ବାସ୍ ଏହି ସରଳ ଉପାୟରେ ଜାତକରେ ଦୂର ହେବ ଶନିଙ୍କ କୋପ, ମହାଦଶା..

ନବଗ୍ରହଙ୍କ ମଧ୍ୟରେ ଶନି ଜଣେ। ଜାତକରେ ଶନିଙ୍କ ଦୃଷ୍ଟି ତଥା କୁପ୍ରଭାବ ରହିଲେ, ଜୀବନରେ ଅନେକ ସମସ୍ୟା ସୃଷ୍ଟି ହୋଇଥାଏ। ତେଣୁ ଏଭଳି କିଛି ଜ୍ୟୋତିଷ ଉପାୟ ବିଷୟରେ ବର୍ଣ୍ଣନା କରାଯାଇଛି, ଯାହାର ପାଳନ କରିବା ଦ୍ୱାରା ଶନି ଦେବ ଶାନ୍ତ ହୋଇଥାଆନ୍ତି।

ଶନି ଦେବତା କର୍ମ ଅନୁଯାୟୀ ଫଳ ପ୍ରଦାନ କରି ଥାଆନ୍ତି। ତେଣୁ ଶନିଦେବଙ୍କୁ କର୍ମର ଦେବତା ବୋଲି କୁହାଯାଏ। ମାତ୍ର ନବଗ୍ରହଙ୍କ ମଧ୍ୟରେ ଜାତକରେ ଶନିଙ୍କ ଦୃଷ୍ଟି ଅଧିକ ପ୍ରଭାବ ପକାଏ ବୋଲି ମାନ୍ୟତା ରହିଛି। ଶନିଙ୍କ ପ୍ରଭାବ ରହିବା ଦ୍ୱାରା ଅନେକ ସମସ୍ୟାର ସାମ୍ନା କରିବାକୁ ପଡିଥାଏ।

ହାତୀ ପାଖରେ ଯୁବକ ଏମିତି କଲେ ; ତା’ପରେ ଘଟିଲା କିଛି ଏମିତି, ଦେଖନ୍ତୁ ଭିଡିଓ..

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଶନିଙ୍କୁ ଶାନ୍ତ କରିବା ସହ ଶନି ସାଢେସାତୀ ଓ ଦୈତ୍ୟ ପ୍ରଭାବକୁ କମ୍ କରିବା ପାଇଁ ଉପାୟ ବିଷୟରେ ବର୍ଣ୍ଣନା କରାଯାଇଛି। ଏହି ଉପାୟ ଆପଣାଇବା ଦ୍ୱାରା ଶନିଦେବ ପ୍ରସନ୍ନ ହୋଇଥାଆନ୍ତି। ଜାଣନ୍ତୁ..
ଶନିଦେବଙ୍କୁ କଳାରଙ୍ଗ ଅତ୍ୟନ୍ତ ପ୍ରିୟ। ଶନିଙ୍କ କୃପା ପ୍ରାପ୍ତି ପାଇଁ ଶନିବାର ଦିନ ପଶୁପକ୍ଷୀ ଯେଭଳି କଳା କୁକୁର, କାଉ ଆଦିଙ୍କୁ ଭୋଜନ ଦିଅନ୍ତୁ। ଏହାସହ କଳାରଙ୍ଗ ଜିନିଷ ଦାନ କରନ୍ତୁ। ଏହି ଉପାୟ ଆପଣାଇବା ଦ୍ୱାରା ଶନି ଦେବ ଶାନ୍ତ ହୋଇଥାଆନ୍ତି ଓ କୃପା,ଆଶୀର୍ବାଦ ପ୍ରାପ୍ତି ହୋଇଥାଏ।

୧୨ ବର୍ଷ ପରେ ଗୁରୁ-ଶୁକ୍ର ଏକାଠିରେ ହେବ ଖାସ୍ ଯୋଗ,ସୁନାଭଳି ଚମକିବ ଏହି ରାଶିର ଭାଗ୍ୟ..

ଅଶ୍ୱତ୍ଥବୃକ୍ଷରେ ଶନିବାର ଦିନ ତେଲରେ ଚିନି ଓ କଳା ରାଶି ମିଶାଇ ଜଳ ଅର୍ପଣ କରନ୍ତୁ। ଏହାପରେ ବୃକ୍ଷର ୩ ଥର ପରିକ୍ରମା କରନ୍ତୁ। ଏହାଦ୍ୱାରା ଜାତକରେ ଶନିଙ୍କ ପ୍ରଭାବ କମ୍ ହୋଇଥାଏ।
ଶନିବାର ଦିନ କଳା କୁକୁରଙ୍କୁ ସୋରିଷ ତେଲ ବ୍ୟବହାର ହୋଇଥିବା ରୁଟି ଖାଇବାକୁ ଦିଅନ୍ତୁ। ଏହାଦ୍ୱାରା ଶନି ମହାଦଶା କମ୍ ହୋଇଥାଏ।

ଶନିବାର ଦିନ ଶନିଦେବଙ୍କ ସହ ପ୍ରଭୁ ହନୁମାନଙ୍କ ପୂଜା କରନ୍ତୁ। ଏହାଦ୍ୱାରା ଶନିଦେବଙ୍କ ବିଶେଷ କୃପା ପ୍ରାପ୍ତି ହୋଇଥାଏ। ଶନିବାର ଦିନ ସୁନ୍ଦରାକାଣ୍ଡ ପାଠ କରନ୍ତୁ। ଏହାଦ୍ୱାରା ଶନି ମହାଦଶା ଦୂର ହୋଇଥାଏ।

ଜାତକରେ ଏହି ସ୍ଥାନରେ ଶନି ରହିଲେ ରାଜା ଭଳି ମିଳେ ଜୀବନ, ହୋଇଥାଏ ଧନ ବୃଦ୍ଧି..

Comments are closed.