କେଉଁ ତାରିଖରେ ବିବାହ କଲେ କ’ଣ ହେବ : ଜାଣନ୍ତୁ ଶୁଭ ତାରିଖ,କେଉଁ ତାରିଖ ବାରଣ..

ବିବାହ ଜୀବନର ଗୁରୁତ୍ୱପୂର୍ଣ୍ଣ କଥା। ଗୋଟିଏ ନିର୍ଦ୍ଦିଷ୍ଟ ବୟସ ପରେ ସଭିଏଁ ବିବାହ କରି ଥାଆନ୍ତି। ବିବାହ ପୂର୍ବରୁ ଶୁଭ ଲଗ୍ନ-ମୁହୂର୍ତ୍ତ ଦେଖାଯାଇଥାଏ। ଶୁଭ ତାରିଖ ବାହାର କରାଯିବା ପରେ ଲଗ୍ନ ପତ୍ରିକା ପ୍ରସ୍ତୁତ କରାଯାଏ। ଯାଦ୍ୱାରା ପତି-ପତ୍ନୀ ସମ୍ପର୍କ ସାରା ଜୀବନ ସୁଖମୟ ହୋଇଥାଏ। ମାତ୍ର ଏପରି କିଛି ତାରିଖ ରହିଛି, ଯେଉଁ ତାରିଖରେ ବିବାହ କଲେ ଜୀବନରେ ସମସ୍ୟା ଲାଗି ରହିଥାଏ। ଦମ୍ପତିଙ୍କ ମଧ୍ୟରେ କଳହ ହୋଇଥାଏ। ତେବେ ଜାଣନ୍ତୁ କେଉଁ ତାରିଖରେ ବିବାହ କରିବା ଶୁଭଙ୍କର ଓ ଅଶୁଭ।

ଏହି ରାଶିଙ୍କ ପାଇଁ ତମ୍ବା ଶୁଭଙ୍କର ମାତ୍ର ଏହି ରାଶି ପାଇଁ ନୁହେଁ..

ଅଙ୍କଶାସ୍ତ୍ର ଅନୁଯାୟୀ, ବିବାହ ଜୀବନରେ ଅଙ୍କର ଖୁବ୍ ମହତ୍ତ୍ୱ ରହିଛି। ବିବାହ ତିଥି ଓ ମୁହୂର୍ତ୍ତର ମଧ୍ୟ ପ୍ରଭାବ ପଡିଥାଏ। ବିବାହ ତିଥି କାରଣରୁ ଯେକୌଣସି ବ୍ୟକ୍ତି ବିଶେଷଙ୍କ ବୈବାହିକ ଜୀବନ ସହ ଜଡିତ ଅନେକ କଥାର ସୂଚନା ମିଳିଥାଏ। ବିବାହ ତାରିଖରୁ ଜଣାଯାଏ, ଆଗକୁ ଜୀବନ କିଭଳି ବିତିବ।

ନବରାତ୍ରୀରେ କର୍ପୂରର ଏହି ଗୋଟିଏ ଉପାୟ କରିବ ଧନୀ..

ଅଙ୍କ ଶାସ୍ତ୍ର ଅନୁସାରେ, ଯେକୌଣସି ମାସର ୧, ୧୦, ୧୯ ଓ ୨୮ ତାରିଖରେ ବିବାହ କରୁଥିବା ଯୁବକ, ଯୁବତୀଙ୍କ ଜୀବନରେ ଉତ୍ଥାନ,ପତନ ଆସିପାରେ। ସେହିପରି ମାସର ୨, ୧୧, ୨୦ କିମ୍ବା ୨୯ ତାରିଖରେ ବିବାହ କରୁଥିବା ବ୍ୟକ୍ତିବିଶେଷଙ୍କ ଜୀବନ ସୁଖମୟ ହୋଇଥାଏ।

ମାସର ୩, ୧୨, ୨୧ କିମ୍ବା ୩୦ ତାରିଖରେ ବିବାହ କଲେ ବିବାହ ଜୀବନ ସୁଖମୟ ହୋଇଥାଏ। ଦମ୍ପତିଙ୍କ ମଧ୍ୟରେ ସର୍ବଦା ଭଲ ପାଇବା ରହିଥାଏ।

ଚାଣକ୍ୟ ନୀତି : ଏହି ଅଭ୍ୟାସ ଥିଲେ ଟଙ୍କା ଅଭାବ ହେବନି, ସବୁବେଳେ ରହିବେ ମାଲାମାଲ୍..

ମାସର ୪, ୧୩, ୨୨ କିମ୍ବା ୩୧ ତାରିଖରେ ବିବାହ କଲେ ବୈବାହିକ ଜୀବନ ହସଖୁସିରେ ଅତିବାହିତ ହୋଇଥାଏ। ସେହିପରି ୫, ୧୪, ୨୩ ତାରିଖରେ ବିବାହ କଲେ ବୈବାହିକ ଜୀବନ ମଧ୍ୟମ ଧରଣର ହୋଇଥାଏ।

ମାସର ୬, ୧୫ କିମ୍ବା ୨୪ ତାରିଖରେ ବିବାହ କଲେ ବୈବାହିକ ଜୀବନ ସୁଖମୟ ହୋଇଥାଏ। ସେହିପରି ମାସର ୭, ୧୬ କିମ୍ବା ୨୫ ତାରିଖରେ ବିବାହ କଲେ ଜୀବନରେ ଦମ୍ପତିଙ୍କୁ ସମସ୍ତ ଖୁସି ମିଳିଥାଏ। ଦାମ୍ପତ୍ୟ ଜୀବନ ସୁଖମୟ ହୋଇଥାଏ।

ମାସର ୮, ୧୭ କିମ୍ବା ୨୬ ତାରିଖରେ ବିବାହ କଲେ ବୈବାହିକ ଜୀବନ ସଫଳ ହୋଇଥାଏ। ମାସର ୯, ୧୮ କିମ୍ବା ୨୭ ତାରିଖରେ ବିବାହ କଲେ ଜୀବନରେ ଉତ୍ଥାନପତନ ଲାଗି ରହିଥାଏ।

ଆଉ ଅଳ୍ପ ଦିନ ଗରମ; ଖୁବ୍ ଶୀଘ୍ର ମୌସୁମୀ! କିଛି ସ୍ଥାନରେ ପ୍ରବଳ ବର୍ଷିବ..

Comments are closed.