www.samajalive.in
Sunday, December 14, 2025
14.1 C
Bhubaneswar

ଇଂଲଣ୍ଡ ଟି୨୦ ପାଇଁ ଭାରତୀୟ ଟିମ୍ ଘୋଷଣା, ଫେରିଲେ ମହମ୍ମଦ ସାମି

ନୂଆଦିଲ୍ଲୀ : ଇଂଲଣ୍ଡ ବିରୁଦ୍ଧରେ ଟି୨୦ ମ୍ୟାଚର ସିରିଜ ପାଇଁ ଭାରତୀୟ ଟିମ୍ ଚୟନ ହୋଇଛି । ବିସିସିଆଇ ଏନେଇ ଘୋଷଣା କରିଦେଇଛି । ଭାରତୀୟ ଟିମ୍ ୨୨ ଜାନୁୟାରୀରୁ ଇଂଲଣ୍ଡ ବିରୁଦ୍ଧରେ ଟି୨୦ ସିରିଜ୍ ଖେଳିବ । ଏହା ପରେ ଓ୍ବନଡେ ସିରିଜର ଆୟୋଜନ ହେବ । ତେବେ ଦିନିକିଆ ସିରିଜ୍ ଓ ଚାମ୍ପିୟନ୍ସ ଟ୍ରଫି ପାଇଁ ଟିମ୍ ଚୟନ ହୋଇନି । ଟି୨୦ ପାଇଁ ଦଳକୁ ୧୩ ମାସ ପରେ ମୋହମ୍ମଦ ସାମି ଫେରିଛନ୍ତି । ଆହତ ହେବା ଯୋଗୁଁ ନଭେମ୍ବର ୨୦୨୩ରେ ଓ୍ବନଡେ ବିଶ୍ବ କପ୍ ଫାଇନାଲ ଖେଳିବା ପରେ ସେ ବାହାରିଥିଲେ । ଘୋଷଣା ଅନୁସାରେ ସୂର୍ଯ୍ୟକୁମାର ଯାଦବଙ୍କ ଅଧିନାୟକତ୍ବରେ ଟିମ୍ ଖେଳିବ । ସଞ୍ଜୁ ସାମସନ୍, ଅଭିଷେକ ଶର୍ମା, ତିଳକ ବର୍ମା, ହାର୍ଦ୍ଦିକ ପାଣ୍ଡ୍ୟା, ନିତିଶ କୁମାର ରେଡ୍ଡି, ମୋହମ୍ମଦ ସାମି, ଅର୍ଶଦୀପ ସିଂହ, ହର୍ଷିତ ରାଣା, ଧ୍ରୁବ ଜୁରେଲ, ରିଙ୍କୁ ସିଂହ, ଅକ୍ଷର ପଟେଲ, ରବି ବିଶ୍ନୋଇ, ବରୁଣ ଚକ୍ରବର୍ତ୍ତୀ ଓ ଓ୍ବାଶିଂଟନ୍ ସୁନ୍ଦର ଦଳରେ ଖେଳିବା ପାଇଁ ଯୋଜନା ରହିଛି ।

Hot this week

ନୂଆ ବର୍ଷରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ବର : ରାଜ୍ୟର ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ...

ଗମ୍ଭୀରଙ୍କ ଯୋଜନାକୁ ତିଳକଙ୍କ ସମର୍ଥନ

ଧର୍ମଶାଳା: ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ଟ୍ବେଣ୍ଟି୨୦ କ୍ରିକେଟ୍‌ରେ ଭାରତୀୟ ବ୍ୟାଟିଂ...

ଜିଲାପାଳଙ୍କୁ ମୁଣ୍ଡିଆ ମାରି ଧାନ କିଣିବାକୁ ଗୁହାରି

ପଦ୍ମପୁର : ଧାନକିଣାରେ ବ୍ୟାପକ ଅବ୍ୟବସ୍ଥା ପଦ୍ମପୁର ଉପଖଣ୍ଡ ଚାଷୀଙ୍କ ଅସନ୍ତୋଷର...

ସାପ୍ତାହିକ ରାଶିଫଳ: ଏହି ଦୁଇ ରାଶି ସତର୍କ ରୁହନ୍ତୁ

ମେଷ: ରବିବାର ଓ ସୋମବାର କାର୍ଯ୍ୟକ୍ଷେତ୍ରରେ ସଫଳତା ପାଇବେ। ନୂତନ କାର୍ଯ୍ୟ ପାଇଁ...

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

Related Articles

Popular Categories