ବେଲଗାମ ଓଜନ, ବଢୁଥିବା ପେଟକୁ କମାଇବା ପାଇଁ ଖାଆନ୍ତୁ ଏହି ୫ଟି ଜିନିଷ..

ପେଟ ବଢିବା ମାତ୍ରେ ସଭିଁଙ୍କ ପାଇଁ ଏହା ମୁଣ୍ଡ ବିନ୍ଧାର କାରଣ। ପେଟ କମ୍ କରିବା ପାଇଁ କୌଣସି ନିର୍ଦ୍ଦିଷ୍ଟ ଔଷଧ ନାହିଁ। ଏହା ସହଜ ମଧ୍ୟ ନୁହେଁ। କେବଳ ନିଜ ଦୈନନ୍ଦିନ ଖାଦ୍ୟ ଓ ଜୀବନଶୈଳୀରେ ପରିବର୍ତ୍ତନ ସହ ବ୍ୟାୟାମ କରିବା ଦ୍ୱାରା ପେଟ କମାଇ ପାରିବେ। ପେଟ ବଢିବା ଦ୍ୱାରା ସୌନ୍ଦର୍ଯ୍ୟ ହ୍ରାସ ପାଇଥାଏ। ଆତ୍ମବିଶ୍ୱାସ କମ୍ ହୋଇଥାଏ। ପ୍ରତ୍ୟେକ ଇଚ୍ଛା କରନ୍ତି ସେମାନେ ଯୁବା ଓ ସ୍ୱାସ୍ଥ୍ୟବାନ୍ ରୁହନ୍ତୁ। ବଢୁଥିବା ପେଟ ଓ ପେଟରେ ବୃଦ୍ଧି ପାଉଥିବା ଅତିରିକ୍ତ ଚର୍ବିକୁ ହ୍ରାସ କରିବା ପାଇଁ ୫ଟି ସହଜ ଖାଦ୍ୟ ଜିନିଷ ବିଷୟରେ ଜାଣନ୍ତୁ। ଯାହାର ସେବନ କରିବା ଦ୍ୱାରା ଏହି ସମସ୍ୟାରୁ ମୁକ୍ତି ମିଳିଥାଏ।

୧୨ ବର୍ଷ ପରେ ଗୁରୁ-ଶୁକ୍ର ଏକାଠିରେ ହେବ ଖାସ୍ ଯୋଗ,ସୁନାଭଳି ଚମକିବ ଏହି ରାଶିର ଭାଗ୍ୟ..

ପନିପରିବା ଓ ଫଳ ପେଟ ଚର୍ବିକୁ କମ୍ କରିବାରେ ସହାୟକ ହୋଇଥାଏ। ଏଥିରେ ଭିଟାମିନ, ମିନେରାଲ୍ସ ଓ ଫାଇବର ଭରପୁର ମାତ୍ରାରେ ରହିଛି। ଏହାଦ୍ୱାରା ଭୋକ କମ୍ ପରିମାଣରେ ହୋଇଥାଏ। ପେଟର ଚର୍ବିକୁ ହ୍ରାସ କରିଥାଏ।

ଦଲିଆ ପେଟର ଚର୍ବିକୁ କମ୍ କରିବାରେ ସହାୟକ ହୋଇଥାଏ। ଏଥିରେ ଭରପୁର ମାତ୍ରାରେ ଫାଇବର ଓ ପ୍ରୋଟିନ୍ ରହିଛି। ଏହାର ସେବନ ଦ୍ୱାରା ପେଟ ଅଧିକ ସମୟ ଯାଏଁ ଭର୍ତ୍ତି ହୋଇ ରହିବା ସହ ବାରମ୍ବାର ଭୋକ ହୋଇନଥାଏ। ଏହା ପେଟ ଚର୍ବିକୁ ହ୍ରାସ କରିବାରେ ସହାୟକ ହୋଇଥାଏ।

ଗ୍ରୀନ ଟିରେ ଆଣ୍ଟି-ଅକ୍ସିଡାଣ୍ଟ ରହିଛି। ଏହା ପେଟର ଚର୍ବିକୁ କମ୍ କରିଥାଏ। ଏହା ମଧୁମେହ ହେବାର ସମ୍ଭାବନା ମଧ୍ୟ କମ୍ କରିଥାଏ।

ଚମକି ପଡିବେ ; ଜାଣନ୍ତୁ କେଉଁଠି ମିଳୁଛି ସୁନା-ଚାନ୍ଦିର ଗୁପଚୁପ, ଦେଖନ୍ତୁ ଭିଡିଓ..

ଦହି ସେବନ କରିବା ଦ୍ୱାରା ସ୍ୱାସ୍ଥ୍ୟ ପାଇଁ ଉପକାରୀ ହେବା ସହ ପେଟର ଚର୍ବିକୁ ମଧ୍ୟ କମ୍ କରିଥାଏ। ଦହିରେ ପ୍ରସ୍ତୁତ ବିଭିନ୍ନ ଜିନିଷକୁ ଆପଣ ସେବନ କରି ପାରିବେ।

ପଇଡ ପାଣି ପେଟର ଚର୍ବିକୁ କମ୍ କରିବାରେ ସହାୟକ ହୋଇଥାଏ। ଏହା ଆପଣଙ୍କୁ ସତେଜ ରଖିବା ସହ ଶକ୍ତି ପ୍ରଦାନ କରିଥାଏ। ଏହାଦ୍ୱାରା ଅଧିକ କାମ କଲେ ମଧ୍ୟ ହାଲିଆ ଅନୁଭବ ହେବ ନାହିଁ।

ଏସବୁ ଖାଦ୍ୟ ସେବନ ସହ ନିୟମିତ ବ୍ୟାୟାମ କରିବା ଆବଶ୍ୟକ।

Comments are closed.