www.samajalive.in
Sunday, December 7, 2025
26.1 C
Bhubaneswar

ଜାତକରେ ଏହି ସ୍ଥାନରେ ଶନି ରହିଲେ ରାଜା ଭଳି ମିଳେ ଜୀବନ, ହୋଇଥାଏ ଧନ ବୃଦ୍ଧି..

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଶନି ଦେବଙ୍କୁ ନ୍ୟାୟର ଦେବତା ବୋଲି କୁହାଯାଏ। ଶନି ଦେବ ଅସନ୍ତୁଷ୍ଟ ହେଲେ ବ୍ୟକ୍ତିଙ୍କ ଜୀବନରେ ସମସ୍ୟା ଓ କଷ୍ଟ ଲାଗି ରହେ ବୋଲି ମାନ୍ୟତା ରହିଛି। ଶନିଙ୍କ ଶୁଭ ଦୃଷ୍ଟି ରହିଲେ ଜାତକରେ ଶୁଭଫଳ ମିଳିଥାଏ, ଜାଣନ୍ତୁ ବ୍ୟକ୍ତିଙ୍କ ଜାତକରେ ଶନି କେଉଁ ସ୍ଥାନରେ ରହିଲେ କି ପ୍ରଭାବ ପଡେ..

୧୨ ବର୍ଷ ପରେ ଗୁରୁ-ଶୁକ୍ରରେ ଯୋଗ : ଏହି ରାଶି ହେବେ ମାଲାମାଲ୍, ଖୋଲିବ ବନ୍ଦ ଭାଗ୍ୟର ତାଲା..

- Advertisement -

ବ୍ୟକ୍ତିଙ୍କ ଜାତକରେ ୭ ଅଙ୍କ ଥିବା ସହ ସେହି ସ୍ଥାନରେ ଶନି ରହିଥିଲେ, ଏହାର ଅର୍ଥ ତୁଳା ରାଶିରେ ଶନି ରହିଛନ୍ତି। ତୁଳା ରାଶିରେ ଶନି ଉଚ୍ଚ ସ୍ଥାନରେ ରହିବା ଦ୍ୱାରା ଅତ୍ୟନ୍ତ ଶୁଭଫଳ ମିଳିଥାଏ। ଏହାଦ୍ୱାରା ବ୍ୟକ୍ତିଙ୍କୁ ଧନ, ଐଶ୍ୟର୍ଯ୍ୟ ପ୍ରାପ୍ତି ହୋଇଥାଏ।

ବ୍ୟକ୍ତିଙ୍କ ଜାତକରେ ଶନି ଯଦି ୧୦ମ କିମ୍ବା ୧୧ ଅଙ୍କରେ ରହିଛନ୍ତି, ତେବେ ଏହା ଶନିଙ୍କ ସ୍ୱରାଶି ଅଟେ। ସ୍ୱରାଶି ଅର୍ଥ ବ୍ୟକ୍ତିଙ୍କ ଜୀବନରେ ବିଶେଷ ସୁଖ ସୁବିଧା ଓ ଧନ ସମ୍ପତ୍ତି ପ୍ରାପ୍ତି ହୋଇଥାଏ। ସେହିପରି ୧୦ ଅଙ୍କ ମକର ରାଶି ଓ ୧୧ ଅଙ୍କ କୁମ୍ଭ ରାଶିଙ୍କୁ ଦର୍ଶାଏ ଯେ ଏହା ଶନିଙ୍କ ପ୍ରିୟ ରାଶି। ବ୍ୟକ୍ତିଙ୍କ ଜାତକରେ ଶନି ଲାଭ ସ୍ଥାନରେ ରହିଥିଲେ, ତେବେ ମହାଦଶାରେ ଲଗାତାର ଲାଭ ପହଞ୍ଚାଇବେ। ବ୍ୟକ୍ତିଙ୍କୁ ବିଭିନ୍ନ ପ୍ରକାର ଲାଭ ମିଳିଥାଏ, ଯେପରି ଚାକିରିରେ ପଦନ୍ନୋତି ଉତ୍ତମ ପଦବୀ ମିଳିଥାଏ। ମାନ-ସମ୍ମାନ ବୃଦ୍ଧି ପାଇଥାଏ।

ଖାଲି ତାୱା ନୁହେଁ ; ଚୁଟକିରେ କୁକରରେ ପ୍ରସ୍ତୁତ ହୋଇପାରିବ ରୁଟି..

ଜାତକରେ ଶନି ଶୁଭ ସ୍ଥାନରେ ରହିଲେ ବ୍ୟକ୍ତିଙ୍କ ଭାଗ୍ୟର ଦ୍ୱାର ଖୋଲି ଦିଅନ୍ତି। ଅତ୍ୟନ୍ତ ଶୁଭ ଫଳ ମିଳିଥାଏ।
ବ୍ୟକ୍ତିଙ୍କ ମକର ଲଗ୍ନ ହେବା ସହ ୨ୟ ସ୍ଥାନରେ ଶନି ଥିଲେ, ଫଳରେ ସାଢେସାତିର ନକରାତ୍ମକ ପ୍ରଭାବ ପଡିଥାଏ। ମାତ୍ର ମକର ଲଗ୍ନ ହେବା ସହ ୨ୟ ଧନ ସ୍ଥାନରେ କୁମ୍ଭ ରାଶିକୁ ଆସିଥିଲେ, ଏହାକୁ ସ୍ୱରାଶି କୁହାଯାଏ। ଫଳରେ ବିଶେଷ ଲାଭ ମିଳିଥାଏ।

ବ୍ୟକ୍ତିଙ୍କ ଜାତକରେ ଶନି ଉଚ୍ଚ କିମ୍ବା ସ୍ୱରାଶିର କେନ୍ଦ୍ରରେ ରହିଥିଲେ, ଏହା ଏକ ବିଶେଷ ରାଜଯୋଗ ତିଆରି କରିଥାଏ। ଯେଉଁ ବ୍ୟକ୍ତି ବିଶେଷଙ୍କ ଜାତକରେ ଏହି ଯୋଗ ଥାଏ ଅନେକ ଲାଭ ପ୍ରାପ୍ତି ହୋଇଥାଏ। ଏମାନେ ସର୍ବଦା ଭୋଗ ବିଳାସପୂର୍ଣ୍ଣ ଜୀବନ ଅତିବାହିତ କରି ଥାଆନ୍ତି। ଶନିଙ୍କ ପ୍ରଭାବରୁ ଅନେକ ଶୁଭଫଳ ମିଳିଥାଏ। ନୂତନ ଘରର କାରକ ମଧ୍ୟ ଶନିଙ୍କୁ କୁହାଯାଏ।

Hot this week

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

ବାରବାଟୀ ମ୍ୟାଚ: ସୁରକ୍ଷା ଦାୟିତ୍ଵରେ ରହିବେ ୫୧ ପ୍ଲାଟୁନ ପୁଲିସ, ୬ସ୍ଥାନରେ ପାର୍କିଂ ବ୍ୟବସ୍ଥା

ସମାଜଲାଇଭ ଡେସ୍କ: ଆଗାମୀ ୯ ତାରିଖରେ ହେବାକୁ ଥିବା ବାରବାଟୀ ମ୍ୟାଚ...

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

Related Articles

Popular Categories