ଶରୀରରେ ରକ୍ତ ଜମାଟ ବାନ୍ଧିଲେ କ’ଣ ହୁଏ: ଜାଣନ୍ତୁ ଲକ୍ଷଣ ଓ ନିରାକରଣ

ସମାଜ ଡିଜିଟାଲ ଡେସ୍କ: ଆଜିକାଲିର ଅସ୍ୱାସ୍ଥ୍ୟକର ଜୀବନଶୈଳୀ ଏବଂ ଖାଦ୍ୟପେୟ ଅଭ୍ୟାସ ମଣିଷ ପାଇଁ ସାଂଘାତିକ ପ୍ରମାଣିତ ହେଉଛି। ଏହିପରି ଅନେକ ଗମ୍ଭୀର ସମସ୍ୟା ଯୋଗୁ ଜୀବନଶୈଳୀ ଖରାପ ହେବାର କାରଣ ପାଲଟିଛି। ଶରୀରରେ ରକ୍ତ ଜମାଟ ବାନ୍ଧିବା ମଧ୍ୟ ଏକ ପ୍ରମୁଖ ସମସ୍ୟା ଭାବେ ଉଭା ହୋଇଛି। ରକ୍ତ ଜମାଟ ବାନ୍ଧିବାର ଅର୍ଥ ହେଉଛି ଶରୀରରେ ଗୋଟିଏ ସ୍ଥାନରେ ରକ୍ତ ଜମା ହେବା। ଶିରା ପ୍ରଶିରାରେ ରକ୍ତ ଜମାଟ ବାନ୍ଧିବା ଯୋଗୁ ଶରୀରରେ ଖରାପ ପ୍ରଭାବ ପଡିଥାଏ। ଏହି ସମସ୍ୟା ଗମ୍ଭୀର ରୂପ ମଧ୍ୟ ନେଇଥାଏ। ତୁରନ୍ତ ଏହାର ଲକ୍ଷଣ ଚିହ୍ନଟ କରି ଏହାକୁ ରୋକିବା ଅତ୍ୟନ୍ତ ଜରୁରୀ। ତେବେ ଏଠାରେ ପ୍ରଶ୍ନ ଉଠୁଛି ଆମେ କିପରି ଜାଣିବା ଶରୀରରେ ରକ୍ତ ଜମାଟ କିପରି ବାନ୍ଧିଥାଏ ଏବଂ ଏହାର ଚିକିତ୍ସା ପଦ୍ଧତି କଣ।
ଏକ ରିପୋର୍ଟ ଅନୁଯାୟୀ ଶରୀରରେ ରକ୍ତ ଜମାଟ ବାନ୍ଧିବା ସ୍ୱାସ୍ଥ୍ୟ ପାଇଁ ଯେତିକି ଲାଭଦାୟକ ହୁଏ ସେତିକି ସାଂଘାତିକ ମଧ୍ୟ ହୋଇଥାଏ। ଶରୀରରେ ରକ୍ତ ଜମାଟ ବାନ୍ଧିଲେ ଯଦି କିଛି କ୍ଷତ ହୁଏ ବା କଟି ଯାଏ ତେବେ ରକ୍ତ ବାହାରିବା ବନ୍ଦ ହୋଇଥାଏ। ସେହି ସମୟରେ ଯଦି ଶରୀରରେ ରକ୍ତ ଜମାଟ ବାନେ୍ଧ ତେବେ ଏହା ସାଂଘାତିକ ପ୍ରମାଣିତ ହୁଏ। ତେଣୁ ସଠିକ୍‌‌ ସମୟରେ ଚିକିତ୍ସା କରିବା ଜରୁରୀ।

ଶିଶୁ ଡାକ୍ତର କିନ୍ତୁ କଲେ ବୃଦ୍ଧଙ୍କ ଅସ୍ତ୍ରୋପଚାର: ଚାଲିଗଲା ଜୀବନ, ଭୁଲ ନମାନି ଓଲଟା ଧମକାଇଲେ ଡାକ୍ତର


କଣ ଲକ୍ଷଣ ଦେଖାଯାଏ: 
ଶରୀରରେ ରକ୍ତ ଜମାଟ ବାନ୍ଧିବାର ଅନେକ ଲକ୍ଷଣ ରହିଛି। ରକ୍ତ ଜାମଟ ବାନ୍ଧିବା ମାତ୍ରେ ଶରୀରରେ ପ୍ରବଳ ଝାଳ ବୋହିବା, ଅସ୍ତବ୍ୟସ୍ତ ଅନୁଭବ ହେବା, ଦୁର୍ବଳ ଅନୁଭବ କରିବା, ହାତ ଏବଂ ଗୋଡରେ ବାରମ୍ବାର ଅସ୍ଥିରତା, ମୁଣ୍ଡ ବୁଲାଇବା, ମୋଟାପଣ, ନିଶ୍ୱାସ ପ୍ରଶ୍ୱାସରେ ସମସ୍ୟା ଭେଳି ଲକ୍ଷଣ ଦେଖାଯାଇଥାଏ।
କିପରି କରିବେ ଚିକିତ୍ସା:
ରକ୍ତ ଜମାଟ ବାନ୍ଧିବା ଭଳି ସମସ୍ୟା ଦେଖାଗଲେ ତୁରନ୍ତ ଭିଟାମିନ୍‌‌-କେ ଥିବା ଭରପୂର ଖାଦ୍ୟ ଖାଆନ୍ତୁ। ଶରୀରରେ ଭିଟାମିନ୍‌‌-କେ ଦୁଇଟି ଉପାୟରେ କାମ କରେ। ଗୋଟିଏ ଶରୀର ଭିତରେ ରକ୍ତ ଜମାଟ ବାନ୍ଧିବାକୁ ଦିଏ ନାହିଁ ଅନ୍ୟଟି ଶରୀର ବାହାରେ ମଧ୍ୟ ରକ୍ତ ପ୍ରବାହିତ ହେବାକୁ ଦେଇନଥାଏ।
ରସୁଣ: ରସୁଣରେ ଏଲିସିନ୍‌‌ ଏବଂ ଏଞ୍ଜାଇନ୍‌‌ ଭଳି ଉପାଦାନ ଥିବାରୁ ରକ୍ତ ଜମାଟ ବାନ୍ଧିବା ଅଟକାଇଥାଏ। ଏଥିପାଇଁ ରସୁଣ ପାଖୁଡାକୁ ଗ୍ରାଇଣ୍ଡିଂ କରି ଏକ କପ ପାଣିରେ ଗୋଟିଏ ଚାମଚ ମହୁ ମିଶାଇ ଫୁଟାନ୍ତୁ। ଏହା ଥଣ୍ଡା ହେବା ପରେ କପରେ ନେଇ ପିଅନ୍ତୁ।
ହଳଦୀ କ୍ଷୀର: ଶରୀରରେ ରକ୍ତ ଜମାଟ ବାନ୍ଧିଲେ କ୍ଷୀରରେ ହଳଦୀ ମିଶାଇ ପିଇବା ଦ୍ୱାରା ଲାଭଦାୟକ ହୋଇଥାଏ। ହଳଦୀରେ ଥିବା ଆଣ୍ଟି ଅକ୍ସିଡାଣ୍ଟ ଶରୀରକୁ ଅନେକ ରୋଗରୁ ଦୂରେଇ ରଖିଥାଏ। ଆହୁରି ମଧ୍ୟ ହଳଦୀରେ ଥିବା ଉପାଦାନ ଚର୍ମ ଏବଂ ରକ୍ତକୁ ପତଳା କରିଥାଏ। ହଳଦୀ କ୍ଷୀର ପିଇବା ଦ୍ୱାରା ରକ୍ତ ଜମାଟ ବାନ୍ଧିବା ଭଳି ସମସ୍ୟା ଦେଖାଯାଇନଥାଏ। ଏହାବାଦ୍‌‌ ଆପଣ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନେବା ଅତ୍ୟନ୍ତ ଜରୁରୀ।

Comments are closed.