ ସେ ପାଣ୍ଡବମାନଙ୍କ ବିରୁଦ୍ଧରେ ଯୁଦ୍ଧ କରିଥିଲେ। ଥରେ ଶ୍ରୀକୃଷ୍ଣ କର୍ଣ୍ଣଙ୍କୁ ତାଙ୍କ ଜନ୍ମର ରହସ୍ୟ ବିଷୟରେ ଜଣାଇଥିଲେ। କର୍ଣ୍ଣ କୁନ୍ତୀଙ୍କ ପୁତ୍ର ଓ ଯୁଧିଷ୍ଠିରଙ୍କର ବଡ ଭାଇ ବୋଲି ଜଣାଇଥିଲେ। ମାତ୍ର କର୍ଣ୍ଣ ଦୁର୍ଯ୍ୟୋଧନ ଭୁଲ କାର୍ଯ୍ୟ କରୁଥିବା ଜାଣି ମଧ୍ୟ ତାଙ୍କ  ଠାରୁ ଦୂରେଇ ପାରି ନ ଥିଲେ। ଯୁଦ୍ଧରେ ଦୁର୍ଯ୍ୟୋଧନଙ୍କ ସହ ଗଭୀର ବନ୍ଧୁତ୍ୱ ପାଇଁ ନିଜ ଜୀବନ ତ୍ୟାଗ କରିଥିଲେ।

Hot this week

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି: ବିହାରରୁ ଆଉ ଜଣେ ଗିରଫ

ସମାଜଲାଇଭ ଡେସ୍କ: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ଅନ୍ତଃରାଜ୍ୟ ଲିଙ୍କ୍‌...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

ବାରବାଟୀ ମ୍ୟାଚ: ସୁରକ୍ଷା ଦାୟିତ୍ଵରେ ରହିବେ ୫୧ ପ୍ଲାଟୁନ ପୁଲିସ, ୬ସ୍ଥାନରେ ପାର୍କିଂ ବ୍ୟବସ୍ଥା

ସମାଜଲାଇଭ ଡେସ୍କ: ଆଗାମୀ ୯ ତାରିଖରେ ହେବାକୁ ଥିବା ବାରବାଟୀ ମ୍ୟାଚ...

Related Articles

Popular Categories