ନୂଆଦିଲ୍ଲୀ: ଆନ୍ଧ୍ରପ୍ରଦେଶ କୁରନୁଲ ଜିଲ୍ଲାର ଚିନ୍ନା ତେକୁର ଗାଁରେ ଅଭାବନୀୟ ଘଟଣା ଘଟିଛି। ଉଗାଡି ଉତ୍ସବ ଚାଲିଥିବାବେଳେ ବିଦ୍ୟୁତ୍ ଆଘାତ ଲାଗି ୧୩ ଶିଶୁ ଆହତ ହୋଇଥିବା ସୂଚନା ମିଳିଛି। ଆଜି ସକାଳେ ଅଞ୍ଜନେୟ ସ୍ଵାମୀ ମନ୍ଦିରରୁ ପ୍ରଭା ରଥ ଶୋଭାଯାତ୍ରା ବାହାରୁଥିବାବେଳେ ରଥ ହଠାତ୍ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସିଯାଇଥିଲା। ଫଳରେ ପାଖରେ ଛିଡା ହୋଇଥିବା ଶିଶୁମାନଙ୍କୁ ବିଦ୍ୟୁତ୍ ଆଘାତ ଲାଗିଥିଲା। ଶିଶୁ ମାନଙ୍କୁ ଆହତ ଅବସ୍ଥାରେ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ପିଲାମାନଙ୍କୁ ୧୦ପ୍ରତିଶତରୁ କମ୍ ବିଦ୍ୟୁତ୍ ଆଘାତ ଲାଗିଛି। ସେମାନଙ୍କ ଜୀବନ ପ୍ରତି ସେତେଟା ବିପଦ ନଥିବା ଡାକ୍ତରଙ୍କ ପକ୍ଷରୁ ସୂଚନା ମିଳିଛି।
Popular Categories



