www.samajalive.in
Monday, December 15, 2025
17.1 C
Bhubaneswar

ଆଉ ଅଳ୍ପ ଦିନ ଗରମ; ଖୁବ୍ ଶୀଘ୍ର ମୌସୁମୀ! କିଛି ସ୍ଥାନରେ ପ୍ରବଳ ବର୍ଷିବ..

ନୂଆଦିଲ୍ଲୀ : ଦେଶରେ ତଥା ରାଜ୍ୟର ସମସ୍ତ ସ୍ଥାନରେ ଖରା, ଗରମ ବ୍ୟତିବ୍ୟସ୍ତ କରିଛି। ବର୍ଷା କାରଣରୁୁ ଆଶ୍ୱସ୍ତି ମିଳିଛି। ତେବେ ଶୀଘ୍ର ଅସହ୍ୟ ଗରମରୁ ମିଳିବ ମୁକ୍ତି। ତେବେ ଚଳିତ ବର୍ଷ ଶୀଘ୍ର ମୌସୁମୀ ଆସିବ। ଏହାସହ ଭାରତର ଅଧିକାଂଶ ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ମାତ୍ର ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ମୌସୁମୀ ନେଇ କୌଣସି ପୂର୍ବାନୁମାନ ଏଯାଏଁ କରାଯାଇ ନାହିଁ। ଏନେଇ ଘରୋଇ ପାଣିପାଗ ପୂର୍ବାନୁମାନ ସଂସ୍ଥା ସ୍କାଏମାଟ୍ ଏନେଇ ସୂଚନା ଦେଇଛି।

କେବେ ଦେଖିନଥିବେ ; ମୂଷାକୁ ବଞ୍ଚାଇବା ପାଇଁ ବାଇକ୍ ସହ ଏମିତି କଲେ ବ୍ୟକ୍ତି..

- Advertisement -

ସୂଚନାନୁଯାୟୀ, ଆଇଓଡି ଓ ଲା ନୀନାର ସ୍ଥିତି କାରଣରୁ ଶୀଘ ମୌସୁମୀ ଆସିପାରେ। ଏହି ସମସ୍ତ ଘଟଣା ଦେଶରେ  ମୌସୁମୀର ଆଧାର ମଧ୍ୟ ସୃଷ୍ଟି କରିଥାଏ। ଏକ ରିପୋର୍ଟ ଅନୁଯାୟୀ, ସାମାନ୍ୟ ସମୟ ପୂର୍ବରୁ ମୌସୁମୀ ଆସିପାରେ।
ଲା ନୀନା ଓ ଆଇଓଡି ଏକାସହ ଆସିବା ବିଶେଷ ଘଟଣା ବୋଲି କୁହାଯାଏ। ଅନୁମାନ କରାଯାଉଛି ଯେ, ଦକ୍ଷିଣ ପଶ୍ଚିମ ମୌସୁମୀ ଉପରେ ଏହା ଅନେକ ପ୍ରଭାବ ପକାଏ। କିଛି ପାଣିପାଗ ବିଭାଗ ଭାରତ ମହାସାଗରରେରେ ଉତ୍ତର ଆଇଓଡି ଚରଣର ସଙ୍କେତ ଦେଉଛନ୍ତି।

ପାକିସ୍ତାନରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ; ୧୭ ତୀର୍ଥଯାତ୍ରୀ ମୃତ

ଲା ନୀନାର ସ୍ଥିତି ଓ ଆଇଓଡିର ସଙ୍କେତ ଅନୁସାରେ ମୌସୁମୀର ଏଭଳି କ୍ଷେତ୍ର ପଶ୍ଚିମ ଆଡକୁ ବୃଦ୍ଧି ପାଉଛି। ଏହାପରେ ଆରବ ସାଗରରେ ପ୍ରତିକ୍ରିୟା ସୃଷ୍ଟି ହୋଇଥାଏ। ଯାହା ଉପର ଆଡକୁ ଗତି କରିଥାଏ। ଏହି ପ୍ରକିୟା ମୌସୁମୀ ପାଇଁ ସହାୟକ ହୋଇଥାଏ। ଫଳରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଥାଏ।

ଏହି ରାଶିଙ୍କ ପାଇଁ ତମ୍ବା ଶୁଭଙ୍କର ମାତ୍ର ଏହି ରାଶି ପାଇଁ ନୁହେଁ..

ରିପୋର୍ଟ ଅନୁସାରେ, ଘରୋଇ ପାଣିପାଗ ବିଭାଗ ଅନୁଯାୟୀ, ଭାରତରେ ଚଳିତ ବର୍ଷ ମୌସୁମୀ ସାମାନ୍ୟ ରହିବା ସହ ମଧ୍ୟମ ସମୟରେ ଅଧିକ ବର୍ଷା ହେବାର ପୂର୍ବାନୁମାନ କରାଯାଉଛି। ଆଇଏମଡି ବୈଜ୍ଞାନିକ ମାନେ ମଧ୍ୟ ଚଳିତ ବର୍ଷ ଅନୁକୂଳ ମୌସୁମୀ ରହିବାର ଆରମ୍ଭରୁ ସଙ୍କେତ ଦେବା ନେଇ ସୂଚନା ଦେଇଛନ୍ତି।
ସ୍କାଏମେଟ୍ ଅନୁଯାୟୀ, ଆଗାମୀ ମୌସୁମୀର ସାମାନ୍ୟ ରହିବାର ଆଶା କରାଯାଉଛି। ଯାହା ଜୁନରୁ ସେପ୍ଟେମ୍ବର ପର୍ଯ୍ୟନ୍ତ ୪ ମାସ ପାଇଁ ୮୬୮.୬ ମିମିର ସମୟର।

ବିଜେଡିରୁ ଇସ୍ତଫା ଦେଲେ ଜ୍ୟୋତି ପାଣିଗ୍ରାହୀ

ଦକ୍ଷିଣ, ପଶ୍ଚିମ ଓ ଉତ୍ତର-ପଶ୍ଚିମ କ୍ଷେତ୍ରରେ ପର୍ଯ୍ୟାପ୍ତ ପରିମାଣରେ ବର୍ଷା ହେବାର ଆଶା କରାଯାଉଛି। ଏହା ଅନୁସାରେ ମହାରାଷ୍ଟ୍ର ଓ ମଧ୍ୟ ପ୍ରଦେଶର ମୁଖ୍ୟ ମୌସୁମୀ ବର୍ଷା ଆଧାରିତ କ୍ଷେତ୍ରରେ ଅଧିକ ବର୍ଷା ହେବ। ମାତ୍ର ବିହାର, ଝାଡଖଣ୍ଡ, ଓଡିଶା ଓ ପଶ୍ଚିମ ବଙ୍ଗର ପୂର୍ବ ରାଜ୍ୟରେ ଜୁଲାଇ ଓ ଅଗଷ୍ଟରେ ଚରମ ମୌସୁମୀ ମାସରେ କମ୍ ବର୍ଷା ହେବାର ଅନୁମାନ କରାଯାଉଛି।

 

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories