www.samajalive.in
Monday, December 15, 2025
26.1 C
Bhubaneswar

୧୨ ବର୍ଷ ପରେ ଗୁରୁ-ଶୁକ୍ରରେ ଯୋଗ : ଏହି ରାଶି ହେବେ ମାଲାମାଲ୍, ଖୋଲିବ ବନ୍ଦ ଭାଗ୍ୟର ତାଲା..

ମେଷ ରାଶିରେ ବୃହସ୍ପତି ବିରାଜମାନ ରହିଛନ୍ତି। ଏପ୍ରିଲ ୨୪ରେ ଶୁକ୍ର ମେଷ ରାଶିକୁ ପରିବର୍ତ୍ତନ କରିବେ ସେତେ ବେଳେ ବୃହସ୍ପତି ଓ ଶୁକ୍ରଙ୍କ ଯୋଗ ହେବେ। ଏହି ଯୋଗ ଫଳରେ ଗଜଲକ୍ଷ୍ମୀ ଯୋଗ ହେବ। ହିନ୍ଦୁ ପଞ୍ଜିକା ଅନୁସାରେ ପ୍ରାୟ ୧୨ ବର୍ଷ ପରେ ମଙ୍ଗଳଙ୍କ ରାଶି ମେଷରେ ଏହି ଯୋଗ ହେବାକୁ ଯାଉଛି। ଏହି ଯୋଗ କାରଣରୁ ୭ଟି ରାଶି ବ୍ୟକ୍ତି ବିଶେଷଙ୍କର ବନ୍ଦ ଭାଗ୍ୟର ତାଲା ଖୋଲିବ ଅର୍ଥାତ ଖୁବ ଶୁଭଫଳ ପ୍ରାପ୍ତି ହେବ। ମାଲାମାଲ୍ ହେବେ। ଜାଣନ୍ତୁ..

କେଉଁ ତାରିଖରେ ବିବାହ କଲେ କ’ଣ ହେବ : ଜାଣନ୍ତୁ ଶୁଭ ତାରିଖ,କେଉଁ ତାରିଖ ବାରଣ..

- Advertisement -

ମେଷ – ଏହି ରାଶିର ବ୍ୟକ୍ତି ବିଶେଷଙ୍କ ଜାତକରେ ଗଜଲକ୍ଷ୍ମୀ ଯୋଗ ଆପଣଙ୍କ ପାଇଁ ବରଦାନ। ହଠାତ୍ ଆପଣଙ୍କୁ ଧନ ପ୍ରାପ୍ତି ହେବ। ଚାକିରି ଓ କର୍ମକ୍ଷେତ୍ରରେ ପଦନ୍ନୋତି ହେବ। ମାନ-ସମ୍ମାନ ବୃଦ୍ଧି ହେବ। ବୈବାହିକ ଜୀବନ ସୁଖମୟ ହେବ। ସନ୍ତାନ ସୁଖ ମିଳିବ।

ବୃଷ – ଏହି ରାଶିର ସ୍ୱାମୀ ଶୁକ୍ର। ଏହି ଯୋଗ ଫଳରେ ଆପଣଙ୍କୁ ହଠାତ୍ ଧନ ପ୍ରାପ୍ତି ହେବ। ଚାକିରି କ୍ଷେତ୍ରରେ ନୂତନ ଯୋଗ ହେବ। ବିଦେଶରେ ଚାକିରି କିମ୍ବା ପାଠ ପଢିବାର ସୁଯୋଗ ମିଳିବ। ପରିବାର ସହ ଯାତ୍ରାର ସୁଖ ମିଳିବ।

ନବରାତ୍ରୀରେ ତୁଳସୀଙ୍କ ଏହି ଉପାୟ ଭାଗ୍ୟ ଚମକାଇବ..

ମିଥୁନ – ଆପଣଙ୍କ ରାଶି ପାଇଁ ଗୁରୁ, ଶୁକ୍ର ଯୋଗ ଭାଗ୍ୟରେ ଶୁଭ ପରିବର୍ତ୍ତନ ହେବ। ପୂର୍ବରୁ ଥିବା ସମସ୍ୟାର ସମାଧାନ ହେବ। ପ୍ରତ୍ୟେକ କ୍ଷେତ୍ରରେ ଉନ୍ନତି ମିଳିବ। ଆର୍ଥିକ କ୍ଷେତ୍ର ମଜଭୂତ ହେବ। ଚାକିରିରେ ଦରମା ବୃଦ୍ଧି ହେବ। ବ୍ୟବସାୟ କ୍ଷେତ୍ରରେ ଲାଭବାନ୍ ହେବେ।

କର୍କଟ – ଏହି ରାଶି ପାଇଁ ଏହି ଯୋଗ ଭାଗ୍ୟର ତାଲା ଖୋଲିବାକୁ ଯାଉଛି। ବ୍ୟବସାୟରେ ଅଧିକ ଉନ୍ନତି ହେବ। ଚାକିରିରେ ପଦନ୍ନୋତି ହେବ। ପରିବାର ସହ ସୁଖୟମ ଯାତ୍ରା କରିବେ। ଇଚ୍ଛା ପୂରଣ ହେବ।

ଏହି ରାଶିଙ୍କ ପାଇଁ ତମ୍ବା ଶୁଭଙ୍କର ମାତ୍ର ଏହି ରାଶି ପାଇଁ ନୁହେଁ..

ତୁଳା – ଏହି ରାଶିର ସ୍ୱାମୀ ଶୁକ୍ର। ଗୁରୁ,ଶୁକ୍ର ଯୋଗ ଫଳରେ ଆପଣଙ୍କ ସମ୍ପର୍କରେ ମଧୁରତା ଆସିବ। ଭାଗ୍ୟରେ ଶୁଭ ପରିବର୍ତ୍ତନ ହେବ। ଚାକିରିରେ ସକରାତ୍ମକ ପରିଣାମ ଦେଖାଦେବ। ମାନସିକ ଓ ଆର୍ଥିକ ସ୍ଥିତି ମଜଭୂତ ହେବ।

ଧନୁ – ଏହି ରାଶିର ସ୍ୱାମୀ ଗୁରୁ। ଏହି ଯୋଗ ଫଳରେ ଜୀବନରେ ସୁଖସମୃଦ୍ଧି ବୃଦ୍ଧି ହେବ। ଅଟକି ଥିବା କାର୍ଯ୍ୟରେ ସଫଳତା ମିଳିବ। ନୂତନ ବ୍ୟବସାୟ ଆରମ୍ଭ କରି ପାରିବେ। ଚାକିରିରେ ଉନ୍ନତି ହେବ।

ମୀନ – ଏହି ରାଶିର ସ୍ୱାମୀ ଗୁରୁ। ଗୁରୁ,ଶୁକ୍ର ଯୋଗ ଆପଣଙ୍କ ପାଇଁ ଲାଭଦାୟକ। ଅଧିକ ଦିନରୁ ଅଟକି ଥିବା ଯୋଜନା ଆରମ୍ଭ ହେବ। ଅଟକି ଥିବା ଟଙ୍କା ମିଳିବ। ବ୍ୟବସାୟ, ଚାକିରିରେ ଉନ୍ନତି ହେବ। ପରିବାରରେ ଖୁସି ରହିବ।

ମତଦାନ ପାଇଁ ନିୟୋଜିତ କର୍ମଚାରୀଙ୍କୁ ମିଳିବ କ୍ୟାସଲେସ୍ ଚିକିତ୍ସା

Hot this week

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

କୁହୁଡ଼ି ପାଇଁ ମୋଦୀଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଘନ କୁହୁଡ଼ି ଜାତୀୟ ଦିଲ୍ଲୀକୁ ଘେରି...

Related Articles

Popular Categories