www.samajalive.in
Friday, December 5, 2025
26.1 C
Bhubaneswar

ଶିଶୁ ଡାକ୍ତର କିନ୍ତୁ କଲେ ବୃଦ୍ଧଙ୍କ ଅସ୍ତ୍ରୋପଚାର: ଚାଲିଗଲା ଜୀବନ, ଭୁଲ ନମାନି ଓଲଟା ଧମକାଇଲେ ଡାକ୍ତର

ସମାଜ ଡିଜିଟାଲ ଡେସ୍କ: ମେଡିକାଲ କଲେଜରେ ଥିବା ଶିଶୁରୋଗ ବିଶେଷଜ୍ଞ ଡାକ୍ତର ଏକ ଘରୋଇ ନର୍ସିଂହୋମରେ ବୃଦ୍ଧଙ୍କ ଅସ୍ତ୍ରୋପଚାର କରିଥିଲେ। ଭୁଲ ଚିକିତ୍ସା କାରଣରୁ ରବିବାର ବିଳମ୍ବିତ ରାତିରେ ରୋଗୀଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ଏଭଳି ଅଭାବନୀୟ ଘଟଣା ଘଟିଛି ଉତ୍ତରପ୍ରଦେଶର ବାହରାଇଚ୍‌‌ରେ। ଘଟଣାର ତଦନ୍ତ ପାଇଁ ସିଏମଓ ପକ୍ଷରୁ ଏକ କମିଟି ଗଠନ କରାଯାଇଛି।
ୟୁପିର ରିସିୟା ଅଂଚଳର ଜଣେ ବୃଦ୍ଧ କୃପାରାମଙ୍କର ଷ୍ଟୋନ ଅସ୍ତ୍ରୋପଚାର କରିଥିଲେ ଶିଶୁରୋଗ ବିଶେଷଜ୍ଞ ଡକ୍ଟର ଅତୁଲ ମିଶ୍ରା। ଏହାପରେ ଷ୍ଟିଚରୁ ପରିସ୍ରା ନିର୍ଗତ ହେବା ଯୋଗୁଁ ସଂକ୍ରମଣ ହୋଇଥିଲା। ପରେ ରୋଗୀଙ୍କ ଅବସ୍ଥା ଖରାପ ହେବାକୁ ଲାଗିଥିଲା। ଏହାପରେ ପୁଣି ଥରେ ଅସ୍ତ୍ରୋପଚାର କରିଥିଲେ ଡାକ୍ତର। ଅଚାନକ ବୃଦ୍ଧଙ୍କ ଅବସ୍ଥା ଖରାପ ହେବାରୁ ପରିବାର ଲୋକେ ଡାକ୍ତରଙ୍କୁ ଦାୟୀ କରିଥିଲେ। ହେଲେ ସଂପୃକ୍ତ ଡାକ୍ତର ରୋଗୀଙ୍କ ପରିବାରକୁ ଧମକାଇବା ସହ ଚୁପ ରହିବାକୁ କହିଥିଲେ। ହେଲେ ରୋଗୀଙ୍କ ସମ୍ପର୍କୀୟ ମାନେ ହସ୍ପିଟାଲ ପରିସରରେ ପାଟିତୁଣ୍ଡ କରିବା ଡାକ୍ତରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରି ମୃତଦେହ ନେଇନଥିଲେ। ଡିଏମଙ୍କ ନିକଟରେ ଅଭିଯୋଗ କରିଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ହୋଇନଥିଲା। ଶେଷରେ ପୀଡିତଙ୍କ ପରିବାର ମୁଖ୍ୟମନ୍ତ୍ରୀ ତଥା ଅନ୍ୟ ଅଧିକାରୀଙ୍କୁ ନ୍ୟାୟ ପାଇଁ ନିବେଦନ କରିଥିଲେ।
ସିଏମଓ ଡକ୍ଟର ରାଜେଶଙ୍କ ସୂଚନା ଅନୁସାରେ ଡକ୍ଟର ଅତୁଲ ମିଶ୍ରା ଜଣେ ଶିଶୁରୋଗ ବିଶେଷଜ୍ଞ। ଯିଏ କି କୌଣସି ପ୍ରକାର ଅସ୍ତ୍ରୋପଚାର କରିପାରିବେ ନାହିଁ। ହେଲେ ସେ ନିଜେ ଘରୋଇ ଡାକ୍ତରଖାନାରେ ଅସ୍ତ୍ରୋପଚାର କରିଥିବାରୁ ତାଙ୍କ ବିରୋଧରେ ଅଭିଯୋଗ ଆସିଛି। ଏହାକୁ ଆଧାର କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କୁହାଯାଇଛି। ଗଠନ ହୋଇଥିବା କମିଟିରେ ଡେପୁଟି ସିଏମଓଙ୍କ ସମେତ ତିନି ଜଣ ଡାକ୍ତର ତଦନ୍ତ କରି ରିପୋର୍ଟ ପ୍ରଦାନ କରିବେ।

 

Hot this week

ବାରବାଟୀରେ ଟିକେଟ ବ୍ଲାକ !

କଟକ :ବାରବାଟୀ ମ୍ୟାଚ ଲାଗି ଅଫଲାଇନ ଟିକେଟ ବିକ୍ରି । ସୋସିଆଲ...

ଭାରତ-ରୁଷ ଶିଖର ସମ୍ମିଳନୀ: ମିଳିତ ବିବୃତିରେ କ’ଣ କହିଲେ ମୋଦୀ-ପୁଟିନ ?

ସମାଜଲାଇଭ ଡେସ୍କ: ଭାରତ ଏବଂ ରୁଷ ମଧ୍ୟରେ ୨୩ତମ ଶିଖର ସମ୍ମିଳନୀ...

ମିଳିତ ଭାବେ ୟୁରିଆ ଉତ୍ପାଦନ କରିବେ ଭାରତ-ରୁଷ

ସମାଜଲାଇଭ ଡେସ୍କ: ଆଉ ରହିବନି ୟୁରିଆ ସାରର ଅଭାବ। ଏଣିକି ଭାରତ...

୭ ବୁଝାମଣା ଉପରେ ମୋଦୀ-ପୁଟିନଙ୍କ ସହମତି, ରୁଷ ନାଗରିକଙ୍କୁ ମାଗଣା ପର୍ଯ୍ୟଟକ ଭିଜା

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ...

ଇଣ୍ଡିଗୋ ବିମାନ ସେବା ସମସ୍ୟା : ବଡ଼ ପଦକ୍ଷେପ ନେଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଦେଶରେ ଇଣ୍ଡିଗୋ ବିମାନ ଚଳାଚଳରେ ଦେଖା...

Related Articles

Popular Categories