www.samajalive.in
Friday, December 12, 2025
26.1 C
Bhubaneswar

କାକଟପୁର ବିଧାନସଭା: ବିଶ୍ବଭୂଷଣଙ୍କୁ ପ୍ରାର୍ଥୀ କଲା କଂଗ୍ରେସ

ଭୁବନେଶ୍ବର : କାକଟପୁର ବିଧାନସଭା ପାଇଁ ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ । ବିଶ୍ବଭୂଷଣ ଦାସଙ୍କୁ କଂଗ୍ରେସ କାକଟପୁର ବିଧାନସଭା ପ୍ରାର୍ଥୀ କରିଛି । କିଛି ଦିନ ତଳେ ବିଶ୍ବଭୂଷଣ ଟିକେଟ ଆଶାରେ କଂଗ୍ରେସ ଛାଡି ବିଜେପିରେ ସାମିଲ ହୋଇଥିଲେ । ତେବେ ବିଜେପି ବାଇଧର ମଲ୍ଲିକଙ୍କୁ କାକଟପୁର ବିଧାନସଭା ଆସନ ପାଇଁ ଟିକେଟ ଦେବା ପରେ ତାଙ୍କର ଆଶା ମଉଳିଯାଇଥିଲା । ସେ ପୁଣି କଂଗ୍ରେସକୁ ଫେରିଥିଲେ । ସେ ୨୦୦୯ରେ କଂଗ୍ରେସରୁ ଟିକେଟ ପାଇଁ ନିର୍ବାଚନ ଲଢି ବିଜେଡିକୁ କଡା ଟକ୍କର ଦେଇଥିଲେ । ୨୦୧୪ରେ କଂଗ୍ରେସ ତାଙ୍କ ବଦଳରେ ରବୀନ୍ଦ୍ର କୁମାର ସେଠୀଙ୍କୁ ଟିକେଟ ଦେବା ପରେ ଅଭିମାନ କରିଥିଲେ ବିଶ୍ବ ଭୂଷଣ । ତେବେ ଚଳିତ ନିର୍ବାଚନରେ କିଛି ନିର୍ଦ୍ଧାରିତ ନହେବାରୁ ସେ ଟିକେଟ ପାଇଁ ଦଳବଦଳ କରିସାରିବା ପରେ ଶେଷରେ କଂଗ୍ରେସରୁ ଟିକେଟ୍ ପାଇଛନ୍ତି ।

ମଇଦାନରେ ଯୁବ-ଛାତ୍ର ସଙ୍ଗଠନ ନେତା, ଯୁବ ଭୋଟ ଉପରେ ତିନି ଦଳର ନଜର

Hot this week

୬ ଦେଶରେ ବ୍ୟାନ ଫିଲ୍ମ ଧୁରନ୍ଧର

ମୁମ୍ବାଇ :ସାଉଦି ଆରବ ,ୟୂଏଇ ଓ କତାରରେ ବ୍ୟାନ ହେଲା ହିନ୍ଦୀ...

ତୃତୀୟ ବିଶ୍ୱଯୁଦ୍ଧ ପରିସ୍ଥିତି- ଟ୍ରମ୍ପ ଦେଲେ ଚେତାବନୀ

ନ୍ୟୁୟର୍କ - ବିଶ୍ୱ ତୃତୀୟ ବିଶ୍ୱ ଆଡକୁ ମୁହାଁଉଛି । ରୁଷ୍‌...

କମୁନି ‘ଧୁରନ୍ଧର’ର କ୍ରେଜ୍।

ମୁମ୍ବାଇ :କମୁନି 'ଧୁରନ୍ଧର'ର କ୍ରେଜ୍। ଡିସେମ୍ବର ୫ରେ ରିଲିଜ ଛି 'ଧୁରନ୍ଧର'।...

ସାଉଥ୍ ଏସିଆନ୍‌ ମୈତ୍ରୀ ସମ୍ମିଳନୀ ଉଦ୍‌ଘାଟିତ: ଯୋଗଦେଲେ ବିଭିନ୍ନ ରାଜ୍ୟର ଶତାଧିକ ପ୍ରତିନିଧି

ବ୍ରହ୍ମପୁର: ଶୁକ୍ରବାର ଗଞ୍ଜାମ ଜିଲ୍ଲାର ଗୋପାଳପୁର ବେଳାଭୂମିଠାରେ ୩୫ତମ ସାଉଥ୍ ଏସିଆନ୍...

ନିର୍ମାଣାଧିନ ପାଣିଟାଙ୍କିରୁ ଖସି ଯୁବକଙ୍କ ମୃତ୍ୟୁ

କେନ୍ଦ୍ରାପଡା: ନିର୍ମାଣାଧିନ ପାଣିଟାଙ୍କିରୁ ଖସି ଯୁବକର ମୃତ୍ୟୁ। ଏଭଳି ଅଭାବନୀୟ ଘଟଣା...

Related Articles

Popular Categories