ଆମେରିକୀୟ ସୁପରମାର୍କେଟରେ ୩ହଜାର ପାଉଣ୍ଡ ଖାଦ୍ୟ ନଷ୍ଟ

0

ଯୁକ୍ତରାଷ୍ଟ୍ର ଆମେରିକା, ବିଶ୍ବର ଅନ୍ୟତମ ସମୃଦ୍ଧିଶାଳୀ ରାଷ୍ଟ୍ର ଭାବେ ଜଣାଯାଏ। ପ୍ରତ୍ୟେକ କ୍ଷେତ୍ରରେ ଏମାନେ ଅଗ୍ରଗତି କରିଚାଲିଛନ୍ତି। ଆମେରିକାର ସ୍ଥାୟୀ ବାସିନ୍ଦାଙ୍କ ରୋଜଗାର ଭଲ ହୋଇଥିବାବେଳେ ଏମାନଙ୍କ ହାରାହାରି ଆୟୁ ମଧ୍ୟ ୬୫ ବର୍ଷ। ଖାଦ୍ୟପେୟ ବାବଦରେ ଆମେରିକାବାସୀ ଆବଶ୍ୟକତାଠାରୁ ଅଧିକ ସଚେତନ।

ବୋଧହୁଏ, ସେହି କାରଣରୁ ସେଠା ସୁପରମାର୍କେଟରେ ବାର୍ଷିକ ୩ହଜାର ପାଉଣ୍ଡରୁ ଅଧିକ ଖାଦ୍ୟ ଓ ପନିପରିବା ନଷ୍ଟ ହୋଇଥାଏ। ଏମାନଙ୍କ ତୁଳନାରେ ଇଉରୋପୀୟ ଲୋକେ ଯଥେଷ୍ଟ ସଚେତନ। ଆମେରିକାର ଜାତୀୟସ୍ତରରେ ଏକ ସର୍ବେକ୍ଷଣ ହୋଇଥିଲା। ଯେହେତୁ ସେଠା ଲୋକଙ୍କ ଜୀବନ​‌େ​‌ଶୖଳୀ ଓ ଚଳଣି ଉତ୍ତମ ହେଉଛି, ଏଣୁ ସେମାନେ ବାସି ଖାଦ୍ୟର ଦୁରୁପଯୋଗ କରୁଛନ୍ତି। ଲୋକଙ୍କ ଏହି ଆଚରଣକୁ ଦେଖି ସୁପରମାର୍କେଟ୍ ବିକ୍ରେତା ମଧ୍ୟ ଭିନ୍ନ ପଦକ୍ଷେପ ନେଲା।

ଗୋଟିଏ ଦିନର ବାସି ଖାଦ୍ୟ ଯେପରି କେକ୍, ପାଉଁରୁଟି, ପନିପରିବାକୁ ଫିଙ୍ଗାଗଲା। ଏହା ପଛର ମୁଖ୍ୟ କାରଣ ହେଲା ସେଠା ଲୋକେ ସତେଜ ଖାଦ୍ୟ ଓ ପନିପରିବା ଉପରେ ଆବଶ୍ୟକତାଠାରୁ ଅଧିକ ଗୁରୁତ୍ବ ଦେବା। ୨୦୧୨ ପରଠାରୁ ଆମେରିକାରେ ଏହି ଖାଦ୍ୟ ନଷ୍ଟ ପରିମାଣ କ୍ରମଶଃ ବଢ଼ିଚାଲିଛି। ୨୦୧୭ ମଧ୍ୟଭାଗରେ ଆମେରିକୀୟ ସୁପରମାର୍କେଟରେ ୩ହଜାର ପାଉଣ୍ଡ ଖାଦ୍ୟ ନଷ୍ଟ ହୋଇଥିବାର ତଥ୍ୟ ମିଳିଛି। ଏହି ଉଦବେଗଜନକ ପ୍ରସଙ୍ଗ ଦେଇ ସେଠା ପ୍ରଶାସନ ଚିନ୍ତିତ ଅଛନ୍ତି ।

Leave A Reply